ସାତ ଦିନ ତଳେ ସାତ ଜନମ ପାଇଁ ସାଥୀ ହୋଇଥିଲେ, ବଡ଼ ଧୁମଧାମରେ ହୋଇଥିଲା ବାହାଘର । ହାତରୁ ଛାଡି ନଥିଲା ମେହେନ୍ଦି, ପାଦରୁ ଲିଭି ନଥିଲା ଅଳତା । ହନିମୁନ୍ ପାଇଁ ହରିଆଣାରୁ ପତ୍ନୀଙ୍କ ସହ କାଶ୍ମୀର ଆସିଥିଲେ ଭାରତୀୟ ନୌସେନାର ୨୬ ବର୍ଷୀୟ ଲେଫ୍ଟନାଣ୍ଟ୍ ବିନୟ ନରୱାଲ୍ । ଉଭୟ କାଶ୍ମୀର ଘାଟିରେ ଉଠାଇଥିଲେ ଅନେକ ଫଟୋ । କିଏ ଜାଣିଥିଲା ଭାରତର ଭୂସ୍ବର୍ଗରେ ଭାଙ୍ଗିଯିବ ଶଙ୍ଖା, ଉଜୁଡ଼ିଯିବ ସଂସାର । ଦମ୍ପତିଙ୍କ ସବୁ ସ୍ବପ୍ନକୁ ରକ୍ତ ଜୁଡ଼ୁବୁଡ଼ୁ କରିଦେଲେ ଛକିବସିଥିବା ପିଶାଚରୂପୀ ଆତଙ୍କୀ । 

Advertisment
vinay 33
vinay 33 Photograph: (google)

ସ୍ତ୍ରୀ ଆଗରେ ସ୍ବାମୀଙ୍କ ନାଁ ଧର୍ମ ପଚାରି ଗୁଳି ମାରିଦେଲେ ନରହନ୍ତା ଆତଙ୍କବାଦୀ । କିଛି ସମୟ ପୂର୍ବରୁ ହସଖୁସିରେ ଫଟୋ ଉଠାଉଥିବା ସ୍ବାମୀଙ୍କୁ ହରାଇ ନିସ୍ତବ୍ଧ ହୋଇଗଲେ ନବବିବାହିତା । ସେହି ସମୟର ଦୁଃଖଦ ଫଟୋଟି ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା । ମୃତ ସ୍ବାମୀଙ୍କ ମୁଣ୍ଡ ପାଖରେ ଅବାକ୍ ହୋଇ ବସି ବସିଥିଲେ ସ୍ତ୍ରୀ, ଆଉ ସେ ସମୟର ଫଟୋଟି ସାରାଦେଶକୁ ସ୍ତବ୍ଧ କରିଦେଇଛି । ସ୍ବାମୀଙ୍କୁ ହରାଇ ଏକପ୍ରକାର ପଥର ପାଲଟି ଯାଇଥିଲେ ନବବିବାହିତା । ଛାତିକୁ ଚିରିଦେଉଥିବା ଏହି ଫଟୋଟି ସୋସିଆଲ ମିଡ଼ିରେ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। 

pahalgam pic
pahalgam pic Photograph: (google)

ତେବେ ଖାଲି ବିନୟ ନୁହଁନ୍ତି ଆଉ ଜଣେ ସ୍ବାମୀ ମଧ୍ୟ ଆତଙ୍କୀ ଗୁଳିର ଶିକାର ହୋଇଥିଲେ । କାନପୁରର ଶୁଭମ୍ ଦ୍ବିବେଦୀଙ୍କୁ ମଧ୍ୟ ସ୍ତ୍ରୀ ଆଗରେ ଗୁଳି କରି ହତ୍ୟା କରିଥିଲେ ଆତଙ୍କବାଦୀ । ୬ ମାସ ପୂର୍ବରୁ ବିବାହ କରିଥିବା ଶୁଭମଙ୍କୁ ସ୍ତ୍ରୀ ଆଗରେ ଧର୍ମ ପଚାରିଥିଲେ, କଲମା ପଢିବାକୁ ପକାଇଥିଲେ ପ୍ରେସର୍ । କିନ୍ତୁ କଲମା ପଢିବାକୁ ମନା କରିବାରୁ ସିଧା ମୁଣ୍ଡକୁ ମାରିଥିଲେ ଗୁଳି । ଆଉ ସ୍ତ୍ରୀ ଆଗରେ ଚାଲିଯାଇଥିଲା ସ୍ବାମୀ ଶୁଭମଙ୍କ ଜୀବନ । ୧୧ ଜଣ ସଦସ୍ୟଙ୍କ ସହ ଜମ୍ମୁ-କାଶ୍ମୀର ବୁଲିବାକୁ ଆସିଥିବା ଶୁଭମଙ୍କ ପରିବାର ଏବେ ଘରର ଭେଣ୍ଡିଆ ପୁଅର ମୃତଦେହ ନେଇ ଗାଁକୁ ଫେରିଛନ୍ତି । 

subham we
subham we Photograph: (google)

 

subham (2)
subham (2) Photograph: (google)

ଏବେ ପ୍ରଶ୍ନ ଉଠୁଛି ଭାରତର ଭୂସ୍ବର୍ଗକୁ ବୁଲି ଆସିଥିବା ନବ ଦମ୍ପତିଙ୍କ ଭୁଲ କ’ଣ ଥିଲା ? କାଶ୍ମୀର ଆତଙ୍କବାଦୀଙ୍କ ପୈତୃକ ସମ୍ପତ୍ତି କି ? କିଏ କହିଲା ଆତଙ୍କବାଦର ଧର୍ମ ନାହିଁ? ଯଦି ଆତଙ୍କବାଦୀଙ୍କ ଧର୍ମ ନାହିଁ ତା’ହେଲେ ଧର୍ମ ପଚାରିକି ଗୁଳି ମାରିଲେ କାହିଁକି? ହିନ୍ଦୁ କି ମୁସଲିମ୍ ଜାଣିବାକୁ ଉଲଗ୍ନ କରି ଜୀବନ ନେଲେ କାହିଁକି ? କେଉଁ ଅଧିକାରରେ ଆତଙ୍କୀ ସଧବାଙ୍କ ମୁଣ୍ଡରୁ ପୋଛିଦେଲେ ସିନ୍ଦୁର ? ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ କାହିଁକି ନଥିଲେ ସୁରକ୍ଷାକର୍ମୀ ? କ’ଣ ଏମିତି ହେବ ବିକଶିତ ଭାରତର ଆରମ୍ଭ ? ଏତେ ରାଫେଲ୍, ଏତେ ବ୍ରହ୍ମାସ୍ତ୍ର କେବେ କାମରେ ଲାଗିବ ?