କୁକୁର ଲାଙ୍ଗୁଡ଼ କେବେ ସିଧା ହେବନି ଏହି କଥାକୁ ସତ ପ୍ରମାଣିତ କରିଛି ଶତ୍ରୁଦେଶ ପାକିସ୍ତାନ । ୪ ଘଣ୍ଟା ବି ନିଜ କଥାରେ ରହିଲାଣି ଶତ୍ରୁଦେଶ । ସିଜଫାୟାର ଘୋଷଣା ହେବାର ମାତ୍ର କିଛି ସମୟ ପରେ ରଙ୍ଗ ଦେଖାଇଦେଲା ଆତଙ୍କୀସ୍ତାନ । LOC ସୀମାବର୍ତ୍ତୀ ଅଞ୍ଚଳରେ ଜୋରଦାର ଗୁଳିବର୍ଷଣ କରିଛି ଶତ୍ରୁଦେଶ । ଶ୍ରୀନଗର ପରେ ରାଜସ୍ଥାନର ସୀମାନ୍ତ ଜିଲ୍ଲା ଜୈସଲମେରରେ ଶନିବାର ରାତିରେ ହଠାତ୍ ୧୦ ମିନିଟ୍ ଭିତରେ ୬ ଟି ବିସ୍ଫୋରଣର ଶବ୍ଦ ଶୁଣାଗଲା । ବାଡ଼ମେରରେ ଡ୍ରୋନ୍ ଆକ୍ରମଣ ହେଲା । ଏହା ପରେ ଉକ୍ତ ଅଞ୍ଚଳରେ ସାଇରନ୍ ବାଜିବା ଆରମ୍ଭ ହୋଇଗଲା । ସିଜଫାୟାରର ଉଲ୍ଲଂଘନ କିଛି ଏମିତି ଭାବରେ କଲା ଶତ୍ରୁଦେଶ । ଯଦିଓ ସେନା ଏବଂ ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆଧିକାରିକ ବିବୃତ୍ତି ପ୍ରକାଶ କରାଯାଇ ନାହିଁ । ସ୍ଥାନୀୟ ପ୍ରଶାସନ ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକ ପରିସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ନାଗରିକମାନଙ୍କୁ ସତର୍କ ରହିବା ଓ ସରକାରୀ ନିର୍ଦ୍ଦେଶଗୁଡ଼ିକୁ ପାଳନ କରିବାକୁ ଅନୁରୋଧ କରାଯାଇଛି ।
/kanak/media/media_files/2025/05/11/ZpYkYMill8RaEcIVOWX8.jpg)
ସ୍ଥାନୀୟ ଲୋକଙ୍କ କହିବାନୁସାରେ , ଏହି ବିସ୍ଫୋରଣ ସେହି ସ୍ଥାନରେ ଘଟିଛି ଯେଉଁଠାରେ ଦୁଇ ଦିନ ପୂର୍ବରୁ ଏମିତି ସମାନ ଶବ୍ଦ ଶୁଣାଯାଇଥିଲା । ଏହା ପୂର୍ବରୁ ଜୈସଲମେରର ଲାଠି ଅଞ୍ଚଳରେ ତିନୋଟି ବଡ଼ ବିସ୍ଫୋରଣର ଶବ୍ଦ ଶୁଣାଯାଇଥିଲା ; ଯାହା ୫୦ କିଲୋମିଟର ଦୂର ପର୍ଯ୍ୟନ୍ତ ଶୁଣାଯାଇଥିଲା । ସେହିଭଳି ପୋଖରାନର ଧାନ୍ଦୁ, ଉଗ୍ରାସ ଏବଂ ସଟାୱାର ଗ୍ରାମରେ ମଧ୍ୟ ବିସ୍ଫୋରଣ ହେବାର ଖବର ମିଳିଥିଲା । ଯେଉଁଠାରେ ଏକ ମିସାଇଲ୍ ଭଳି ବସ୍ତୁ ପଡ଼ିଥିବାର କୁହାଯାଇଥିଲା । ଏହି ଘଟଣା ପରେ ଜୈସଲମେର ସମେତ ରାଜସ୍ଥାନର ଅନେକ ଜିଲ୍ଲାରେ ବ୍ଲାକ୍ଆଉଟ୍ ଲାଗୁ କରାଯାଇଥିଲା । ଜିଲ୍ଲା ପ୍ରଶାସନ ରାତି ସାଢେ ୮ ଟାରୁ ସକାଳ ୬ ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବ୍ଲାକ୍ଆଉଟ୍ କରିବାକୁ ନିର୍ଦ୍ଦେଶ ଦେଇଥିଲା ।