ଭାରତୀୟ ସେନାର କଡ଼ା ଜବାବ ପରେ ପାକିସ୍ତାନ ସମ୍ପୂର୍ଣ୍ଣ ଭାବେ ବିଚଳିତ ହୋଇପଡ଼ିଛି । ପ୍ରତିଦିନ ପରାଜୟ ଆଡ଼କୁ ଆଗେଇ ଚାଲିଥିବା ପାକିସ୍ତାନୀ ସେନା ଏବେ ନିଜର ସମ୍ମାନ ବଞ୍ଚାଇବା ପାଇଁ ମିଛର ସାହାର ନେବା ଆରମ୍ଭ କରିଛି । ଅପରେସନ୍ ସିନ୍ଦୂର ପରଠୁ ଏମିତି ଗୋଟିଏ ଦିନ ବି ନାହିଁ ଯେଉଁ ଦିନ ପାକିସ୍ତାନୀ ସେନା କୌଣସି ନୂଆ ମିଛ କହିନାହିଁ । ଏବେ ପାକିସ୍ତାନ ନୂଆ ମିଛ ପ୍ରଚାର କରିବାକୁ ଚେଷ୍ଟା କରୁଛି । ଆତଙ୍କୀସ୍ତାନ ଦାବି କରିଛି ଯେ ସେ ଦିଲ୍ଲୀ ଏୟାରପୋର୍ଟ ଉପରେ ମିସାଇଲ୍ ମାଡ଼ କରି ସଫଳ ଆକ୍ରମଣ କରିଛି ଏବଂ ଏଥିରେ ଏୟାରପୋର୍ଟ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଇଛି ।
🚨 Missile Attack on Delhi Airport?
— PIB Fact Check (@PIBFactCheck) May 10, 2025
An old video is being falsely shared as footage of a missile strike on New Delhi Airport.#PIBFactCheck
❌ This video shows a gas station explosion in Aden, Yemen, from August 2024.
✅ It has no connection to the current India–Pakistan… pic.twitter.com/pFqfDO50nm
ଏହି ଆକ୍ରମଣକୁ ନେଇ ପାକିସ୍ତାନୀ ଆର୍ମିର ନିର୍ଦ୍ଦେଶରେ କାମ କରୁଥିବା କିଛି ସୋସିଆଲ୍ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ମଧ୍ୟ ସେୟାର୍ କରାଯାଇଛି । ଭିଡିଓରେ ଦେଖାଯାଉଛି ଯେ ଏକ ତୈଳ ଡିପୋରେ ଭୟଙ୍କର ନିଆଁ ଲାଗିଛି । ପାକିସ୍ତାନୀ ମିଡିଆ ମିଛ ପ୍ରଚାର କରି ଦାବି କରିଥିଲା ଯେ ପାକିସ୍ତାନୀ ମିସାଇଲ୍ ଦିଲ୍ଲୀ ଏୟାରପୋର୍ଟ ଉପରେ ଆକ୍ରମଣ କରି ତାହାକୁ ଧ୍ୱଂସ କରିଦେଇଛି । କିନ୍ତୁ ପାକିସ୍ତାନୀ ମିଡିଆର ଏ ଖବର ସମ୍ପୂର୍ଣ୍ଣ ଗୁଜବ । ପ୍ରେସ୍ ଇନଫରମେସନ୍ ବ୍ୟୁରୋ (ପିଆଇବି) ଏହି ଭିଡିଓର ଫ୍ୟାକ୍ଟ ଚେକ୍ ଜାରି କରିଛି । PIB କହିଛି ଯେ ଗୋଟିଏ ପୁରୁଣା ଭିଡିଓକୁ ସେୟାର୍ କରି ଦିଲ୍ଲୀ ଏୟାରପୋର୍ଟ ଉପରେ ମିସାଇଲ୍ ଆକ୍ରମଣ କରାଯାଇଛି ବୋଲି ଭୁଲ୍ ତଥ୍ୟ ଦିଆଯାଉଛି । ୨୦୨୪ ରେ ୟେମେନର ଆଦେନ ସ୍ଥିତ ଏକ ଗ୍ୟାସ୍ ଷ୍ଟେସନରେ ହୋଇଥିବା ବିସ୍ଫୋରଣର ଏ ହେଉଛି ଭିଡିଓ । ଦିଲ୍ଲୀ ଏୟାରପୋର୍ଟ ସହିତ ଏହାର କୌଣସି ସମ୍ବନ୍ଧ ନାହିଁ । ପିଆଇବି ପ୍ରମାଣ ସ୍ୱରୂପ ଅସଲି ଭିଡିଓ ମଧ୍ୟ ପୋଷ୍ଟ କରିଛି । ଅସଲି ଭିଡିଓ ଏକ ବିଦେଶୀ ନ୍ୟୁଜ୍ ଚ୍ୟାନେଲରେ ପ୍ରସାରିତ କରାଯାଇଥିଲା । ଭିଡିଓରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ ଏହି ଘଟଣା ଆଦେନ ପ୍ରଦେଶ (ୟେମେନ)ର ମାନସୁରା ସହରରେ ଥିବା ଏକ ଗ୍ୟାସ୍ ଷ୍ଟେସନର ।