ଧାଁ,ଦୌଡ଼ ଜୀବନ ଭିତରେ ବାହାରକୁ ଯାଇ ସପିଂ କରିବା ପାଇଁ କାହାକୁ ଇଚ୍ଛା ହୁଏନି । ଆଉ ଲୋକଙ୍କ ମନକୁ ଜାଣି ଅନଲାଇନ୍ ସପିଂ ମାର୍କେଟ୍ ବି ଦିନକୁ ଦିନ ବଢିବାରେ ଲାଗିଛି । ବଜାର ଅପେକ୍ଷା କମ୍ ଦାମ୍ ଏବଂ ବିଭିନ୍ନ ଭେରାଇଟିର ଜିନିଷ ଏଠାରେ ଉପଲବ୍ଧ ହୋଇଯାଏ । କିନ୍ତୁ ଯେଉଁ ଜିନିଷ ଆପଣ ଅନଲାଇନରୁ କିଣୁଛନ୍ତି ତାହା କେତେ ଅସଲି ଜାଣିବା ବି ଗ୍ରାହକଙ୍କ ପାଇଁ ନିହାତି ଜରୁରୀ । ତେବେ ଏହାରି ଭିତରେ ଆଶ୍ଚର୍ଯ୍ୟ କଲା ଭଳି ଏକ ଖବର ସାମ୍ନାକୁ ଆସୁଛି । କ’ଣ ଆପଣ ଜାଣିଛନ୍ତି କି ଗୋଦାମରୁ ଆସି ସିଧା ଘରେ ପହଞ୍ଚୁଥିବା ଏହି ଜିନିଷ ପଛରେ ଏକ ବଡ଼ ଘୋଟାଲା ଚାଲିଛି । ଆଜ୍ଞା ହଁ ଆପଣ ସିନା ମୋବାଇଲ୍ ସ୍କ୍ରିନରେ ଆଙ୍ଗୁଠି ଦବାଇ ସାମଗ୍ରୀ ଅର୍ଡର କରିଦେଲେ କିନ୍ତୁ ପ୍ୟାକେଟ୍ ଭିତରେ ଥିବା ସାମଗ୍ରୀ କେତେ ଅସଲି ତାହା କ’ଣ ଆପଣ ଜାଣିଛନ୍ତି ? ଗତ କିଛି ଦିନ ଧରି ଭାରତୀୟ ମାନକ ବ୍ୟୁରୋ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି । ଏହାର ଦିଲ୍ଲୀ ବ୍ରାଞ୍ଚରେ ମୋହନ କୋ-ଅପରେଟିଭ୍ ଇଣ୍ଡଷ୍ଟ୍ରିଆଲ୍ ଅଞ୍ଚଳରେ ସ୍ଥିତ ଆମାଜନ୍ ସେଲର୍ସ ପ୍ରାଇଭେଟ୍ ଲିମିଟେଡ୍ ଗୋଦାମରେ ଚଢ଼ାଉ କରାଯାଇଛି । ୧୫ ଘଣ୍ଟାରୁ ଅଧିକ ସମୟ ଧରି ଚାଲୁଥିବା ଏହି ଯାଞ୍ଚରେ ଯେଉଁ ଖବର ସାମ୍ନାକୁ ଆସିଛି ତାହା ଆପଣଙ୍କୁ ଚକିତ କରିଦେଇପାରେ ।
/kanak/media/media_files/2025/03/27/X9DhKwuQXh2oRbvMKDJm.jpg)
ଚଢ଼ାଉ ବେଳେ ଗୋଦାମରୁ ୩୫୦୦ ରୁ ଅଧିକ ଏମିତି ପ୍ରଡକ୍ଟ ମିଳିଛି ଯାହା ବିନା ISI ମାର୍କ ଦ୍ବାରା ବିକ୍ରି କରାଯାଉଥିଲା । କେବଳ ଏତିକି ନୁହେଁ ଏହି ପ୍ରଡକ୍ଟ ଉପରେ ଫେକ୍ ଆଇଏସଆଇ ଲେବଲ୍ ମଧ୍ୟ ଲାଗିଥିଲା । ଯାଞ୍ଚ୍ ବେଳେ ମିଳିଥିବା ପ୍ରଡକ୍ଟରେ ଗିଜର୍ , ଫୁଡ୍ ମିକ୍ସର୍ ଏବଂ ଅନ୍ୟ ଫର୍ଣ୍ଣିଚର୍ ମଧ୍ୟ ସାମିଲ୍ ହୋଇଛି । ଏହାର ଅର୍ଥ ହେଉଛି ଏ ସବୁ ପ୍ରଡକ୍ଟ ଫେକ୍ ଏବଂ ଏହି ପ୍ରଡକ୍ଟକୁ ବ୍ୟବହାର କଲା ବେଳେ କେତେବେଳେ ବି କରେଣ୍ଟ୍ ଲାଗିବାର ସମ୍ଭାବନା ରହିଥାଏ । କମ୍ପାନୀ ଏଭଳି ଫେକ୍ ପ୍ରଡକ୍ଟ ବିକ୍ରି କରି ନା କେବଳ ଗ୍ରାହକଙ୍କୁ ଭୁଆଁ ବୁଲାଉଛି ବରଂ ଲୋକଙ୍କ ଜୀବନ ସହ ମଧ୍ୟ ଖେଳୁଛି କହିଲେ କିଛି ଭୂଲ୍ ହେବନି । ସବୁ ପ୍ରଡକ୍ଟକୁ ମିଶାଇଲେ ଏହାର ମୂଲ୍ୟ ୭୦ ଲକ୍ଷ ଟଙ୍କା ହେଉଛି ।
/kanak/media/media_files/2025/03/27/l4B9wjJ0Lpx1v1oXlDDU.jpg)
ଦିଲ୍ଲୀର ତ୍ରୀନଗର ସ୍ଥିତ ଫ୍ଲିପକାର୍ଟର ଶାଖା କମ୍ପାନି ଇନଷ୍ଟାକାର୍ଟ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍ ଉପରେ ମଧ୍ୟ ଚଢ଼ାଉ କରିଛି । BIS ଟିମର ଚଢ଼ାଉ ବେଳେ ବିନା ISI ମାର୍କ ଏବଂ ବିନା ମେନୁଫେକ୍ଚରିଙ୍ଗ୍ ଲାଗିଥିବା ପ୍ରଡ଼କ୍ଟ ମିଳିଲା । ଭାରତୀୟ ମାନକ ବ୍ୟୁରୋର ଟିମ୍ ୫୯୦ ହଳ ସ୍ପୋର୍ଟସ୍ ବୁଟ୍ ନକଲି ଥିବା ଜାଣିବାକୁ ପାଇଥିଲେ ଯାହାର ମୂଲ୍ୟ ୬ ଲକ୍ଷ ଟଙ୍କା ହେବ । ଗତ ଏକ ମାସ ଧରି ବିଆଇଏସର ଟିମ୍ ଦେଶର ଭିନ୍ନ ଭିନ୍ନ ରାଜ୍ୟରେ ଚଢ଼ାଉ ଜାରି ରଖିଛି । ଦିଲ୍ଲୀ, ଗୁଡ଼ଗାଓଁ, ଫରିଦାବାଦ୍, ଲକ୍ଷ୍ନୌ ଏବଂ ଶ୍ରୀପେରବନ୍ଦୁର ଭଳି ଅନେକ ସ୍ଥାନରେ ଖରାପ କ୍ବାଲିଟିର ସାମଗ୍ରୀ ଷ୍ଟକ୍ ରଖାଯାଇଥିଲା ।
/kanak/media/media_files/2025/03/27/pCOexwu88f9Hnki808MG.jpg)