ଶନିବାର ଦ୍ବିପ୍ରହରରେ ଝେଲମ୍ ନଦୀର ଜଳସ୍ତର ଅଚାନକ ବଢ଼ିବା କାରଣରୁ ପାକିସ୍ତାନ କବଜାରେ ଥିବା ପିଓକେରେ ଆଲର୍ଟ ଜାରି କରାଯାଇଛି । ପ୍ରଶାସନ ଏହି କ୍ଷେତ୍ରରେ ଏମରଜେନ୍ସି ଘୋଷଣା କରିଛି । ସ୍ଥାନୀୟ ନାଗରିକଙ୍କୁ ଯଥାଶୀଘ୍ର ସୁରକ୍ଷିତ ସ୍ଥାନକୁ ନିଆଯିବା ପାଇଁ ଚେତାବନୀ ଦିଆଯାଇଛି । ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଝେଲମ୍ ନଦୀର ଜଳସ୍ତର ଅଚାନକ ବଢ଼ିଗଲା ଯାହାଦ୍ବାରା ଗାରି ଦୁପଟ୍ଟା, ମଝୋଇ ଏବଂ ମୁଜଫରାବାଦ ଭଳି ଅଞ୍ଚଳରେ ଭୟର ବାତାବରଣ ରହିଛି । ମସଜିଦ ମାଇକ୍ରେ ଲଗାତାର ଲୋକଙ୍କୁ ସତର୍କ କରାଯାଉଛି । ପାକିସ୍ତାନର ଅଧିକାରୀ ଏବଂ ସ୍ଥାନୀୟ ଲୋକ ଏନେଇ ଭାରତ ବିରୁଦ୍ଧରେ ଅଭିଯୋଗ କରି କହିଛନ୍ତି ଯେ, ବିନା କୌଣସି ପୂର୍ବ ସୂଚନା ଦେଇ ଅନନ୍ତନାଗର ଝେଲମ୍ ନଦୀରେ ଭାରତ ପାଣି ଛାଡି ଦେଇଛି । ଯାହାଦ୍ବାରା ଚକୋଠି ସୀମା ଦେଇ ପାଣି ପିଓକେରେ ପ୍ରବେଶ କରିଛି । ଭାରତ ଜାଣିଶୁଣି ପାକିସ୍ତାନକୁ ହଇରାଣ କରିବା ପାଇଁ ଏଭଳି ପଦକ୍ଷେପ ନେଇଛି ।
/kanak/media/media_files/2025/04/27/IHaZq4NXR8ZotZ3onAVj.jpg)
ଭାରତ ଉପରେ ପାକିସ୍ତାନ ଅଭିଯୋଗ ଲଗାଇଛି କି ମୁଜଫରାବାଦର ପାଖାପାଖି ଅଞ୍ଚଳରେ ବହିଥିବା ଝେଲମ୍ ନଦୀରେ ବିନା କୌଣସି ସୂଚନା ଦେଇ ପାଣି ଛାଡ଼ି ଦେଇଛି ଭାରତ । ମୁଜଫରାବାଦ ପ୍ରଶାସନ ଏନେଇ ଜଳ ଏମରଜେନ୍ସି ଲାଗୁ କରିଛି । ଉରିର ଅନନ୍ତନାଗ ଜିଲ୍ଲାରେ ଥିବା ଚକୋଠିରେ ପାଣି ପ୍ରବେଶ କରିବା କାରଣରୁ ଝେଲମ୍ ନଦୀରେ ଭୟଙ୍କର ବାତ୍ୟା ଆସିଗଲା । ଏହାଦ୍ବାରା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଜାତ ହୋଇଛି । ପ୍ରଶାସନ ଲୋକଙ୍କୁ ନଦୀ ପାଖକୁ ନ ଯିବା ପାଇଁ ପରାମର୍ଶ ଦେଉଛି । ଗୃହପାଳିତ ପଶୁ, ଛୋଟ ଛୁଆଙ୍କୁ ବାହାରକୁ ନ ଛାଡ଼ିବା ପାଇଁ ଘନ ଘନ ପ୍ରଚାର କରାଯାଉଛି ।
/kanak/media/media_files/2025/04/27/PXOkD1hDaHWBPk8yk1KZ.jpg)
ପାକିସ୍ତାନ ରାଜନୈତିକ ବିଶେଷଜ୍ଞଙ୍କ ମତରେ ନିକଟରେ ଭାରତ ସିନ୍ଧୁ ଜଳ ସନ୍ଧିକୁ ସ୍ଥଗିତ ରଖିବାର ଧମକ ଦେବା ପରେ ଏଭଳି କିଛି ପଦକ୍ଷେପ ନେବ ବୋଲି ଆଶା କରାଯାଉଥିଲା । ଏହାଦ୍ବାରା ଦୁଇ ଦେଶ ଭିତରେ ବିବାଦ ଆହୁରି ବଢିବ । ଆପଣଙ୍କୁ କହିରଖୁଛୁ ଯେ ୧୯୬୦ ରୁ ସିନ୍ଧୁ ଜଳ ସନ୍ଧି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଜଳ ବିତରଣର ଆଧାର ରହିଆସିଛି ଏବଂ ଏହାରି ଭିତରେ ତିନୋଟି ଯୁଦ୍ଧ ପାର୍ ହୋଇଥିଲେ ହେଁ ଏହି ସନ୍ଧି ଉପରେ କିଛି ପ୍ରଭାବ ପଡ଼ିନାହିଁ । କିନ୍ତୁ ପହଲଗାମ୍ ଆତଙ୍କୀ ଆକ୍ରମଣ ପରେ ଏହି ସନ୍ଧି ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।