ବେଳେବେଳେ ମନକୁ ପ୍ରଶ୍ନ ଆସେ ସାଧାରଣ ମଣିଷଟିଏ ପିମ୍ପୁଡ଼ି ଦଳିଦେଲେ ବି ମନକୁ ପାପ ଛୁଏଁ । କିନ୍ତୁ ସେହି ସ୍ଥାନରେ ଜଣେ ଆତଙ୍କବାଦୀ ଏତେ ଲୋକଙ୍କୁ ମାରି ମଧ୍ୟ କେମିତି ପଶ୍ଚାତାପ ନ କରି ବାରମ୍ବାର ସେହି କାମକୁ ଦୋହରାଉଛନ୍ତି ? ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ମୁତାବକ ଆତଙ୍କବାଦୀ ଯେତେବେଳେ କୌଣସି ମିଶନରେ ବାହାରନ୍ତି ସେତେବେଳେ ଖାଲି ହତିଆର ତାଙ୍କର ମନୋବଳ ବଢ଼ାଇ ନଥାଏ , ମାନସିକ ସ୍ତରରେ ମଧ୍ୟ ସେମାନେ ଦୃଢ଼ ଥାଆନ୍ତି । ଆକ୍ରମଣ ସମୟରେ ଡ଼ର , ଭୟ କିମ୍ବା ପଶ୍ଚାତାପର ଛାପ ତାଙ୍କ ମୁହଁରେ ନଥାଏ । ଏ କେବଳ କଠୋର ତାଲିମର କଥା ନୁହଁ ଏହା ପଛରେ ଏକ ସାଂଘାତିକ ନିଶା ମଧ୍ୟ କାମ କରୁଛି । ଏ ହେଉଛି ଗୋଟିଏ ନିଶା ଟାବଲେଟ୍ ଯାହା ଆତଙ୍କବାଦୀଙ୍କ ଭୋକ,ଥକ୍କାପଣ, ନିଦ ଏବଂ ଆଘାତକୁ କମ୍ କରିବାରେ ସାହାଯ୍ୟ କରେ । ଏହି ଟାବଲେଟର ନାଁ ହେଉଛି – କେପ୍ଟାଗନ୍ ।
/kanak/media/media_files/2025/04/08/fdE1fhWbdWvV031K1TMK.jpg)
୨୦୨୩ ଅକ୍ଟୋବର ୭ ତାରିଖରେ ହମାସ୍ ଯେତେବେଳେ ଇସ୍ରାଇଲ୍ ଉପରେ ଆକ୍ରମଣ କରିଥିଲା ସେତେବେଳେ କେପ୍ଟାଗନ୍ ବଟିକାର ନାଁ ଚର୍ଚ୍ଚାକୁ ଆସିଥିଲା । ରିପୋର୍ଟ ମୁତାବକ , ହମାସ୍ ଆତଙ୍କବାଦୀ ଆକ୍ରମଣ ପୂର୍ବରୁ ଏହି ଟାବଲେଟକୁ ଖାଇଥିଲେ । ଇସ୍ରାଇଲରେ ଏବେ ଏହି ଡ୍ରଗକୁ ‘ନୁକବା ଡ୍ରଗ୍’ ବୋଲି କୁହାଯାଉଛି । ନୁକବା ଅର୍ଥ ହମାସ୍ ଆତଙ୍କୀ ୟୁନିଟର ଜଣେ ସଦସ୍ୟ ।
/kanak/media/media_files/2025/04/08/cYpnSnDTCYdqgfoVbJ7O.jpg)
ତେବେ କେପ୍ଟାଗନ୍ ବଟିକା ତିଆରି ହେଉଥିବା କ୍ୟାମିକାଲର ନାଁ ହେଉଛି ଫେନେଥାଇଲିନ୍ । ୧୯୬୦ ଦଶକରେ ପିଲାଙ୍କ ଆଟେନ୍ସନ୍ ଡିସଅର୍ଡର ଚିକିତ୍ସା ପାଇଁ ଏହି ବଟିକାକୁ ବ୍ୟବହାର କରାଯାଉଥିଲା । ଯାହା ଥକ୍କାପଣକୁ କମ୍ କରେ , ଭୋକକୁ ମାରେ , ଆତ୍ମବିଶ୍ବାସ ବଢାଏ ଏବଂ କାମ କରିବାକୁ ଯୋଶ୍ ଦିଏ । ଏହି ବଟିକାକୁ ୧୯୯୦ ମସିହାରେ କିଛି ଅଲମ୍ପିକ୍ ଖେଳାଳି ଖାଇଥିଲେ । ଏହାର ଆଡ଼ିକ୍ଟିଭ୍ ଗୁଣ କାରଣରୁ ୧୯୮୦ ରେ ଏହି ବଟିକାକୁ ବ୍ୟାନ୍ କରାଯାଇଥିଲା । ଏହାପରେ ବେଆଇନ୍ ଭାବେ ଏହି ବଟିକାକୁ ବ୍ଲାକ୍ ମାର୍କେଟରେ ବିକ୍ରି କରାଗଲା । ଯାହାକୁ ପରେ ‘ଗରିବଙ୍କ କୋକିନ୍’ ମଧ୍ୟ କୁହାଗଲା । କମ୍ ଟଙ୍କାରେ ବିକ୍ରି ହେଉଥିବା ଏହି ବଟିକା ଶରୀର ପାଇଁ ବିପଦ ଡାକିଆଣେ କହିଲେ କିଛି ଭୁଲ୍ ହେବନି । ଏହି ବଟିକା ଉପରେ ଦୁଇଟି ଅର୍ଦ୍ଧଚନ୍ଦ୍ର ଚିହ୍ନ ଏବଂ ଆଉ ଗୋଟିଏ ପଟେ ଗୋଟିଏ ସ୍କୋର୍ ଲାଇନ୍ ରହିଥାଏ । ଆଜିର ସମୟରେ ଏହି ମେଡିସିନର ଉତ୍ପାଦନ ସବୁଠାରୁ ଅଧିକ ସିରିୟା ଏବଂ ଲେବାନନରେ ହେଉଛି । ରିପୋର୍ଟ ମୁତାବକ , ଏହି ବଟିକାରୁ ୫ ବିଲିୟନ୍ ଡଲାର ପର୍ଯ୍ୟନ୍ତ ଆୟ ହୋଇଥାଏ ଯାହାକୁ ଆତଙ୍କୀ ସଙ୍ଗଠନକୁ ସପ୍ଲାଇ କରାଯାଏ ।