ବଲିଉଡରେ ଖିଲାଡି କୁମାର କହିଲେ ସମସ୍ତେ ଅକ୍ଷୟ କୁମାରଙ୍କୁ ଚିହ୍ନନ୍ତି । ନିଜ ଫିଟନେସକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି ଅକ୍କି । ବୟସ ଆସି ୫୭ ହେଲାଣି କିନ୍ତୁ ଏବେବି ୨୫ ବର୍ଷର ଫୁର୍ତ୍ତି ନେଇ ସିନେମା କରୁଛନ୍ତି ଅକ୍ଷୟ । ତେବେ ଅଭିନେତା ଜଣକ କେମିତି ଏତେ ଫିଟ୍ ଅଛନ୍ତି ? ଫିଟ୍ ରହିବାକୁ କଣ ଖାଉଛନ୍ତି ? କେତେ ସମୟ ବ୍ୟାୟାମ କରୁଛନ୍ତି ଏବଂ ଏ ବୟସରେ ବି ସେ କେମିତି ଯୁବକଙ୍କ ପରି ଦେଖାଯାଉଛନ୍ତି ? ଏହାକୁ ନେଇ ସବୁବେଳେ ଲାଇମ୍ ଲାଇଟକୁ ନିଜ ଆଡକୁ ଆକର୍ଷିତ କରନ୍ତି ଅଭିନେତା । ତାଙ୍କ ପ୍ରଶଂସକଙ୍କ ଗହଣରେ ଏ ସବୁ ପ୍ରଶ୍ନ ଅନେକ ସମୟରେ ଉଠୁଥିବା ବେଳେ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ସୁନ୍ଦର ସ୍ବାସ୍ଥ୍ୟ ପଛର ସିକ୍ରେଟ୍ କହିଛନ୍ତି ନିର୍ଦ୍ଦେଶକ ରୋହିତ ସେଟ୍ଟୀ ।

Advertisment
Akshay-Kumar
Akshay-Kumar Photograph: (google)

ଏକ ପୋଡକାଷ୍ଟରେ ରୋହିତ ଅକ୍ଷୟଙ୍କ ଫିଟନେସ୍ ପଛର ଗୁମର ଖୋଲିଛନ୍ତି । ରୋହିତ କହିଛନ୍ତି , ଅକ୍ଷୟ ଘରୋଇ ଖାଦ୍ୟ ଖାଆନ୍ତି, ବ୍ୟାୟାମ ବି କରନ୍ତି । ସେ କୌଣସି ଫିଟନେଟ୍ ଟ୍ରେନିଂ ନିଅନ୍ତି ନାହିଁ । ୮୦ ମହଲା କୋଠାକୁ ସେ ଆରାମରେ ଉପର ତଳ ହୋଇ ଯିବାଆସିବା କରିପାରନ୍ତି । ଶୋଇବାକୁ ନେଇ ଅକ୍ଷୟ କୁମାର ଭାରି ସଂଯମ । ସମସ୍ତେ ଜାଣନ୍ତି ଅକ୍ଷୟ କୁମାର ଶୀଘ୍ର ବିଛଣାକୁ ଯାଆନ୍ତି ମାତ୍ର ସୁଟିଂ ଥିଲେ ସେ ତାକୁ ମ୍ୟାନେଜ୍ କରିନିଅନ୍ତି ।

rohit
rohit Photograph: (google)

ଅଭିନେତା ପ୍ରତିଦିନ ସକାଳେ ଶୀଘ୍ର ଉଠନ୍ତି ଏବଂ ବ୍ୟାୟାମ କରନ୍ତି । ଜିମ୍ ସହ ଯୋଗ , ପ୍ରାଣାୟମ ବି କରନ୍ତି । ଫିଟ୍ ରହିବା ପାଇଁ ଅକ୍କି ବିଭିନ୍ନ ସମୟରେ ମାର୍ଶଲ ଆର୍ଟ, ଟ୍ରେକ୍ ରନିଂ ପରି ଭିନ୍ନ ଭିନ୍ନ କୌଶଳ ଆପଣାନ୍ତି । ଏଥିସହ ଖାଦ୍ୟରେ ବି ଶୃଙ୍ଖଳା ରକ୍ଷା କରନ୍ତି ଅକ୍ଷୟ । ତାଜା ଫଳ,ସବୁଜ ପନିପରିବା ଏବଂ ପୁଷ୍ଟିକର ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି ଅକ୍କି । ସେ ଖାଦ୍ୟରେ ଅଣ୍ଡା, ଡାଲି, ଚିକେନ୍ ଏବଂ ସାଲାଡ ଖାଇବାକୁ ଗୁରୁତ୍ବ ଦିଅନ୍ତି ଏବଂ ପ୍ରୋଟିନ୍ ଉପରେ ମଧ୍ୟ ଧ୍ୟାନ ଦିଅନ୍ତି ।