ଶୁଖିଲାପତ୍ର ବିକି ବିକି କୋଟିପତି : ମହିଳାଙ୍କୁ ସଶକ୍ତ କରିଛି ତେଜପତ୍ର ଚାଷ

ସମୟ ଆସି ଏମିତି ପହଞ୍ଚିଛି ଯେ ଦେଖୁ ଦେଖୁ ତେଜପତ୍ର ଚାଷ ୪୦୦ କୋଟି ଟଙ୍କାର ବଡ଼ ବ୍ୟବସାୟ ଛିଡ଼ା କରି ସାରିଲାଣି । ଅପେକ୍ଷାର ଫଳ ମିଠା ଭଳି ତେଜପତ୍ର ଗଛ ଲଗାଇବାର ୩ ବର୍ଷ ପରେ ହିଁ ପତ୍ର ବାହାରିବା ଆରମ୍ଭ ହୋଇଯାଏ ।

Bay Leaf

Bay Leaf Photograph: (KanakNews)

କନକ ବ୍ୟୁରୋ : ନା’ଅଧିକ ପରିଶ୍ରମ, ନା’ ଅଧିକ ଖର୍ଚ୍ଚ କେବଳ ଗୋଟିଏ ଗଛ ଲଗାଇଲେ ୨୫ ବର୍ଷ ପର୍ଯ୍ୟନ୍ତ ରୋଜଗାରର ବାଟ ଫିଟିଗଲା । ଆମେ କହୁଛୁ ପଶ୍ଚିମବଙ୍ଗ ଦିନାଜପୁରରେ ମହିଳାମାନେ ଆରମ୍ଭ କରିଥିବା ତେଜପତ୍ର ଚାଷ ବିଷୟରେ । ତେଜପତ୍ର ଚାଷ ଏବେ ପଶ୍ଚିମବଙ୍ଗରେ ମହିଳାମାନଙ୍କୁ ସଶକ୍ତ କରିଛି କହିଲେ କିଛି ଭୁଲ୍ ହେବନି । ୨୦ ବର୍ଷ ତଳକୁ ଯଦି ଯିବା ତା’ହେଲେ ମହିଳାମାନେ ତେଜପତ୍ର ଚାଷ ବିଷୟରେ କିଛି ଜାଣି ନଥିଲେ କିନ୍ତୁ ଆଜିର ପରିସ୍ଥିତି ସମ୍ପୁର୍ଣ୍ଣ ଭିନ୍ନ । କୃଷକ ଏବଂ ବ୍ୟବସାୟୀଙ୍କ ଭିତରେ ଏହି ଚାଷକୁ ନେଇ ଅଧିକ ଡିମାଣ୍ଡ । ସମୟ ଆସି ଏମିତି ପହଞ୍ଚିଛି ଯେ ଦେଖୁ ଦେଖୁ ତେଜପତ୍ର ଚାଷ ୪୦୦ କୋଟି ଟଙ୍କାର ବଡ଼ ବ୍ୟବସାୟ ଛିଡ଼ା କରି ସାରିଲାଣି । ଅପେକ୍ଷାର ଫଳ ମିଠା ଭଳି ତେଜପତ୍ର ଗଛ ଲଗାଇବାର ୩ ବର୍ଷ ପରେ ହିଁ ପତ୍ର ବାହାରିବା ଆରମ୍ଭ ହୋଇଯାଏ । ୩ ବର୍ଷରୁ ଧରି ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ପ୍ରତିଟି ଗଛରୁ ୧୫ ରୁ ୨୦ ପତ୍ର ଝଡ଼ିଥାଏ । 

କ୍ୟାନ୍ସର ଡାକିଆଣିବ ଆଚାର ! ପ୍ରତିଦିନ ଖାଉଥିଲେ ଆଜି ହିଁ ଛାଡ଼ନ୍ତୁ , ଭୁଲ୍ ଜାରରେ ଆଚାର ରଖୁଥିଲେ ; ସାବଧାନ

dry leaf
dry leaf Photograph: (google)

ମଣିଷ ମାଂସ ଖାଏ ମୁଗ ଡାଲି ! IAS ଇଣ୍ଟରଭ୍ୟୁରେ ପଚରାଗଲା ପ୍ରଶ୍ନ ; କ’ଣ ରହିଛି ଏହା ପଛର ସତ୍ୟତା ?

ବଜାର ମୂଲ୍ୟ କଥା ଯଦି କହିବା ତେଜପତ୍ର କ୍ବିଣ୍ଟାଲ୍ ପିଛା ୫୦୦୦ ଟଙ୍କା ଦରରେ ବିକ୍ରି ହୋଇଥାଏ । ପଶ୍ଚିମବଙ୍ଗର ଚାଷଜମିରେ ଏଭଳି ଏକ ପରିବର୍ତ୍ତନ ନା’ କେବଳ ମହିଳାଙ୍କୁ ସଶକ୍ତ କରିଛି , କୃଷକଙ୍କ ଭାଗ୍ୟ ମଧ୍ୟ ପରିବର୍ତ୍ତନ କରିଛି । ଏହି ଚାଷରେ ପୁରୁଷଙ୍କ କାମ ମୁଖ୍ୟତଃ ଗଛ ଲଗାଇବା ଏବଂ କାଟିବା । ମହିଳା ଚାଷୀ ପତ୍ରକୁ ଅଲଗା କରି ଶୁଖାଇବା କାମ କରିଥା’ନ୍ତି । 

ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁସାରେ ପଶ୍ଚିମବଙ୍ଗ ଉତ୍ତର ଦିନାଜପୁରରେ ପାଖାପାଖି ୮୦ ପ୍ରତିଶତ ଲୋକ ତେଜପତ୍ର ଚାଷ କରୁଛନ୍ତି ଯେଉଁଥିରେ ୬୪ ପ୍ରତିଶତ ମହିଳା କାମ କରନ୍ତି । ଏମିତିକି ଗୃହିଣୀ ମଧ୍ୟ ଘର କାମ ସାରି ତେଜପତ୍ର କ୍ଷେତକୁ ଆସିଥା’ନ୍ତି ଏବଂ କାମ କରି ଦୈନିକ ୧୦୦ ଟଙ୍କା ମଜୁରି ନେଇଥା’ନ୍ତି । ୨୦୨୦ ମସିହାରେ ୨୪୦ ହେକ୍ଟର ଜମିରେ ପ୍ରଥମେ ତେଜପତ୍ର ଚାଷ କରାଯାଇ ଥିଲା । ଯାହା ବର୍ତ୍ତମାନ ବଢ଼ି ୩୧୮ ହେକ୍ଟରରେ ପହଞ୍ଚିଲାଣି । ସେହି ସମୟରେ ୭୬୯ ମେଟ୍ରିକ୍ ଟନ୍ ତେଜପତ୍ର ଉତ୍ପାଦନ ହେଉଥିବା ବେଳେ ୨୦୨୪-୨୫ ରେ ଏହା ୧୦୧୯ ମେଟ୍ରିକ୍ ଟନରେ ପହଞ୍ଚିଲାଣି । ତେଜପତ୍ର ଚାଷରେ କମ୍ ପାଣିର ଆବଶ୍ୟକତା ଥାଏ ଯାହା କ୍ଷୁଦ୍ରଚାଷୀଙ୍କ ପାଇଁ ଖୁବ୍ ଲାଭଦାୟକ । ପୂର୍ବରୁ ଯେଉଁଠାରେ ଚାଷୀ ଧାନ,ଗହମ ଉପରେ ନିର୍ଭର କରୁଥିଲେ ବର୍ତ୍ତମାନ ସେହିଠାରେ ତେଜପତ୍ର ଫାର୍ମିଂ ଗେମଚେଞ୍ଜର୍ ସାଜିଛି । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe