ମେଗାଷ୍ଟାର୍ କୁହନ୍ତୁ କିମ୍ବା ବଲିଉଡର ବିଗ୍ ବି ହିନ୍ଦୀ ସିନେମା ଜଗତରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତା ହେଉଛନ୍ତି ଅମିତାଭ୍ ବଚ୍ଚନ । ଯେ ନିଜର କ୍ୟାରିୟରର ଆରମ୍ଭ ୫୫ ବର୍ଷ ପୂର୍ବେ କରିଥିଲେ । ବିହାରର ଗଳିରୁ ବାହାରି ବଲିଉଡରେ ପାଦ ଦେବା ପରେ ପ୍ରଥମେ ଅନେକ ଫ୍ଲପ୍ ଆଉ ତା’ପରେ ହିଟ୍ ପରେ ହିଟ୍ , ସୁପରହିଟ୍ , ବ୍ଲକବଷ୍ଟର୍ ଦେଇ ସିନେପ୍ରେମୀଙ୍କ ମନରେ ସ୍ବତନ୍ତ୍ର ଛାପ ଛାଡ଼ିଛନ୍ତି ବିଗ୍ ବି । ଅଭିନେତାଙ୍କ ଅଭିନୟର ଯାଦୁ ଯେମିତି ଫ୍ୟାନ୍ସଙ୍କ ମନରେ ଘର କରିଛି ଠିକ୍ ସେମିତି ତାଙ୍କ ସିନେମାର ପ୍ରତିଟି ଗୀତ ଲୋକଙ୍କୁ ଗୁଣୁଗୁଣେଇବାରେ ବାଧ୍ୟ କରିଛି କହିଲେ ଭୁଲ୍ ହେବନି । ଆଜି ଆମେ ଆପଣଙ୍କୁ ତାଙ୍କର ଗୋଟିଏ ୩୪ ବର୍ଷ ପୁରୁଣା ଗୀତ ବିଷୟରେ ମନେ ପକାଇଦେବାକୁ ଚାହୁଁଛୁ ଯାହା ପ୍ରେକ୍ଷାଳୟରେ ସିନେପ୍ରେମୀଙ୍କୁ ସିଟରୁ ଉଠି ନାଚିବା ପାଇଁ ବାଧ୍ୟ କରିଥିଲା । ଆଜି ମଧ୍ୟ ସେହି ଗୀତଟି ବାଜି ଉଠିଲେ ପାଦ ଯେମିତି ନାଚି ଉଠେ । 

Advertisment
jumma
jumma Photograph: (google)

ଆମେ ଆପଣଙ୍କୁ ୧୯୯୧ ମସିହାରେ ରିଲିଜ୍ ହୋଇଥିବା ଆକ୍ସନ୍ ଡ୍ରାମା ଫିଲ୍ମ ‘ହମ୍’ ର ସୁପରହିଟ୍ ଗୀତ ‘ଜୁମ୍ମା ଚୁମା ଦେ ଦେ’ ବିଷୟରେ କହୁଛୁ । ସେ ସମୟରେ ଏହି ଗୀତଟି ଖୁବ୍ ଲୋକପ୍ରିୟ ହୋଇଥିଲା ଯାହାକୁ ଏବେବି ଲୋକ ଶୁଣିବାକୁ ଭାରି ପସନ୍ଦ କରନ୍ତି । ଏହି ଗୀତରେ ଅମିତାଭଙ୍କ ସହ ଅଭିନେତ୍ରୀ କିମି କାଟକର୍ ନଜର ଆସିଥିଲେ । ଯେ ନାଲି ରଙ୍ଗର ଡ୍ରେସ୍ ପିନ୍ଧି ଖୁବ୍ ସୁନ୍ଦର ଡ୍ୟାନ୍ସ କରିଥିଲେ । ସିନେମାରେ ସେ ଜୁମ୍ମା ନାମକ ଯୁବତୀ ଭୂମିକାରେ ଅଭିନୟ କରିଥିଲେ । ୩୪ ବର୍ଷ ପୂର୍ବରୁ ଏହି ଗୀତର କ୍ରେଜ୍ ଲୋକଙ୍କୁ ଏମିତି କିମିଆ କରିଥିଲା ଯେ ହଲରେ ସିଟି ଉପରେ ସିଟି ବାଜୁଥିଲା । ଲୋକ ଥରେ ନାଚିବା ଆରମ୍ଭ କରୁଥିଲେ ଥମିବାର ନାଁ ନେଉନଥିଲେ । ସବୁଠୁ ବଡ଼ କଥା ହେଉଛି ସେ ସମୟରେ ଏହି ଗୀତଟି ସପ୍ତାହେରୁ ଉପରେ ଟ୍ରେଣ୍ଡିଂରେ ଚାଲିଥିଲା । ବର୍ତ୍ତମାନ ଗୋଟିଏ ଗୀତ ଯଦି ଟ୍ରେଣ୍ଡିଂରେ ଆସୁଛି ତା’ହେଲେ ଏହା ପଛରେ ସୋସିଆଲ୍ ମିଡିଆର ବହୁତ ବଡ଼ ଭୂମିକା ରହୁଛି କିନ୍ତୁ ସେ ସମୟରେ ବିନା ପ୍ରମୋଶନରେ ଏହି ଗୀତଟି ଖୁବ୍ ଚର୍ଚ୍ଚା ସାଉଁଟିଥିଲା । ବେଷ୍ଟ୍ କୋରିଓଗ୍ରାଫି ପାଇଁ ଏହି ଗୀତଟିକୁ ସେତେବେଳେ ଫିଲ୍ମଫେୟାର୍ ଆୱାର୍ଡ ମଧ୍ୟ ମିଳିଥିଲା । ଆଜି ବି ବିଭିନ୍ନ ପାର୍ଟି କିମ୍ବା ଭୋଜିରେ ଏହି ଗୀତଟି ବାଜିଲେ ଲୋକ କପ୍ ଉଠାଇ ନାଚିବାକୁ ଜମାରୁ ଭୁଲନ୍ତି ନାହିଁ ।

hum
hum Photograph: (google)

ମହାନାୟକ ଅମିତାଭ୍ ବଚ୍ଚନଙ୍କ ଏହି ଫିଲ୍ମକୁ ମୁକୁଲ୍ ଏସ୍.ଆନନ୍ଦ ନିର୍ଦ୍ଦେଶନା ଦେଇଥିଲେ । ସିନେମାରେ ଅମିତାଭ୍ , କିମିଙ୍କ ସମେତ ରଜନୀକାନ୍ତ , ଗୋବିନ୍ଦା , ଦୀପା ସାହି , ଶିଳ୍ପା ଶିରୋଡକର ,ଡେନି ଡେଞ୍ଜୋଗପା , ଅନୁପମ୍ ଖେର୍ ଏବଂ କାଦର ଖାନ୍ ବିଭିନ୍ନ ଚରିତ୍ରରେ ନଜର ଆସିଥିଲେ । ହମ୍ ସିନେମାଟି ଜବରଦସ୍ତ ଆକ୍ସନରେ ଭରପୂର ଥିଲା । ଫିଲ୍ମକୁ ୭ କୋଟି ଟଙ୍କା ବ୍ୟୟରେ ପ୍ରସ୍ତୁତ କରାଯାଇଥିଲା ଯାହା ପରେ ସଫଳତା ମଧ୍ୟ ହାସଲ କଲା । ଏହାର ୱାର୍ଲ୍ଡୱାଇଡ୍ କଲେକ୍ସନ୍ ପାଖାପାଖି ୨୦ କୋଟି ଟଙ୍କା ଥିଲା ।