କନକ ବ୍ୟୁରୋ : ଖାଦ୍ୟରେ ଭେଜାଲ୍ ହେବା ବର୍ତ୍ତମାନ ଏକ ସାଧାରଣ ସମସ୍ୟା ହୋଇଗଲାଣି । ପନିରଠାରୁ ଆରମ୍ଭ କରି ଖାଇବାତେଲ , କଫ୍ ସିରଫରୁ ଆରମ୍ଭ କରି ଔଷଧ ପର୍ଯ୍ୟନ୍ତ ସବୁଥିରେ ଭେଜାଲ୍ । କହିବାକୁ ଗଲେ ଭାରତରେ ଖାଦ୍ୟ ମିଶ୍ରଣ ଏକ ବିପଜ୍ଜନକ ସ୍ତରରେ ପହଞ୍ଚିଛି । ପନିପରିବାକୁ ତଟକା ଦେଖାଇବା ପାଇଁ ଯେଉଁଠି ରାସାୟନିକ ଚମକର ବ୍ୟବହାର କରାଯାଉଛି , ସେଇଠି ଫଳକୁ ଫ୍ରେଶ୍ ଦେଖାଇବା ପାଇଁ ମହମର ଆବରଣ ଦିଆଯାଉଛି । ବଜାରରୁ ଯାହା ଖାଇବ ତାହା ଏକପ୍ରକାର ସ୍ଲୋ ପଏଜନ୍ ଭଳି । ମାର୍କେଟରେ ମିଳୁଥିବା ଖାଦ୍ୟପେୟ ଉପରେ ଦିନକୁ ଦିନ ଭରସା ତୁଟୁଥିବା ବେଳେ ବର୍ତ୍ତମାନ ଆଉ ଏକ ଭରସାଯୋଗ୍ୟ ଖାଦ୍ୟର ନାଁ ଏହି ତାଲିକାରେ ଆସିଯାଇଛି । ଆଉ ଏହି ସ୍ନାକ୍ସର ନାଁ ହେଉଛି ଭଜା ବୁଟ । ମେଳାରୁ ଆରମ୍ଭ କରି ପାନ ଦୋକାନରେ ମିଳୁଥିବା ଏହି ଭଜା ବୁଟ ପ୍ରାୟତଃ ସମସ୍ତଙ୍କ ପସନ୍ଦର ଖାଦ୍ୟ । କିନ୍ତୁ ବର୍ତ୍ତମାନ ଏଥିରେ ମଧ୍ୟ ଭେଜାଲର ପରସ୍ତ ପଡ଼ିଛି ।
ବିରିୟାନୀ ପରେ ପିଉଛନ୍ତି କି କୋଲ୍ଡଡ୍ରିଙ୍କ୍ ? ସାବଧାନ , ହୋଇପାରେ ବଡ଼ ସମସ୍ୟା ; ଡାକିଆଣିବ ଘାତକ ରୋଗ
/filters:format(webp)/kanak/media/media_files/2025/11/14/befunky-2025-11-14-08-33-29.jpg)
ମଣିଷ ମାଂସ ଖାଏ ମୁଗ ଡାଲି ! IAS ଇଣ୍ଟରଭ୍ୟୁରେ ପଚରାଗଲା ପ୍ରଶ୍ନ ; କ’ଣ ରହିଛି ଏହା ପଛର ସତ୍ୟତା ?
ବର୍ତ୍ତମାନ ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେଉଛି ଯେଉଁଥିରେ ଜଣେ ଯୁବକ କହୁଛନ୍ତି ଯେ ବଜାରରେ ବିକ୍ରି ହେଉଥିବା ଏହି ବୁଟ ରାସାୟନିକ ପଦାର୍ଥରେ ରଙ୍ଗୀନ ହୋଇଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏହି ରିପୋର୍ଟରେ କୁହାଯାଇଛି ଯେ ଯଦି ଏହି ବୁଟକୁ ପ୍ରତିଦିନ ଖିଆଯାଏ ତେବେ ଶରୀରରେ କର୍କଟ ରୋଗ ସୃଷ୍ଟି ହେବାର ଆଶଙ୍କା ରହିଛି । ଭିଡିଓଟିରେ ବ୍ୟକ୍ତିଜଣକ କହୁଛନ୍ତି, "ବଜାରରେ ବିକ୍ରି ହେଉଥିବା ଅଧିକାଂଶ ଭଜା ବୁଟ ଅସଲି ନୁହେଁ ।" ପ୍ରକୃତ ବୁଟ ଏବଂ ନକଲି ବୁଟ ମଧ୍ୟରେ ପାର୍ଥକ୍ୟ ହେଉଛି ସେମାନଙ୍କର ରଙ୍ଗ ଏବଂ ଗଠନ । ବଜାର ବୁଟ ଅତ୍ୟଧିକ ହଳଦିଆ, ବଡ଼ ଏବଂ କୁଡକୁଡିଆ ହୋଇଥାଏ । ଏହାକୁ ଆଙ୍ଗୁଠିରେ ଚାପିଦେଲେ ପାଉଡର ଭଳି ଗୁଣ୍ଡ ହୋଇଯାଏ । ଏହି ନକଲି ବୁଟରେ ଅରାମିନ୍ ନାମକ ଏକ ରାସାୟନିକ ପଦାର୍ଥ ମିଶାଯାଏ ଯାହା ହଳଦୀ ଭଳି ଦେଖାଯାଏ । ଏହି ରାସାୟନିକ ପଦାର୍ଥକୁ ପାଣିରେ ମିଶାଇ ବୁଟକୁ ଭିଜାଇ ରଖାଯାଏ । କିନ୍ତୁ ଏହା କେବଳ ବାହାରକୁ ଆକର୍ଷଣୀୟ ଦେଖାଇବା ପାଇଁ , ଶରୀର ପାଇଁ ଖୁବ୍ କ୍ଷତିକାରକ ହୋଇଥାଏ । ଦୀର୍ଘ ସମୟ ଧରି ଯଦି ଏହି ବୁଟକୁ ଖିଆଯାଏ ତା’ହେଲେ ଶରୀରରେ ଏହାର ଖରାପ ପ୍ରଭାବ ପଡ଼ିପାରେ ।
ଭିଡିଓରେ ଏଭଳି ଭେଜାଲ୍ ବୁଟକୁ ଚିହ୍ନିବା ପାଇଁ ସରଳ ଉପାୟ ମଧ୍ୟ କୁହାଯାଇଛି । ପ୍ରକୃତ ବୁଟ ଆକାରରେ ଛୋଟ , ପ୍ରାକୃତିକ ବାଦାମୀ ରଙ୍ଗ ସହ ସହଜରେ ଭାଙ୍ଗେନାହିଁ । ତେବେ ଭିଡିଓରେ ଯୁବକ ଜଣକ କହିଛନ୍ତି ଯେ ଯେତେବେଳେ ବି ଭଜାବୁଟ କିଣୁଛନ୍ତି ତାହେଲେ ବିଶ୍ବାସଯୋଗ୍ୟ ଜାଗାରୁ କିଣନ୍ତୁ ଅଥବା ଘରେ ପ୍ରସ୍ତୁତ କରି ଖାଆନ୍ତୁ । ଏହି ଭିଡିଓଟି ଇନଷ୍ଟାଗ୍ରାମରେ ଅକ୍ଟୋବର ୨୪ ତାରିଖରେ ସେୟାର୍ କରାଯାଇଥିଲା । ଯାହାକୁ ବର୍ତ୍ତମାନ ସୁଦ୍ଧା ୩ ମିଲିୟନରୁ ଅଧିକ ଲୋକ ଦେଖିସାରିଲେଣି । ଯେଉଁଥିରେ ୟୁଜର୍ସମାନେ ମଧ୍ୟ ବିଭିନ୍ନ ପ୍ରକାର କମେଣ୍ଟ୍ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/11/14/bhaja-buta-2025-11-14-08-32-31.jpg)