କନକ ବ୍ୟୁରୋ : ଚଳିତ ବର୍ଷ ଅକ୍ଟୋବର ୨ ତାରିଖ ଚାରିଆଡ଼େ ଗାନ୍ଧୀ ଜୟନ୍ତୀ ପାଳନ କରାଯାଉଥିବା ବେଳେ ଗଜପତି ଜିଲ୍ଲା ଦେଖିଥିଲା ଭୂସ୍ଖଳନ । ଭୂସ୍ଖଳନ ଫଳରେ ମାଟିଅତଡ଼ା ଖସି ଅନେକ ଲୋକଙ୍କ ଜୀବନଜୀବିକା ଉଜୁଡ଼ିଗଲା । ୪ ରୁ ଅଧିକ ଲୋକଙ୍କର ଜୀବନ ଯାଇଥିଲା । ୩୨୫୭ ହେକ୍ଟର ଜମିରେ ପଶିଥିଲା ପାଣି ଏବଂ ଉଜୁଡ଼ି ଯାଇଥିଲା ହେକ୍ଟର ହେକ୍ଟର ଫସଲ । ରାସ୍ତା ଓ ଘରଦ୍ବାର ନଷ୍ଟ ହେବା ସଙ୍ଗେ ଜିଲ୍ଲାରେ ପାଖାପାଖି ଶହେ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିଲା । ରାୟଗଡ଼ ବ୍ଲକ୍ ପେକେଟ ଗାଁର ବାପପୁଅ ନିଖୋଜ ହୋଇଯାଇଥିବା ବେଳେ ଆଜିଯାଏଁ ସେମାନଙ୍କ ପତ୍ତା ମିଳିପାରିନି । ଏଯାବତ୍ ସେହି ବିପର୍ଯ୍ୟୟର କ୍ଷତିଭରଣା ହୋଇ ନଥିବା ବେଳେ ପୁଣି ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’କୁ ନେଇ ଜିଲ୍ଲାବାସୀ ଆତଙ୍କିତ । 

Advertisment

ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ମୋନ୍ଥା’; ୨୮ରେ ଆନ୍ଧ୍ର ଉପକୂଳ ଛୁଇଁବ, ଓଡ଼ିଶା ପାଇଁ ରେଡ୍ ୱାର୍ଣ୍ଣିଂ

Cyclone-mantha-update
Cyclone-mantha-update Photograph: (google)

‘ମୋନ୍ଥା’ ସୀମାନ୍ତ ଆନ୍ଧ୍ରର ଶ୍ରୀକାକୁଲାମ ଉପକୂଳରେ ସ୍ଥଳଭାଗକୁ ଛୁଇଁବ ବୋଲି ପାଣିପାଗ ବିଭାଗ ଆକଳନ କରୁଛି । ଫଳରେ ଗଜପତି ଜିଲ୍ଲା ଉପରେ ଏହାର ଯଥେଷ୍ଟ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି । ଭୂସ୍ଖଳନପ୍ରବଣ ଅଞ୍ଚଳରେ ସତର୍କ ସୂଚନା ଜାରି ହୋଇଛି । ବାତ୍ୟା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ସମସ୍ତ ୭ଟି ବ୍ଲକ୍‌ରେ ବରିଷ୍ଠ ଅଧିକାରୀମାନଙ୍କୁ ନୋଡାଲ୍ ଅଧିକାରୀ ଭାବେ ନିୟୋଜିତ କରିଛି । ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ ସହ ମୁଖ୍ୟାଳୟ ନଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାରେ ୨୫୪ ଅସ୍ଥାୟୀ ଓ ୬ଟି ସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ସହ ଆବଶ୍ୟକ ସାମଗ୍ରୀ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଅତିରିକ୍ତ ଜିଲ୍ଲାପାଳ ମୁନୀନ୍ଦ୍ର ହୋନନାଗା କହିଛନ୍ତି । ସେହିଭଳି ଜିଲ୍ଲାର ସମସ୍ତ ଭୂସ୍ଖଳନପ୍ରବଣ ଅଞ୍ଚଳ ଓ ସମ୍ଭାବ୍ୟ ଭୂସ୍ଖଳନସ୍ଥଳ ନିକଟରେ ରହୁଥିବା ଲୋକଙ୍କୁ ସତର୍କ ରହିବାକୁ ମାଇକ୍ ଜରିଆରେ ପରାମର୍ଶ ଦିଆଯାଇଛି । ଜିଲ୍ଲାପାଳ ମଧୁମିତାଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ସ୍ବତନ୍ତ୍ର ରିଲିଫ କମିସନର ଭିସି ଯୋଗେ ସମୀକ୍ଷା କରିଛନ୍ତି । 

କେମିତି ସୃଷ୍ଟି ହୁଏ ଭୀଷଣ ବାତ୍ୟା ? ସମୁଦ୍ର ଭିତରେ ଏମିତି ଗୋଟାଏ ବଳ

ମୋଟାମୋଟି ଭାବେ ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ ରହିଥିବା ଶ୍ରୀ ହୋନନାଗା ସୂଚନା ଦେଇଛନ୍ତି । ଜିଲ୍ଲା ପ୍ରଶାସନର ଖାମଖିଆଲି ଗତ ୨ ତାରିଖ ଭୂସ୍ଖଳନ କ୍ଷୟକ୍ଷତିର ତଥ୍ୟ ରାଜ୍ୟ ସରକାରଙ୍କ ପାଖରେ ଉପସ୍ଥାପନ ହୋଇପାରିନି ।  ପ୍ରାକୃତିକ ବିପର୍ଯ୍ୟୟପ୍ରବଣ ଏହି ଜିଲ୍ଲା ପ୍ରତି ସରକାର ଅଣଦେଖା କରୁଛନ୍ତି ବୋଲି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ଅଭିଯୋଗ କରିଛନ୍ତି । କୌଣସି ମନ୍ତ୍ରୀ କିମ୍ବା ସଚିବ କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ଆସିଲେନି । ସ୍ଵତନ୍ତ୍ର ସହାୟତା ରାଶି ଘୋଷଣା ନହେବା ପରିତାପର ବିଷୟ ବୋଲି ସେ କହିଛନ୍ତି ।