ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ସୋନୁ ନିଗମଙ୍କ ନାଁର ହ୍ୟାଣ୍ଡେଲରେ ଗୋଟିଏ ପୋଷ୍ଟ୍ ଖୁବ୍ ଭାଇରାଲ୍ ହେଉଛି । ଯେଉଁଥିରେ କ୍ରିକେଟର୍ ଏମ୍.ଏସ୍ ଧୋନୀଙ୍କୁ ନେଇ ଟିପ୍ପଣୀ ଦିଆଯାଇଛି । ଏହି ପୋଷ୍ଟରେ ଲେଖାଯାଇଛି ଯେ ‘ଧୋନୀ ରାମ ମନ୍ଦିର ଯାଉନାହାନ୍ତି । ତାଙ୍କ ଟିମ୍ ଚେନ୍ନାଇ ସୁପର୍ କିଙ୍ଗ୍ସ ପାକିସ୍ତାନର ସ୍ବାଧୀନତା ଦିବସରେ ଟ୍ବିଟ୍ କରି ଶୁଭେଚ୍ଛା ଜଣାଉଛି । କ୍ରୀଷ୍ଟମାସ ବେଳେ ନାଲି ଟୋପି ପିନ୍ଧି ଏବଂ ଇଦ୍ ବେଳେ ଜହ୍ନର ଫଟୋ ଦେଇ ମଧ୍ୟ ଶୁଭେଚ୍ଛା ଜଣାଉଛି କିନ୍ତୁ ରାମ ନବମୀ ହେଲେ ଏମାନଙ୍କୁ ପାରାଲେସିସ୍ ହୋଇଯାଉଛି । ଆଇପିଏଲରେ ସେଥିପାଇଁ ସିଏସକେର ଖରାପ ସମୟ ଚାଲିଛି ।’  

Advertisment
dhoni
dhoni Photograph: (odisha)

ତେବେ ଏହା ପୂର୍ବରୁ ଏହି ହ୍ୟାଣ୍ଡେଲରେ ଧୋନୀଙ୍କୁ ନେଇ ଏକାଧିକ ଥର ଟିପ୍ପଣୀ କରାଯାଇଛି । କେତେବେଳେ ଧୋନୀଙ୍କୁ ସିଏସକେ ପାଇଁ ପନୌତି (ଅମଙ୍ଗଳ) ବୋଲି କୁହାଯାଇଛି ତ ଆଉ କେତେବେଳେ କ୍ରିକେଟରଙ୍କୁ ଓଭରରେଟେଡ୍ କ୍ରିକେଟର୍ ବୋଲି କୁହାଯାଇଛି । ଏମିତିକି କ୍ରିକେଟର୍ ଅବସର ନେଇ ଯାଇଥିବା କଥା ମଧ୍ୟ ପୋଷ୍ଟ୍ କରାଯାଇଛି । ଏମିତିକି ଧୋନୀଙ୍କ ଫଟୋକୁ ଭିନ୍ନ ରୂପରେ ମଧ୍ୟ ପ୍ରଦର୍ଶନ କରାଯାଇଛି । ଥାଲ୍ଲା ପରିଚୟ ପାଇଥିବା ଧୋନୀଙ୍କୁ ନେଇ ଏପରି ପୋଷ୍ଟ୍ କରିବା ପରେ ମାହିଙ୍କ ଫ୍ୟାନ୍ସ ଗାୟକ ସୋନୁ ନିଗମଙ୍କ ଉପରେ ବର୍ଷୁଛନ୍ତି । କିନ୍ତୁ ଅସଲ କଥା ହେଉଛି ଗାୟକ ସୋନୁ ନିଗମ୍ ୭ ବର୍ଷ ପୂର୍ବରୁ ଅର୍ଥାତ୍ ୨୦୧୭ ମସିହାରେ ଟ୍ବିଟରକୁ ଟା ଟା ବାଏ ବାଏ କହିସାରିଛନ୍ତି । ତେବେ ଏବେ ପ୍ରଶ୍ନ ଉଠୁଛି ସିଙ୍ଗରଙ୍କ ନାଁରେ ଆକାଉଣ୍ଟର ନାଁ ରଖି କିଏ ଏଭଳି ପୋଷ୍ଟ୍ କରୁଛନ୍ତି ? ସମ୍ପୁର୍ଣ୍ଣ ଖବର ହେଉଛି ଏକ୍ସ ହ୍ୟାଣ୍ଡେଲରେ ସୋନୁ ନିଗମ୍ ସିଂ ନାମରେ ଗୋଟିଏ ଆକାଉଣ୍ଟ୍ ଖୋଲିଛି । ଯାହାର ପ୍ରୋଫାଇଲରେ ତ୍ରିରଙ୍ଗା ପତାକା ଫଟୋ ଲାଗିଛି । ଏହି ହ୍ୟାଣ୍ଡେଲରେ ରାଜନୈତିକ ଟିପ୍ପଣୀ ସାଙ୍ଗକୁ ଏମ୍.ଏସ୍ ଧୋନୀଙ୍କୁ ନେଇ ମଧ୍ୟ ଅନେକ ଟିପ୍ପଣୀ କରାଯାଇଛି । ଏଥିରୁ ସ୍ପଷ୍ଟ ହେଉଛି ଯେ ଏଥିରେ ଗାୟକ ସୋନୁ ନିଗମଙ୍କ କୌଣସି ହାତ ନାହିଁ ।