ଅତୀତରେ ଯୁଦ୍ଧ କହିଲେ ରକ୍ତପାତ , ସୈନ୍ୟ-ସୈନ୍ୟଙ୍କ ମଧ୍ୟରେ ଲଢ଼େଇ ଏବଂ ପୁରାତନ ସମୟର ଗୋଳାବାରୁଦର ବର୍ଷଣକୁ ଜଣାଯାଉଥିଲା । କିନ୍ତୁ ବର୍ତ୍ତମାନ ଅସ୍ତ୍ରଶସ୍ତ୍ର ଅପେକ୍ଷା ଅଧିକ ଟେକ୍ନୋଲୋଜିର ବ୍ୟବହାର କରାଯାଉଛି । ଶତ୍ରୁର ଗତିବିଧି ଉପରେ ନଜର ରଖି ଉପରୁ ଆକ୍ରମଣ ମଧ୍ୟ କରାଯାଉଛି । କିନ୍ତୁ କେବେ ଭାବିଛନ୍ତି କି ଏହି ଡ୍ରୋନ୍ ଆକାଶରୁ ଏତେ ସଠିକ୍ ଭାବେ କିପରି ଟାର୍ଗେଟ୍ କରୁଛି ? କିମ୍ବା ଏଥିରେ କେତେ ମେଗାପିକ୍ସେଲର କ୍ୟାମେରା ଲାଗିଥାଏ ?

Advertisment
Drone 1
Drone 1 Photograph: (google)

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା କମିବାର ନାଁ ନେଉନାହିଁ । ମେ ୧୦ ତାରିଖରେ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ଘୋଷଣା କରାଯାଇଥିଲା । କିନ୍ତୁ ପାକିସ୍ତାନ ବୋଧହୁଏ କୌଣସି ଅସ୍ତ୍ରବିରତି ମାନିବାକୁ ପ୍ରସ୍ତୁତ ନୁହେଁ । ରିପୋର୍ଟ ଅନୁସାରେ, ଅସ୍ତ୍ରବିରତି ଘୋଷଣାର ୩ ଘଣ୍ଟା ପରେ ଆତଙ୍କୀସ୍ତାନ ନିଜ ରଙ୍ଗ ଦେଖାଇବା ଆରମ୍ଭ କରିଦେଇଥିଲା । ତଥାପି ଭାରତ ପାଖରେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଡ୍ରୋନ୍ ଅଛି । ଯୁଦ୍ଧରେ ବ୍ୟବହାର ହେଉଥିବା ମିଲେଟ୍ରି ଡ୍ରୋନ୍ ସାଧାରଣ ମୋବାଇଲ୍ ଭଳି ୧୨ କିମ୍ବା ୪୮ ମେଗାପିକ୍ସେଲର କ୍ୟାମେରାର ହୋଇନଥାଏ । ଏହି କ୍ୟାମେରା ହାଇ-କ୍ବାଲିଟିର ହୋଇଥାଏ । ଯାହାର ରେଜୋଲ୍ୟୁସନ୍ ୧୦୦ ମେଗାପିକ୍ସେଲ କିମ୍ବା ଏହାଠାରୁ ଅଧିକ ହୋଇଥାଏ । ଏହି କ୍ୟାମେରାରେ କେବଳ ମେଗାପିକ୍ସେଲ୍ ନୁହେଁ ଜୁମ୍ କ୍ଷମତା, ନାଇଟ୍ ଭିଜନ୍ ଏବଂ ଥର୍ମାଲ୍ ଇମେଜିଙ୍ଗ୍ ଭଳି ଟେକ୍ନୋଲୋଜି ମଧ୍ୟ ଥାଏ । ଯେମିତିକି MQ-9 Reaper ଭଳି ଆମେରିକୀୟ ଡ୍ରୋନରେ MTS-B ମଲ୍ଟି-ସ୍ପେକ୍ଟ୍ରାଲ୍ ଟାର୍ଗେଟିଙ୍ଗ୍ ସିଷ୍ଟମ୍ ଅଛି ଯାହା ଦିନ ହେଉ କି ରାତି ଖୁବଶୀଘ୍ର ଏବଂ ସ୍ପଷ୍ଟ ଫଟୋ ଉଠାଇବାର କ୍ଷମତା ରଖେ । ଭାରତ କିଛି ମାସ ହେଲା ଆମେରିକାରୁ MQ-9 Reaper କିଣିବା ପାଇଁ ଚୁକ୍ତି ମଧ୍ୟ କରିଛି ।

fighter drone
fighter drone Photograph: (google)

ଆକାଶରୁ ସଠିକ୍ ଆଟାକ୍ କେମିତି କରେ ଡ୍ରୋନ୍ ? 

ଡ୍ରୋନ୍ ଆକାଶରେ ୩୦,୦୦୦ ରୁ ୫୦,୦୦୦ ଫୁଟ୍ ଉଚ୍ଚତା ପର୍ଯ୍ୟନ୍ତ ଉଡ଼ିପାରେ । ଏତେ ଉଚ୍ଚରେ ଥାଇ ମଧ୍ୟ ଏହା ତଳେ ଥିବା ଟାର୍ଗେଟକୁ ସ୍ପଷ୍ଟ ଭାବରେ ଦେଖିପାରେ କାରଣ ଏହାର କ୍ୟାମେରା ହାଇ ଜୁମ୍ ଏବଂ AI ସିଷ୍ଟମର ହୋଇଥାଏ । ଡ୍ରୋନର କ୍ୟାମେରା ତଳେ ଥିବା କଣ୍ଟ୍ରୋଲ୍ ରୁମକୁ ଲାଇଭ୍ ଭିଡିଓ ଏବଂ ଫଟୋ ପଠାଏ , ସେଠାରେ ବସିଥିବା ଅପରେଟର୍ସ ସ୍ଥିର କରନ୍ତି ଯେ ଆକ୍ରମଣ କେଉଁଠାରେ ଏବଂ କେବେ କରିବାକୁ ହେବ । ଏହା ବ୍ୟତୀତ ଡ୍ରୋନରେ GPS ସିଷ୍ଟମ୍ ଏବଂ ଲେଜର୍ ଗାଇଡେନ୍ସ ମଧ୍ୟ ଥାଏ ଯାହା ମିସାଇଲ୍ କିମ୍ବା ବୋମା ସିଧା ଟାର୍ଗେଟରେ ଯାଇ ପଡ଼େ । ଡ୍ରୋନର କ୍ୟାମେରା ହିଁ ଏହାର ଆଖି ଅଟେ । କ୍ୟାମେରାର ଆଖି ଯେତେ ସଫା ଏବଂ ଦୃଷ୍ଟିଶକ୍ତି ଯେତେ ଭଲ ରହିବ ଆକ୍ରମଣ ସେତେ ସଠିକ୍ ହେବ । ଖାସ୍ ଏହି କାରଣରୁ ସବୁ ଦେଶ ନିଜର ଡ୍ରୋନକୁ ସବୁଠାରୁ ଆଧୁନିକ କ୍ୟାମେରା ଟେକ୍ନୋଲୋଜିର ଆକାର ଦେବାକୁ ପଛାଉ ନାହାନ୍ତି । ଆଜିର ସମୟରେ ଡ୍ରୋନ୍ କେବଳ ଏକ ମେସିନ୍ ହୋଇ ରହିନାହିଁ ବରଂ ଆକାଶରେ ଉଡୁଥିବା ଆଖି ଏବଂ ଅସ୍ତ୍ରର କମ୍ବିନେସନ୍ ପାଲଟିଛି ।