ଉତ୍ତରପ୍ରଦେଶର ଗାଜିପୁରକୁ ଏମିତି ହିଁ ବୀରଙ୍କ ଜିଲ୍ଲା ବୋଲି କୁହାଯାଏନି ପ୍ରଥମ ବିଶ୍ବଯୁଦ୍ଧରୁ ଆରମ୍ଭ କରି ୧୯୬୫,୧୯୭୧ ଏବଂ କାରଗିଲ୍ ଯୁଦ୍ଧରେ ମଧ୍ୟ ଏହି ମାଟିର ବୀରପୁତ୍ର ନିଜ ସାହସକୁ ଦେଖାଇଛନ୍ତି । ଏହି ଜିଲ୍ଲାର ଗୋଟିଏ ଗାଁ ଗହମରକୁ ଯୁଦ୍ଧ କୌଶଳତାର ଗାଁ ବୋଲି ମଧ୍ୟ କୁହାଯାଏ । ଗାଁର ୨୧ ଜଣ ଯବାନ ଭାରତ ମାତା ପାଇଁ ବଳିଦାନ ଦେଇ ଇତିହାସ ରଚିଛନ୍ତି । ଏହା ପରଠାରୁ ହିଁ ଏଠାକାର ଯୁବକଙ୍କଠାରେ ସେନାରେ ଭର୍ତ୍ତି ହେବାକୁ ନେଇ ଇଚ୍ଛା ଜାଗ୍ରତ ହେଲା । ଆଉ ଆଜିର ସମୟରେ ଏଠାରେ ପ୍ରତ୍ୟେକ ଘରୁ ଜଣେ ଜଣେ ଯବାନ ଭାରତମାତାର ସୁରକ୍ଷା ପାଇଁ ଅହରହ ତତ୍ପର ଅଛନ୍ତି ।
/kanak/media/media_files/2025/05/10/SFigfudRhiewHXIes4wg.jpg)
ଏସିଆର ସବୁଠୁ ବଡ଼ ଗାଁ ରୂପେ ଖ୍ୟାତ ଗାଜିପୁର ଯାହାକୁ ବୀରଙ୍କ ଭୂମି ବୋଲି ମଧ୍ୟ କୁହାଯାଏ । ଏହି ଜିଲ୍ଲାର ଗହମର ଗାଁର ରାସ୍ତା , ପଡ଼ିଆ , କ୍ଷେତ , ଛାତ ଉପର ଯେଉଁଠି ବି ଦେଖିବେ ଭେଣ୍ଡିଆମାନଙ୍କୁ ସେନା ପାଇଁ ପ୍ରସ୍ତୁତି କରୁଥିବାର ଦେଖିବାକୁ ପାଇବେ । ସେନାର ୟୁନିଫର୍ମକୁ ପରିଧାନ କରିବା ପାଇଁ ଏଠାକାର ଯୁବକ ଦିନରାତି ପରିଶ୍ରମ କରନ୍ତି । କୁହାଯାଉଛି କି ଏହି ଗାଁର ୧୨୦୦୦ ରୁ ଅଧିକ ଯୁବକ ସୀମାରେ ଭାରତର ସୁରକ୍ଷା କରିବା ପାଇଁ ଆଲର୍ଟ ହୋଇ ରହିଛନ୍ତି । ଏହି ଗାଁକୁ ଯଦି ଯିବେ ତା’ହେଲେ ଜାଣିପାରିବେ ଯେ ପ୍ରତି ପରିବାରର ମୁରବି ସେନାରୁ ଅବସର ନେଇ କେଉଁ କାମ କରୁଥିବେ ଏବଂ ତାଙ୍କ ପୁଅ ସେନାରେ ସେବା ଯୋଗାଉଥିବେ ଏବଂ ନାତି ସେନାରେ ଭର୍ତ୍ତି ହେବା ପାଇଁ ପ୍ରସ୍ତୁତ ହେଉଥିବେ । ପିଢ଼ି ପରେ ପିଢ଼ି ଏଭଳି ଭାବରେ ଭାରତ ମାତାର ପ୍ରେମରେ ବନ୍ଧା ହୋଇଛି ଏହି ଗାଁ ।