ଆପଣ ଟିଭିରେ ଅନେକଥର ଫିଲ୍ମ ଆୱାର୍ଡ ଶୋ’ ତ ନିହାତି ଦେଖିଥିବେ । ବଡ଼ ବଡ଼ ଇଭେଣ୍ଟ୍ ହେଉ କି ନେତାଙ୍କ ସଭା ସବୁଠାରେ ଗୋଟିଏ ଜିନିଷ ସାଧାରଣ, ଆଉ ସେ ହେଉଛି ‘ରେଡ୍ କାର୍ପେଟ୍’ । ଏଭଳି ଇଭେଣ୍ଟରେ ଲାଲ୍ ରଙ୍ଗର କାର୍ପେଟ୍ ବିଛେଇ ହୋଇଥିବାର ଆପଣ ଦେଖିଥିବେ । କିନ୍ତୁ କେବଳ ଲାଲ୍ ହିଁ କାହିଁକି ଏଭଳି ଶୋ’ରେ ଆଉ କେଉଁ ରଙ୍ଗର କାର୍ପେଟ୍ କାହିଁକି ବିଛା ଯାଏନାହିଁ ? ଏହା ପଛର କାରଣ ଅନେକ ଥର ଆମ ମନକୁ ଆସିଥିଲେ ହେଁ ସାଧାରଣ କଥା ଭାବି ଆମେ ଏହାରି ଉପରେ ଏତେଟା ଧ୍ୟାନ ଦେଇନଥାଉ । ତେବେ ଆସନ୍ତୁ ଆଜି ଏହା ପଛର କାରଣ ବିଷୟରେ ଜାଣିବା ।
/kanak/media/media_files/2025/03/27/IUM7YFxIwV8SKZUdnzVb.jpg)
ବହୁ ପୁରାତନ ସମୟରୁ ଖାସ୍ କାର୍ଯ୍ୟକ୍ରମରେ ଲାଲ୍ କାର୍ପେଟର ବ୍ୟବହାର ହୋଇଆସୁଛି । ରିପୋର୍ଟ ମୁତାବକ , ୪୫୮ BC ରେ ଗ୍ରୀକ୍ ନାଟକ ରଚୟିତା ଇସକଲସ୍ ଗୋଟିଏ ନାଟକର ରଚନା କରିଥିଲେ ଯେଉଁଥିରେ ଲାଲ୍ ରଙ୍ଗର କାର୍ପେଟ୍ ବିଷୟରେ ଉଲ୍ଲେଖ କରାଯାଇଥିଲା । ନାଟକରେ ସେହି ଲାଲ୍ ରଙ୍ଗର କାର୍ପେଟଟି ଯୁଦ୍ଧରେ ବିଜୟ ହାସଲ କରି ଆସିଥିବା ଜଣେ ରାଜାଙ୍କ ପାଇଁ ବିଛା ଯାଇଥିଲା ।
/kanak/media/media_files/2025/03/27/fT2RwDQwJgHL7AE9CGCh.jpg)
ଇଣ୍ଡିଆନ୍ ଏକ୍ସପ୍ରେସର ଏକ ରିପୋର୍ଟ ମୁତାବକ, ୧୯୯୩ Tufts University ର ଜଣେ ପ୍ରଫେସର୍ ଗ୍ରେଗରୀ କ୍ରେନ୍ ନିଜ ପୁସ୍ତକରେ ଲାଲ୍ କାର୍ପେଟ୍ ବିଷୟରେ ଲେଖିଥିଲେ । ରାଜା ଏବଂ ରାଜପରିବାରଙ୍କ ପାଇଁ ଏହି କାର୍ପେଟ୍ ବିଛା ଯାଉଥିଲା । ଯାହା ପରମ୍ପରାର ଅଂଶବିଶେଷ ଥିଲା । ୟୁରୋପରେ ଲାଲ୍ ରଙ୍ଗର କାର୍ପେଟ୍ ସେତେବେଳେ ଫେମସ୍ ହେଲା ଯେତେବେଳେ ଲୋକ ଜାଣିଲେ ଯେ ଏହା ଏକ ଖାସ୍ ରଙ୍ଗର ଡାଇ ଯାହାକୁ ସ୍କାର୍ଲେଟ୍ କୁହାଯାଏ ସେଥିରୁ ପ୍ରସ୍ତୁତି । ଏହି ଡାଇର ଦାମ୍ ସେତେବେଳେ ଆକାଶଛୁଆଁ ଥିଲା ଏବଂ ଖାସ୍ କରି ନାମୀଦାମୀ ଲୋକଙ୍କ ପାଇଁ ବିଛା ଯାଉଥିଲା । ଶିଳ୍ପ ବିପ୍ଳବ ପରେ କାର୍ପେଟର ଦାମ୍ ତ ଶସ୍ତା ହୋଇଗଲା କିନ୍ତୁ ଲୋକଙ୍କ ମନରେ ଲାଲ୍ କାର୍ପେଟ୍ କେବଳ ନାମୀଦାମୀ ଲୋକଙ୍କ ପାଇଁ ବିଛାଯାଏ ବୋଲି ଧାରଣା ରହିଗଲା ।
/kanak/media/media_files/2025/03/27/X8hTc1101phDeVAynxOX.jpg)
କିଛି ସମୟ ପୂର୍ବରୁ ରେଡ୍ କାର୍ପେଟ୍ ଟ୍ରିଟମେଣ୍ଟ୍ ଶବ୍ଦଟି ବହୁତ ଫେମସ୍ ହେଲା । ଯାହାର ଆରମ୍ଭ ଆମେରିକାର ଏକ ଟ୍ରେନରୁ ହୋଇଥିଲା । ଏହି ଟ୍ରେନ୍ ୧୯୦୨ ରୁ ୧୯୦୭ ମଧ୍ୟରେ ଚାଲୁ ରହିଥିଲା । ଯାହାର ନାଁ ଥିଲା 20th Century Limited । ଏହି ଟ୍ରେନ୍ ନ୍ୟୁୟର୍କରୁ ସିକାଗୋ ପର୍ଯ୍ୟନ୍ତ ଚାଲିଥିଲା । ଯେତେବେଳେ ଟ୍ରେନ୍ ପ୍ଲାଟଫର୍ମକୁ ଆସୁଥିଲା ଯାତ୍ରୀଙ୍କ ପାଇଁ ରେଡ୍ କାର୍ପେଟ୍ ବିଛା ଯାଉଥିଲା । ଯାତ୍ରୀମାନେ ସେଲିବ୍ରିଟିଙ୍କ ପରି ଟ୍ରେନରେ ଚଢୁଥିଲେ । ୧୯୨୨ ରେ ରେଡ୍ କାର୍ପେଟ୍ ହଲିଉଡ୍ ପର୍ଯ୍ୟନ୍ତ ପହଞ୍ଚିଲା ଏବଂ ଆୱାର୍ଡ ଶୋ’ରେ ଏହାର ବ୍ୟବହାର ହେଲା । ହଲିଉଡ୍ ପରେ ପରେ ଅନ୍ୟ ଫିଲ୍ମ ଇଣ୍ଡଷ୍ଟ୍ରି ସହ ବଲିଉଡରେ ମଧ୍ୟ ରେଡ୍ କାର୍ପେଟ୍ ବିଛେଇବାର ପରମ୍ପରା ମୁଣ୍ଡ ଟେକିଲା ।
/kanak/media/media_files/2025/03/27/2onJB7XRD2O6X6H1NWzf.jpg)