ଭାରତ – ପାକିସ୍ତାନ ଭିତରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିକୁ ନେଇ ଭାରତ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଭବିଷ୍ୟତରେ ଯଦି କୌଣସି ଆତଙ୍କୀ ଘଟଣା ଘଟୁଛି ତା’ହେଲେ ତାହାକୁ ଆକ୍ଟ ଅଫ୍ ୱାର ଅର୍ଥ ଯୁଦ୍ଧ ବୋଲି ମନେ କରାଯିବ । ଏଭଳି ସ୍ଥିତିରେ ପାକିସ୍ତାନ ଦ୍ବାରା ପ୍ରାୟୋଜିତ ଆତଙ୍କବାଦ ବିରୋଧରେ କଡ଼ା ପଦକ୍ଷେପ ନେବାକୁ ନିଶ୍ଚୟ କରିସାରିଛି ଭାରତ । ଯଦି ପାକିସ୍ତାନ ପାଳୁଥିବା ଆତଙ୍କୀଙ୍କ ତରଫରୁ କୌଣସି ଆକ୍ରମଣ ହୁଏ ତେବେ ଭାରତ ଏହାକୁ ପାକିସ୍ତାନ ସରକାର ଏବଂ ସେନା ପକ୍ଷରୁ ଯୁଦ୍ଧ ବୋଲି ମାନିବ ।
/kanak/media/media_files/2025/05/10/ipS24APodpgsKAgpVRSk.jpg)
ପହଲଗାମ୍ ଆତଙ୍କୀ ଆକ୍ରମଣରେ ୨୬ ଜଣ ହିନ୍ଦୁଙ୍କ ନରସଂହାର ଘଟଣା ପରେ ଭାରତ ସରକାର ନିଜ ନୀତିରେ ବଡ଼ ପରିବର୍ତ୍ତନ କରିଛନ୍ତି । ଏହାର ଜବାବରେ ଭାରତୀୟ ସେନା ପାକିସ୍ତାନ ଏବଂ ପିଓକେରେ ଆତଙ୍କୀଙ୍କ ୯ ଠିକଣାକୁ ଉଡ଼ାଇ ଦେଇଥିଲେ । ଯେଉଁଥିରେ ଅନେକ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଥିଲା । ଭାରତର ଏହି ଉତ୍ତରରେ ବିଳିବିଳେଇ ଯାଇଛି ଆତଙ୍କୀସ୍ତାନ ଏବଂ ବାରମ୍ବାର ଭାରତରେ ସେନା ଠିକଣା ଓ ଅନ୍ୟ ଜାଗାରେ ମିସାଇଲ୍ ମାଡ଼ କରିବାକୁ ଚେଷ୍ଟା କରୁଛି । କିନ୍ତୁ ଭାରତର ରକ୍ଷାକବଚ ପାକିସ୍ତାନର ସବୁ ମିସାଇଲକୁ ଫୁସ୍ କରିଦେଉଛି । LOC ରେ ବି ପ୍ରବଳ ଗୁଳିବର୍ଷା କରୁଛି ଆତଙ୍କୀସ୍ତାନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/05/10/CamLDHfakay1vtyeTJkc.jpg)