ଭାରତ ଏକ ଏଭଳି ଦେଶ, ଯେଉଁଠାରେ ସବୁ ସମ୍ପ୍ରଦାୟ ଓ ଜାତିର ଲୋକ ବସବାସ କରନ୍ତି । ଏହାର ବିପରୀତରେ ଭାରତର ପଡୋଶୀ ଦେଶମାନଙ୍କରେ ଅନେକ ଲୋକଙ୍କ ଉପରେ ଅତ୍ୟାଚାର ହୁଏ ଏବଂ ସେମାନଙ୍କୁ ହଇରାଣ କରାଯାଏ । ଏହି କାରଣରୁ ଗତ କିଛି ବର୍ଷ ଧରି ଲକ୍ଷ ଲକ୍ଷ ଲୋକ ଶରଣାର୍ଥୀ ହୋଇ ଭାରତ ଆସିଛନ୍ତି । ଏଭଳି ଲୋକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ନାଗରିକତା ସଂଶୋଧନ ଆଇନ୍ ଅଣାଯାଇଛି, ଯାହାକୁ ଦେଶରେ ଲାଗୁ ମଧ୍ୟ କରାଯାଇଛି । କିନ୍ତୁ ପହଲଗାମ୍ ଆତଙ୍କୀ ଆକ୍ରମଣ ପରେ ଏବେ ଭାରତରେ ରହୁଥିବା ପାକିସ୍ତାନୀ ଶରଣାର୍ଥୀଙ୍କୁ ନିଜ ଦେଶ ଫେରିଯିବାକୁ କହିଛନ୍ତି କେନ୍ଦ୍ର ସରକାର ।
/kanak/media/media_files/2025/04/29/gZO7J0oBWEBdPOw6gBcO.jpg)
ଜଣେ ଜଣେ ଶରଣାର୍ଥୀ ତ ୭୦ ବର୍ଷ ଧରି ଭାରତରେ ରହୁଛନ୍ତି କିନ୍ତୁ ନାଗରିକତା ନ ମିଳିବା କାରଣରୁ ସେମାନଙ୍କୁ ପାକିସ୍ତାନ ଫେରିଯିବାକୁ ପଡୁଛି । ଏହି କ୍ଷେତ୍ରରେ ବଲିଉଡ୍ ଗାୟକ ଅଦନାନ୍ ସାମିଙ୍କୁ ଭାରତୀୟ ନାଗରିକତା ହାସଲ କରିବାକୁ ୧୮ ବର୍ଷ ସମୟ ଲାଗିଥିଲା । ଏମିତିକି ଦେଢ ବର୍ଷ ପର୍ଯ୍ୟନ୍ତ ସେ କୌଣସି ଦେଶର ନାଗରିକ ହିଁ ନଥିଲେ । ସେତେବେଳେ ଗାୟକ ବିଦେଶ ଯିବା ଆସିବାରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏଥିପାଇଁ ତାଙ୍କ ହାତରୁ ଅନେକ ବଡ଼ ବଡ଼ ଅଫର୍ ମଧ୍ୟ ଚାଲି ଯାଇଥିଲା । ଅନେକ ସଂଘର୍ଷ ପରେ ଶେଷରେ ୨୦୧୬ ରେ ତାଙ୍କୁ ଭାରତୀୟ ନାଗରିକତା ପ୍ରାପ୍ତ ହୋଇଥିଲା । ତେବେ ଭାରତର ନାଗରିକତା କିପରି ମିଳିଥାଏ ଏବଂ ଏଥିପାଇଁ କିପରି ଆବେଦନ କରିବାକୁ ହୁଏ । ଆସନ୍ତୁ ଜାଣିବା ।
/kanak/media/media_files/2025/04/29/asi3Axn1JILMg8omMz5b.jpg)
ଭାରତର ନାଗରିକତା ପାଇଁ ଯେକୌଣସି ବ୍ୟକ୍ତିଙ୍କୁ କିଛି ସର୍ତ୍ତ ପୂରଣ କରିବାକୁ ହୁଏ, ନାଗରିକତା ପାଇଁ ଆବେଦନ କରୁଥିବା ବ୍ୟକ୍ତିଙ୍କୁ ଏହା କହିବାକୁ ହୁଏ ଯେ ସେ କେଉଁ କାରଣରୁ ନିଜ ଦେଶ ବଦଳରେ ଭାରତର ନାଗରିକତା ନେବାକୁ ଚାହୁଁଛନ୍ତି । ସାଧାରଣତଃ ଲୋକେ ନିଜ ଦେଶରେ ହେଉଥିବା ଅତ୍ୟାଚାର ଓ ଶୋଷଣର ଆଧାର ଦେଇ ଆବେଦନ କରନ୍ତି । ନାଗରିକତା ଅଧିନିୟମ ୧୯୫୫ ଅନୁସାରେ ଲୋକଙ୍କୁ ନାଗରିକତା ଦେବାର କାମ କରାଯାଏ, ଏହି ଅଧିନିୟମରେ ଅନେକ ଥର ସଂଶୋଧନ ହୋଇସାରିଛି ।
/kanak/media/media_files/2025/04/29/lcpRRxSMslH9GIkOlTf3.jpg)
ଏବେ ଯଦି କାହାକୁ ନିଜର ନାଗରିକତା ପ୍ରମାଣ କରିବାର ଅଛି କିମ୍ବା ନାଗରିକତା ପାଇଁ ଆବେଦନ କରିବାର ଅଛି ତେବେ ଏଥିପାଇଁ ଅନେକ ପ୍ରାବଧାନ ରହିଛି । ୨୬ ଜାନୁଆରି ୧୯୫୦ ପରେ ଭାରତରେ ଜନ୍ମ ହୋଇଥିବା ପ୍ରତ୍ୟେକ ବ୍ୟକ୍ତି ଭାରତର ନାଗରିକ । ସେହିପରି ୧ ଜୁଲାଇ ୧୯୮୭ ପରେ ଜନ୍ମ ହୋଇଥିବା ଯେକୌଣସି ବ୍ୟକ୍ତି ସେତେବେଳେ ଭାରତର ନାଗରିକ ବିବେଚିତ ହେବେ, ଯେତେବେଳେ ତାଙ୍କ ଜନ୍ମ ସମୟରେ ତାଙ୍କ ମାତା କିମ୍ବା ପିତା ଭାରତର ନାଗରିକ ରହିଥିବେ ।
/kanak/media/media_files/2025/04/29/qzbB1MX9scXH23UAq3o6.jpg)
ଯଦି କୌଣସି ଅନ୍ୟ ଦେଶର ବ୍ୟକ୍ତି ଭାରତରେ ୧୧ ବର୍ଷରୁ ଅଧିକ ସମୟ ଧରି ରହୁଛନ୍ତି ତେବେ ସେ ନାଗରିକତା ପାଇଁ ଆବେଦନ କରିପାରିବେ । ସିଏଏରେ ଆଫଗାନିସ୍ତାନ, ପାକିସ୍ତାନ ଓ ବାଂଲାଦେଶର ଅଣ-ମୁସଲମାନ ଲୋକଙ୍କ ପାଇଁ ଏହି ସୀମାକୁ ପାଞ୍ଚ ବର୍ଷ କରି ଦିଆଯାଇଛି । ନାଗରିକତା ପାଇଁ ଆବେଦନ ଗୃହ ମନ୍ତ୍ରଣାଳୟର ୱେବସାଇଟକୁ ଯାଇ କରାଯାଇପାରିବ । ଏହା ସହିତ Indiancitizenshiponline.nic.in କୁ ଯାଇ ମଧ୍ୟ ଆବେଦନ କରିପାରିବେ । ତେବେ କେଉଁଠି ନା କେଉଁଠି ଉପରୋକ୍ତ ମାନଦଣ୍ଡ ପୂରଣ ନ କରିବାରୁ ଦୀର୍ଘ ବର୍ଷ ଧରି ଭାରତରେ ରହି ଆସିଥିବା ପାକିସ୍ତାନୀ ଶରଣାର୍ଥୀଙ୍କୁ ମିଳିନାହିଁ ଭାରତୀୟ ନାଗରିକତା ।