ପହଲଗାମ୍ ବୈସରଣ ଉପତ୍ୟକାରେ ଆତଙ୍କବାଦୀଙ୍କ ବର୍ବର ଆକ୍ରମଣ ପରେ ଭାରତ ଆତଙ୍କୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କସରତ ଆରମ୍ଭ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ପହଲଗାମ୍ ଆତଙ୍କୀଙ୍କୁ ମାଟିରେ ମିଶାଇ ଦିଆଯିବ । ଭାରତୀୟ ସେନା ସହ ନୌସେନା ଏବଂ ବାୟୁସେନା ମଧ୍ୟ ନିଜକୁ ପ୍ରସ୍ତୁତ ରଖିଛନ୍ତି । ଭାରତର ଆଭିମୁଖ୍ୟକୁ ଦେଖି ଆତଙ୍କୀଙ୍କ ପେଣ୍ଠସ୍ଥଳୀ ପାକିସ୍ତାନ ଏବେ ନିଜେ ଆତଙ୍କରେ ରହିଛି । ଭାରତ ଅସାମରିକ ପଦକ୍ଷେପ ସ୍ବରୂପ ସିନ୍ଧୁ ଜଳ ଚୁକ୍ତିକୁ ବନ୍ଦ କରିଦେବାକୁ ଘୋଷଣା କରିଛି , ଯେଉଁ କାରଣରୁ ପାକିସ୍ତାନ ଛଟପଟ ହେଉଛି । ଥରେ ଭାବନ୍ତୁ ଯଦି ଭାରତ ନିଜର ସମ୍ପୂର୍ଣ୍ଣ ଶକ୍ତି ସହିତ ଆକ୍ରମଣ କରିବ ତେବେ ପଡୋଶୀ ଶତ୍ରୁ ଦେଶର ଅବସ୍ଥା କ’ଣ ହେବ ? ଭାରତୀୟ ସେନା ଏବେ ଅନ୍ତର୍ଜାତୀୟ ସୀମାରେ ଏକ ବଡ଼ ସାମରିକ ଅଭ୍ୟାସ କରିଛି । ସେନା ଘାତକ ଅର୍ଜୁନ ଟ୍ୟାଙ୍କ ସହିତ ପାକିସ୍ତାନ ସୀମା ନିକଟରେ ଅଭ୍ୟାସ କରିଛି । । ଭାରତୀୟ ସେନାର ଏହି ପଦକ୍ଷେପରେ ପାକିସ୍ତାନର ହୋସ୍ ଉଡିଯାଇଛି । ଯେଉଁଥିପାଇଁ ପିଓକେରେ ପାକିସ୍ତାନୀ ସେନାର ବଡ଼ ମୁଭମେଣ୍ଟ୍ ମଧ୍ୟ ଦେଖିବାକୁ ମିଳିଛି । 

Advertisment
tanker
tanker Photograph: (google)

ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ନିଜର ଆଭିମୁଖ୍ୟକୁ କଡା କରିଛି । ଯାହାଦ୍ୱାରା ପାକିସ୍ତାନରେ ଆତଙ୍କ ଏବଂ ଭୟର ବାତାବରଣ ସୃଷ୍ଟି ହୋଇଛି । ଭାରତୀୟ ସେନା ନିଜର ପ୍ରସ୍ତୁତିକୁ ସମ୍ପୂର୍ଣ୍ଣ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛି । ସେନା ଜୈସଲମେର ସୀମାରେ ଅର୍ଜୁନ ଟ୍ୟାଙ୍କ ସହିତ ନିଜର ସାମରିକ ଶକ୍ତି ପ୍ରଦର୍ଶନ କରିଛି । ସେନାର ଯବାନମାନେ ଅର୍ଜୁନ ଟ୍ୟାଙ୍କ ସହିତ ଯୁଦ୍ଧାଭ୍ୟାସ କରିଛନ୍ତି । ଯେଉଁଠାରେ ଏହି ଅଭ୍ୟାସ କରାଯାଇଛି, ତାହା ପାକିସ୍ତାନ ସୀମା ନିକଟରେ ଅବସ୍ଥିତ । କହିରଖୁଛୁ ଯେ ଏହି ଖବର ଏଭଳି ସମୟରେ ଆସିଛି, ଯେତେବେଳେ ପାକିସ୍ତାନୀ ସେନାର ମୁଜାଫରାବାଦରେ ଏକ ବଡ଼ ମୁଭମେଣ୍ଟ ଦେଖାଯାଇଛି । କୁହାଯାଉଛି ଯେ ପାକିସ୍ତାନ ସେନା ଯବାନମାନଙ୍କୁ ଏଲଓସିରେ ଏକାଠି କରିବାରେ ଲାଗିଛି । ଭାରତ ଏହା ଉପରେ ନଜର ରଖିଛି ।

arjun tank
arjun tank Photograph: (google)

ସୂଚନାଯୋଗ୍ୟ ଯେ, ଆତଙ୍କବାଦୀଙ୍କ ଦ୍ୱାରା ପହଲଗାମର ବୈସରନ ପଡ଼ିଆରେ ୨୬ ଜଣଙ୍କର ନରସଂହାର ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ନୂଆ ସ୍ତରରେ ପହଞ୍ଚିଛି । ଆତଙ୍କବାଦୀଙ୍କ ଏହି କାପୁରୁଷ କାର୍ଯ୍ୟକୁ ସମଗ୍ର ଦେଶ ବିରୋଧ କରୁଛି । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ନିଜର ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ଆତଙ୍କବାଦୀଙ୍କ ହ୍ୟାଣ୍ଡଲର୍ସ ଏବଂ ସମର୍ଥକମାନଙ୍କୁ ଖୋଜି ବାହାର କରାଯିବ ଏବଂ ପାତାଳରେ ଲୁଚିଥିଲେ ବି ସେମାନଙ୍କୁ ଖୋଜି ପ୍ରତିଶୋଧ ନିଆଯିବ । ସେହିପରି ଜମ୍ମୁ-କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ଶନିବାର ଶ୍ରୀନଗରରେ ସେନା ପ୍ରମୁଖ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କ ସହିତ ଏକ ସୁରକ୍ଷା ସମୀକ୍ଷା ବୈଠକ କରିଥିଲେ । ଉପରାଜ୍ୟପାଳ ସେନାକୁ କହିଥିଲେ ଯେ ପହଲଗାମ ଆତଙ୍କବାଦୀ ଆକ୍ରମଣର ଦୋଷୀମାନଙ୍କୁ ଧରିବା ପାଇଁ ସେମାନେ ସମସ୍ତ ପ୍ରକାର ବଳ ପ୍ରୟୋଗ କରିବେ