୭ ବର୍ଷ ପରେ ପୁଣିଥରେ ଆୟୁଷ୍ମାନ୍ ଖୁରାନାଙ୍କ ପତ୍ନୀ ତାହିରା କଶ୍ୟପଙ୍କୁ ଦ୍ବିତୀୟଥର ପାଇଁ ହେଲା କ୍ୟାନ୍ସର

ଗୋଟିଏ ପଟେ ଟେଲି ଜଗତର ବୋହୂ କୁହାଯାଉଥିବା ହିନା ଖାନ୍ ବ୍ରେଷ୍ଟ୍ କ୍ୟାନ୍ସର ସହ ଲଢୁଥିବା ବେଳେ ଏବେ ଆଉ ଜଣେ ସେଲିବ୍ରିଟି ଏହି ତାଲିକାରେ ଯୋଡ଼ି ହୋଇଯାଇଛନ୍ତି । ଲେଖିକା,ନିର୍ଦ୍ଦେଶିକା ତଥା ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ପତ୍ନୀ ତାହିରା କଶ୍ୟପଙ୍କୁ ଦ୍ବିତୀୟଥର ପାଇଁ କ୍ୟାନ୍ସର ଆକ୍ରମଣ କରିଛି । ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଦୁଃଖଭରା ପୋଷ୍ଟ୍ କରି ଫ୍ୟାନ୍ସକୁ ଏନେଇ ସୂଚନା ଦେଇଛନ୍ତି ।

ଅଦ୍ୟତନ ହୋଇଛି
tahira

tahira Photograph: (google)

ବଲିଉଡ୍ ତାରକାଙ୍କୁ ଯେମିତି କ୍ୟାନ୍ସରର ନଜର ଲାଗିଛି । ଗୋଟିଏ ପଟେ ଟେଲି ଜଗତର ବୋହୂ କୁହାଯାଉଥିବା ହିନା ଖାନ୍ ବ୍ରେଷ୍ଟ୍ କ୍ୟାନ୍ସର ସହ ଲଢୁଥିବା ବେଳେ ଏବେ ଆଉ ଜଣେ ସେଲିବ୍ରିଟି ଏହି ତାଲିକାରେ ଯୋଡ଼ି ହୋଇଯାଇଛନ୍ତି । ଲେଖିକା,ନିର୍ଦ୍ଦେଶିକା ତଥା ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ପତ୍ନୀ ତାହିରା କଶ୍ୟପଙ୍କୁ ଦ୍ବିତୀୟଥର ପାଇଁ କ୍ୟାନ୍ସର ଆକ୍ରମଣ କରିଛି । ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଦୁଃଖଭରା ପୋଷ୍ଟ୍ କରି ଫ୍ୟାନ୍ସକୁ ଏନେଇ ସୂଚନା ଦେଇଛନ୍ତି । ତେବେ ଏହା ପୂର୍ବରୁ ମଧ୍ୟ ତାହିରା ବ୍ରେଷ୍ଟ୍ କ୍ୟାନ୍ସର ସହ ଲଢ଼େଇ କରି ଜୀବନଯୁଦ୍ଧ ଜିତିଥିଲେ କିନ୍ତୁ ପୁଣିଥରେ କ୍ୟାନ୍ସର ରୂପକ ରାକ୍ଷସ ତାଙ୍କ ଶରୀରରେ ପ୍ରବେଶ କରିଛି । ବର୍ତ୍ତମାନ ତାହିରାଙ୍କ ଚିକିତ୍ସା ଚାଲିଛି । ସେ ପ୍ରତିବର୍ଷ କ୍ୟାନ୍ସର ଦିବସରେ ସଚେତନତା ବାର୍ତ୍ତା ଦେବା ସହ ରୋଗୀଙ୍କ ପାଖକୁ ଯାଇ ଯଥାସମ୍ଭବ ସାହାଯ୍ୟ ମଧ୍ୟ କରନ୍ତି । କିନ୍ତୁ ଚଳିତବର୍ଷ ବିଶ୍ବ ସ୍ବାସ୍ଥ୍ୟ ଦିବସରେ ତାଙ୍କୁ ପୁନର୍ବାର ଏହି ରୋଗ ସହ ସାମ୍ନା କରିବାକୁ ପଡ଼ିଛି । 

tahira kasyap
tahira kasyap Photograph: (google)

ତାହିରା ଇନଷ୍ଟାଗ୍ରାମରେ ଏନେଇ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରାଇଛନ୍ତି । ସେ ଲେଖିଛନ୍ତି ,‘ ୭ ବର୍ଷ ପରେ ନିୟମିତ ଚେକଅପ୍ ନେବା ପରେ ବି ମତେ ଦ୍ବିତୀୟଥର ପାଇଁ କ୍ୟାନ୍ସର ହେଲା । ଏହି ରୋଗ ସହ ଲଢ଼େଇ କରୁଥିବା ପ୍ରତିଟି ବ୍ୟକ୍ତିଙ୍କୁ ମୁଁ କହିବାକୁ ଚାହେଁ ଯେ ଲଗାତାର ଚେକଅପ୍ ଏବଂ ଚିକିତ୍ସା କରାନ୍ତୁ । ମୁଁ ଏବେ ବି ମଜଭୁତ ଅଛି ଏବଂ ଦ୍ବିତୀୟଥର ପାଇଁ କ୍ୟାନ୍ସର ସହ ଲଢ଼େଇ କରିବାକୁ ପ୍ରସ୍ତୁତ ଅଛି । ଏହାକୁ ଅବହେଳା ନକରି ମେମୋଗ୍ରାମ୍ ଟେଷ୍ଟ୍ ନିହାତି କରାନ୍ତୁ । ଦ୍ବିତୀୟ ରାଉଣ୍ଡରେ ମୁଁ ପୁଣିଥରେ ଜିତିବି ବୋଲି ଆଶା ।’ 

ତାହିରା ଏହାକୁ ନେଇ ଲେଖିଛନ୍ତି ଯେ ,‘ଯଦି ଜୀବନ ଲେମ୍ବୁ ଦିଏ ତା’ହେଲେ ଏହାକୁ ଲେମ୍ବୁପାଣି ତିଆରି କରି ପିଇବାକୁ ପଡ଼େ କିନ୍ତୁ ଯଦି ଲଗାତାର ଲେମ୍ବୁପାଣି ପିଇବାକୁ ପଡ଼େ ତେବେ ମଣିଷ କ’ଣ କରିବ ? ସେତେବେଳେ ଶାନ୍ତିରେ ବସନ୍ତୁ କାଲାଖଟ୍ଟା ଡ୍ରିଙ୍କ୍ ତିଆରି କରନ୍ତୁ ଭଲରେ ଲେମ୍ବୁ ଚିପୁଡ଼ି ପିଅନ୍ତୁ । ଅଧିକ ଭାବିଲେ କିଛି ଲାଭ ହେବନାହିଁ । ’
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe