କମ୍ପାନିକୁ ପାନେ ... ମାନସିକ ଚାପ ଦେଉଥିଲା କମ୍ପାନି , ଟଏଲେଟ୍ ପେପରରେ ଲେଖିଲେ ଇସ୍ତଫାପତ୍ର

‘କମ୍ପାନି ନିଜ କର୍ମଚାରୀଙ୍କ ସହ ଏଭଳି ବ୍ୟବହାର କରିବା ଦରକାର ଯେତେବେଳେ ଜଣେ ଚାକିରି ଛାଡ଼ି ଅନ୍ୟତ୍ର ଯାଉଛନ୍ତି ସେତେବେଳେ ରାଗରେ ନୁହଁ ବରଂ ଧନ୍ୟବାଦ ଦେଇ ବିଦାୟ ନେବେ ।’

Employee PKG

Employee PKG Photograph: (KANAK NEWS)

ମତେ ଗୋଟିଏ ଟଏଲେଟ୍ ପେପର୍ ପରି ଅନୁଭବ ହେଲା , ଦରକାର ପଡ଼ିଲେ ବ୍ୟବହାର କରିଦିଅ ଆଉ ପରେ ଫୋପାଡିଦିଅ .. ଏକଥା ଆମେ କହୁନୁ ଏଭଳି ସମ୍ବେଦନଶୀଳ ଲେଖା ଜଣେ କର୍ମଚାରୀ ଚାକିରି ଛାଡ଼ିବା ସମୟରେ ନିଜ ଇସ୍ତଫାପତ୍ରରେ ଲେଖିଛନ୍ତି । 

Letter
Letter Photograph: (google)

ପେଟ ଚାଖଣ୍ଡକ ପାଇଁ ମଣିଷ କେତେ ପରିଶ୍ରମ କରେ । କେହି କେହି ବ୍ୟବସାୟ କରି ଗୁଜୁରାଣ ମେଣ୍ଟାନ୍ତି ତ ଆଉ କିଏ ଚାକିରି କରି କର୍ମକ୍ଷେତ୍ରରୁ ଦରମା ପାଇ ପେଟ ପୋଷନ୍ତି । କିନ୍ତୁ ବେଳେବେଳେ କାର୍ଯ୍ୟାଳୟର ବାତାବରଣ ହେଉ କିମ୍ବା ଉପରିସ୍ଥ ଅଧିକାରୀଙ୍କ ଚାପ ଯୋଗୁଁ ଅନେକ କର୍ମଚାରୀ ମାନସିକ ଅବସାଦରେ ରହିଥା’ନ୍ତି । ଆପଣ ଅନେକ ଖବର ଶୁଣିଥିବେ ଯେ କେମିତି ଅଫିସରଙ୍କ ଚାପ ଯୋଗୁଁ କିଛି କର୍ମଚାରୀ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ମଧ୍ୟ ନେଇଛନ୍ତି । କିଛି ଦିନ ତଳେ ତ ଟାର୍ଗେଟ୍ ପୂରଣ ନ କରିବାରୁ ଗୋଟିଏ ବ୍ୟାଙ୍କ୍ ତାଙ୍କ କର୍ମଚାରୀଙ୍କ ବେକରେ ବେଲ୍ଟ ବାନ୍ଧି କୁକୁର ଭଳି ତଳେ ଚଲାଉଥିଲେ । ଏଭଳି ଖବର ସାମ୍ନାକୁ ଆସିଲେ ମାନବିକତା ପ୍ରତି ମୋହ ଭାଙ୍ଗି ଯାଉଛି । ବର୍ତ୍ତମାନ ଏଭଳି ଆଉ ଏକ ଖବର ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି ଯାହାକୁ ଦେଖି ୟୁଜର୍ସଙ୍କ ମନ କାନ୍ଦି ଉଠିଛି । 

company
company Photograph: (google)

ସାଧାରଣତଃ ଜଣେ କର୍ମଚାରୀ ଇସ୍ତଫାପତ୍ର କାଗଜରେ କିମ୍ବା କମ୍ପ୍ୟୁଟରରେ ଟାଇପ୍ କରି ଉପରିସ୍ଥ ଅଧିକାରୀଙ୍କୁ ଦେଇଥାଏ । କିନ୍ତୁ ଏହି ଘଟଣାରେ କର୍ମଚାରୀଙ୍କୁ ତାଙ୍କ କର୍ମକ୍ଷେତ୍ର ଏଭଳି ବ୍ୟବହାର ଦେଖାଇଲା ଯେ ସେ ନିଜ ଇସ୍ତଫାପତ୍ର ଟଏଲେଟ୍ ପେପରରେ ଲେଖିଦେଲେ । ଆଉ ଟଏଲେଟ୍ ପେପରରେ ଲେଖିଥିବା ଇସ୍ତଫାକୁ ନିଜ ମାଲିକଙ୍କ ହାତରେ ଦେଲେ । ଘଟଣାଟି ହେଉଛି ସିଙ୍ଗାପୁରର । ଏଠାକାର ଜଣେ କର୍ମଜୀବୀ ମହିଳା ଏଞ୍ଜେଲା ୟୋହ ଯେତେବେଳେ ଜଣେ କର୍ମଚାରୀଙ୍କ ଇସ୍ତଫାପତ୍ର ଦେଖିଲେ ତାଙ୍କ ଲୋମ ଟାଙ୍କୁରୀ ଉଠିଲା । ସୋସିଆଲ୍ ମିଡିଆରେ ଏନେଇ ପୋଷ୍ଟ୍ କରି ସେ ପ୍ରଶ୍ନ କଲେ ଯେ ‘ପ୍ରତିଟି କମ୍ପାନି ନିଜ କର୍ମଚାରୀଙ୍କ କାମ କରିବା ତରିକାକୁ ବିଚାରକୁ ନିଏ ନା’ ସେମାନଙ୍କ ଭାବାବେଗକୁ ବି ସମ୍ମାନ ଦିଏ ?’ ସେ ଉକ୍ତ କର୍ମଚାରୀଙ୍କ ଦୁଃଖଭରା କାହାଣୀକୁ ନିଜ LinkedIn ଆକାଉଣ୍ଟରେ ସେୟାର୍ କଲେ ଯାହାକୁ ଏ ପର୍ଯ୍ୟନ୍ତ ଲକ୍ଷାଧିକ ଲୋକ ଦେଖିସାରିଛନ୍ତି । ସେ ଏନେଇ ଆଗକୁ ଲେଖିଥିଲେ ଯେ ‘କମ୍ପାନି ନିଜ କର୍ମଚାରୀଙ୍କ ସହ ଏଭଳି ବ୍ୟବହାର କରିବା ଦରକାର ଯେତେବେଳେ ଜଣେ ଚାକିରି ଛାଡ଼ି ଅନ୍ୟତ୍ର ଯାଉଛନ୍ତି ସେତେବେଳେ ରାଗରେ ନୁହଁ ବରଂ ଧନ୍ୟବାଦ ଦେଇ ବିଦାୟ ନେବେ ।’ ଏହି ପୋଷ୍ଟ୍ ସେୟାର୍ କଲା ବେଳେ ସେ ଉକ୍ତ ଟଏଲେଟ୍ ପେପରର ଫଟୋ ମଧ୍ୟ ସେୟାର୍ କରିଥିଲେ।  

Toilet letter
Toilet letter Photograph: (google)

ପୋଷ୍ଟଟିକୁ ଯିଏ ବି ଦେଖିଲେ କମେଣ୍ଟ୍ କରି କହିଲେ ଯେ କର୍ମଚାରୀଙ୍କ ସାହସକୁ ମାନିବାକୁ ପଡିବ । ଆମେ ପ୍ରତିଦିନ ଚାକିରି କ୍ଷେତ୍ରରେ ଏମିତି ଅସୁବିଧାର ସମ୍ମୁଖୀନ ହେଉ କିନ୍ତୁ କେବେ ବି ମୁହଁ ଖୋଲିବାର ସାହସ ଜୁଟାଇ ପାରିନୁ । ଜଣେ କର୍ମଚାରୀ ଟଏଲେଟ୍ ପେପରରେ ଇସ୍ତଫା ଲେଖୁଛନ୍ତି ଅର୍ଥ କମ୍ପାନିର ବ୍ୟବହାର ତାଙ୍କ ଆତ୍ମାକୁ କେତେ ବାଧି ନଥିବ । କିଛି ୟୁଜର୍ସ ଏହି ପୋଷ୍ଟରେ କମେଣ୍ଟ୍ କରି କହିଛନ୍ତି ଯେ କମ୍ପାନି ତ ଭଲ କିନ୍ତୁ ମ୍ୟାନେଜର୍ ଏବଂ ସହ କର୍ମଚାରୀଙ୍କ ବ୍ୟବହାର ଯୋଗୁଁ କିଛି ଲୋକ ଚାକିରି ଛାଡ଼ିବାକୁ ବାଧ୍ୟ ହୁଅନ୍ତି । ଆଉ କିଛି ୟୁଜର୍ସ ଏହି ପୋଷ୍ଟରେ କ୍ଷୋଭ ପ୍ରକାଶ କରି ଲେଖିଛନ୍ତି ଯେ କିଛି କମ୍ପାନି ଅଧାରୁ ବନ୍ଦ ହୋଇଯାଏ ଯାହା ପଛର କାରଣ କର୍ମଚାରୀଙ୍କ ଲୁହ ଆଉ ନିଶ୍ବାସ । 


 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe