କନକ ବ୍ୟୁରୋ : ଥରେ ଭାରତୀୟ ପ୍ରାଶାସନିକ ସେବା (IAS) ସାକ୍ଷାତକାରରେ ପଚରାଯାଇଥିଲା ଯେ କେଉଁ ଡାଲି ମଣିଷ ମାଂସ ଖାଏ ? ଏହାର ଉତ୍ତର ସେତେବେଳେ କେହି ଦେଇପାରିନଥିଲେ । କାରଣ ଆମେ ପିଲାଟିବେଳୁ ଜାଣୁ ଯେ ଡାଲି ଏବଂ ଅନ୍ୟ ଶସ୍ୟଜାତୀୟ ପଦାର୍ଥ ଦେହ ପାଇଁ କେତେ ଭଲ । କିନ୍ତୁ ଏଭଳି ଏକ ପ୍ରଶ୍ନ ଯାହାକୁ ବି ଡରାଇଦେବ କାରଣ ପ୍ରତିଦିନ ଖାଇବା ଥାଳିରେ ପରଷା ଯାଉଥିବା ଖାଦ୍ୟ ଯଦି ଖାଦକକୁ ହିଁ ଖାଇବ ତା’ହେଲେ ଏହାଠାରୁ ବଡ଼ ଡର ଆଉ କ’ଣ ହୋଇପାରେ ! କିନ୍ତୁ ଏଥିରେ ମଧ୍ୟ ଏକ ଟ୍ବିଷ୍ଟ୍ ରହିଛି । ଯେହେତୁ IAS ର ପ୍ରଶ୍ନ ଏତେ ସିଧା କେମିତି ହୋଇପାରେ , ପ୍ରଶ୍ନକର୍ତ୍ତା ଅତି ଚତୁରତାର ସହ ଏହି ପ୍ରଶ୍ନକୁ ପଚାରିଥିଲେ । ତେବେ ଆସନ୍ତୁ ଜାଣିବା ଏହି ପ୍ରଶ୍ନର ପ୍ରକୃତ ଉତ୍ତର କ’ଣ । ପ୍ରଶ୍ନର ଉତ୍ତର ହେଉଛି ମୁଗଡ଼ାଲି । ଆଜ୍ଞା ହଁ ମୁଗଡ଼ାଲି ଯାହାକୁ ପ୍ରତିଦିନ ଆମ ମାଆ , ଭଉଣୀ ରୋଷେଇ କରିଥା’ନ୍ତି ଏବଂ ଆମେ ବଡ଼ ଆନନ୍ଦର ସହ ଖାଇଥାଉ । ପୁଷ୍ଟିକର ଏବଂ ସହଜରେ ହଜମ ହେଉଥିବା ଏହି ଡାଲିକୁ ରୋଗୀ ଏବଂ ପିଲାମାନଙ୍କୁ ଅଧିକ ଖାଇବାକୁ ଦିଆଯାଏ । ତେବେ ଯଦି ଏହା ପୁଷ୍ଟିସାରର ଗନ୍ତାଘର ତା’ହେଲେ ଏହାକୁ କାହିଁକି ମଣିଷ ମାଂସଖିଆ ଡାଲି କୁହାଗଲା ଆସନ୍ତୁ ଜାଣିବା ।
ସବୁଜ ମୁଗ ଡାଲି , ଯାହା ସାଧାରଣତଃ ପ୍ରତ୍ୟେକ ଘରେ ଖିଆଯାଏ । ପୁଷ୍ଟିସାରର ଭଣ୍ଡାର ବୋଲାଉଥିବା ଏହି ଡାଲିରେ ପ୍ରୋଟିଓଲାଇଟିକ୍ ଏନଜାଇମ୍ ନାମକ ଏକ ବିଶେଷ ପ୍ରକାରର ପ୍ରୋଟିନ୍ ଥାଏ । ଏହି ଏନଜାଇମ୍ ପାଚନ ପ୍ରକ୍ରିୟା ପ୍ରଣାଳୀକୁ ଉନ୍ନତ କରିବାରେ ସାହାଯ୍ୟ କରେ । ଯାହାର ମୁଖ୍ୟ କାମ ହେଉଛି ଶରୀରରୁ ଅପରିଷ୍କାର ତତ୍ତ୍ବକୁ ବାହାର କରିବା । ଯାହା ଜମିଥିବା ଚର୍ବି ଏବଂ ମୃତ କୋଷିକା ଭାବେ ଶରୀରରେ ଥାଏ । ଏଥିପାଇଁ ଯେତେବେଳେ କୁହାଯାଏ ଯେ ମୁଗ ଡାଲି "ମଣିଷ ମାଂସ ଖାଏ", ଏହାର ଅର୍ଥ ନୁହେଁ ଯେ ଏହା ପ୍ରକୃତରେ କାହାର ମାଂସ ଖାଏ । ଏହାକୁ ଆପଣ କେବଳ ଏକ ପ୍ରବାଦ ରୂପେ ନେଇପାରିବେ । ଏହି ଡାଲିକୁ ଓଜନ କମାଇବା ପାଇଁ ରାମବାଣ ବୋଲି କୁହାଯାଏ ଅର୍ଥାତ ସୁସ୍ଥ ରହିବା ପାଇଁ ଏହା ଏକ ସର୍ବୋତ୍ତମ ଆହାର । ଖାଲି ଓଜନ କମାଇବାରେ କାହିଁକି ଉଚ୍ଚ ରକ୍ତଚାପ, ପାଚନ ସମସ୍ୟା ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟାକୁ ମଧ୍ୟ ଏହା କଣ୍ଟ୍ରୋଲ୍ କରେ ।
ବନ୍ଦେ ଭାରତ ଟ୍ରେନରେ କ୍ରୁଜର ମଜା : ନୂଆ ଲୁକରେ ଆସୁଛି ବନ୍ଦେ ଭାରତ ଏକ୍ସପ୍ରେସ୍ , ଆଖି ଖୋସିଦେବ ଟ୍ରେନର ଡିଜାଇନ୍
ଶାକାହାରୀଙ୍କ ପାଇଁ ମୁଗଡାଲି ବହୁତ ଭଲ । କାରଣ ଏହା ସେମାନଙ୍କ ଶରୀରକୁ ପର୍ଯ୍ୟାପ୍ତ ପୁଷ୍ଟିସାର ଯୋଗାଇଥାଏ । ସବୁଜ ମୁଗ ଡାଲିରେ ଫାଇବରର ମାତ୍ରା ଅଧିକ ଥାଏ । ଯାହା ଖାଇବା ଦ୍ବାରା ପେଟ ଅଧିକ ସମୟ ଧରି ଫୁଲ୍ ରୁହେ ଏବଂ ଆଉ ଖାଇବାକୁ ପଡ଼େ ନାହିଁ । ଯେଉଁମାନେ ମୁଗ ଡାଲିର ସେବନ କରନ୍ତି ସେମାନଙ୍କ ଶରୀର ପତଳା ରହିବା ସଙ୍ଗେ ସଙ୍ଗେ ପାଚନ କ୍ରିୟା ମଧ୍ୟ ଭଲ ରୁହେ । ଏଥିରେ ପୋଟାସିୟମ୍ ଏବଂ ମ୍ୟାଗ୍ନେସିୟମ୍ ଭଳି ଖଣିଜ ପଦାର୍ଥ ରହିଛି, ଯାହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ ରଖେ । ପୁଷ୍ଟିକର ଏବଂ ସହଜରେ ହଜମ ହେଉଥିବାରୁ, ମୁଗ ଡାଲି ପିଲାଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଏକ ଭଲ ଖାଇବା । ଏହା ସବୁ ବୟସର ଲୋକଙ୍କ ପାଇଁ ଭଲ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/10/26/manisakhia-mugadali-pkg-t-2025-10-26-21-28-22.jpg)