ପହଲଗାମ୍ ଘାଟିରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ସାରା ଦେଶ ରକ୍ତ ଚାଉଳ ଚୋବାଉଛି । ପ୍ରତିଟି ଭାରତୀୟ ପାକିସ୍ତାନୀ ଏବଂ ନରପିଶାଚ ଆତଙ୍କବାଦୀଙ୍କୁ ଇଟାର ଜବାବ୍ ପଥରରେ ଦେବା ପାଇଁ ଦାବି କରୁଛନ୍ତି । ସରକାର ମଧ୍ୟ କଠୋର ପଦକ୍ଷେପ ନେବାକୁ ଅଣ୍ଟା ଭିଡିଛନ୍ତି । ଭାରତୀୟଙ୍କୁ ସରକାରଙ୍କ ଉପରେ ଯଥେଷ୍ଟ ବିଶ୍ବାସ ରହିଛି ଯେ ସରକାର କିଛି ନା କିଛି ପଦକ୍ଷେପ ନିହାତି ନେବେ । ତେବେ ବର୍ତ୍ତମାନ ଏହି ଆକ୍ରମଣକୁ ନେଇ ବୃନ୍ଦାବନର ପ୍ରସିଦ୍ଧ ଗୁରୁ ପ୍ରେମାନନ୍ଦ ମହାରାଜ ଜୀ କିଛି ଏମିତି କହିଛନ୍ତି ଯାହାକୁ ଶୁଣିଲେ ଆତଙ୍କବାଦୀଙ୍କୁ ଜହର ପିଇଲା ଭଳି ଲାଗିବ ।
/kanak/media/media_files/2025/04/26/2BZ2ZwW7chbL1KJCVE0M.jpg)
ଆଧ୍ୟାତ୍ମିକ ଗୁରୁ ପ୍ରେମାନନ୍ଦ ମହାରାଜଙ୍କୁ ଅବା କିଏ ନ ଜାଣନ୍ତି । ସୋସିଆଲ୍ ମିଡିଆରୁ ଆରମ୍ଭ କରି ସାରା ଦେଶରେ ପ୍ରସିଦ୍ଧି ଲାଭ କରିଥିବା ଗୁରୁଙ୍କୁ ଦର୍ଶନ କରିବା ପାଇଁ ଦେଶ ବିଦେଶରୁ ଶ୍ରଦ୍ଧାଳୁ ବୃନ୍ଦାବନକୁ ଛୁଟି ଆସିଥା’ନ୍ତି । ସେ ନିଜ ସତସଙ୍ଗ୍ ମାଧ୍ୟମରେ ଶ୍ରଦ୍ଧାଳୁଙ୍କୁ ସାଂସାରିକ ଏବଂ ଆଧ୍ୟାତ୍ମିକ ଜୀବନର ଗୁରୁ ଜ୍ଞାନ ଦେଇଥା’ନ୍ତି । କିନ୍ତୁ ବର୍ତ୍ତମାନ ପହଲଗାମ୍ ଘାଟିରେ ଘଟିଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ଆକ୍ରୋଶରେ ଆସିଛନ୍ତି ଗୁରୁ ପ୍ରେମାନନ୍ଦ ମହାରାଜ । ସେ କହିଛନ୍ତି , ‘ଆତଙ୍କୀଙ୍କ ବୁଦ୍ଧି ଭ୍ରଷ୍ଟ ହେଲାଣି । ଏଭଳି ଅଧର୍ମୀଙ୍କ ବିନାଶ ହେବା ନିତାନ୍ତ ଜରୁରୀ । କେଉଁ ଧର୍ମ କୁହେ ନାହିଁ ଯେ ଯାଅ ନୀରିହଙ୍କୁ ଜୀବନରୁ ମାର । ଅନ୍ୟକୁ ଦୁଃଖ,କଷ୍ଟ,ପୀଡ଼ା ଦେବାକୁ କେଉଁ ଧର୍ମ କହିନାହିଁ । ଯେ ନିଜେ ଲାଗୁ କରିଥିବା ନିଚ୍ଚ ନିୟମକୁ ଧର୍ମର ନାଁ ଦେଉଛନ୍ତି , ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ନିତାନ୍ତ ଜରୁରୀ ।’
/kanak/media/media_files/2025/04/26/Cwt8rkWKLlfy8BLrQpF6.jpg)
ପ୍ରେମାନନ୍ଦ ମହାରାଜଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ‘ଭଜନ ମାର୍ଗ ଅଫିସିଆଲ୍’ରେ ଗୋଟିଏ ଭିଡିଓ ଜାରି କରାଯାଇଛି । ଏଥିରେ ସନ୍ଥ କହିଛନ୍ତି ଯେ ପ୍ରତିଟି ଭାରତୀୟ ଏବେ ଆକ୍ରୋଶରେ ଅଛନ୍ତି । ଯେଉଁ ଧର୍ମ ଅନ୍ୟର ଅନିଷ୍ଠ କରିବାକୁ କୁହେ ତାହା ଧର୍ମ ନୁହଁ ‘ଅଧର୍ମ’ । ରାକ୍ଷସ ସ୍ବଭାବ କେବେ ବି ଧର୍ମ ହୋଇପାରିବ ନାହିଁ । ଜଣେ ବ୍ୟକ୍ତି ପାଇଁ ଯଦି ପୂରା ଗାଁ ନଷ୍ଟ ହେଉଛି କିମ୍ବା ଗୋଟିଏ ଜିଲ୍ଲା ପାଇଁ ପୂରା ଦେଶ ତେବେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର । ମଳିନ , ରାକ୍ଷସ ସ୍ବଭାବର ବ୍ୟକ୍ତି ହିଁ ନୀରିହଙ୍କୁ ମାରି ନିଜକୁ ବଡ଼ ଭାବନ୍ତି । ଅନ୍ୟର ବିନାଶ କରିବା , ପୀଡ଼ା ଦେବା ଆଦୌ ଧର୍ମ ପଦବାଚ୍ୟ ନୁହେଁ । ଏଭଳି ଖଳ ପ୍ରକୃତିର ଲୋକଙ୍କୁ କଡ଼ା ଦଣ୍ଡ ଦେବା ଦରକାର, ଏହା ହିଁ ଧର୍ମ । ଯଦି ଆଜି ଏଭଳି ଲୋକଙ୍କ ବିରୋଧ ନ କରାଯାଏ , ଏମାନଙ୍କୁ ନ ରୋକାଯାଏ ତା’ହେଲେ କାଲି ଏମାନେ ଅନ୍ୟ ନୀରିହଙ୍କୁ ମାରିବେ ।