କନକ ବ୍ୟୁରୋ : ୩୫ବର୍ଷ ତଳେ ଦାଦନ ଖଟିବାକୁ ଯାଇଥିଲେ ମଧ୍ୟପ୍ରଦେଶ ଯାଇ ସେଠାରେ ହଜିଗଲେ । ପରିବାର ଓ ଗାଁ ଲୋକ ଖୋଜା ଖୋଜି କରିଲେ ପାଇଲେନି । ୨ ଦିନ ତଳେ ମିଳିଛି ହଜିଲା ପୁଅର ଠିକଣା । ସେଥିପାଇଁ ଗାଁ ଗାଁରେ ଭୋଜି ଭାତ ଉତ୍ସବର ମାହୋଲ ।
ଅଧିକ ପଢ଼ନ୍ତୁ : ବର୍ଷେ ଗଲାନି ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା, ରକ୍ଷଣାବେକ୍ଷଣ ନକରି ଠିକାଦାର ଫେରାର୍ ହୋଇଯାଇଥିବା ଅଭିଯୋଗ
ବାଜା ବାଜୁଛି। ବାଣ ଫୁଟୁଛି। ସମସ୍ତଙ୍କ ମୁହଁରେ ହସ । ବାଟ ସାରା କିଏ ମୁଣ୍ଡକୁ ଆଉଁସି ଦେଉଛି ତ’ ଆଉ କିଏ ଫୁଲ ତୋଡ଼ା ଦେଉଛି । କାହିଁକି ନା ୩୫ ବର୍ଷ ପରେ ଘରକୁ ଫେରିଛି ପୁଅ । ଗାଁ ଏବେ ଉଠୁଛି ପଡ଼ୁଛି । ଉତ୍ସବର ମାହୋଲ । କେହି କେହି ତ’ ଖୁସିରେ କାନ୍ଦି ବି ପକାଉଛନ୍ତି । ଏ ଦୃଶ୍ୟ ନିଶ୍ଚିନ୍ତକୋଇଲି ବ୍ଲକ ଜମରା ପଞ୍ଚାୟତର ।
ଅଧିକ ପଢ଼ନ୍ତୁ : ଜମି ଅଧିଗ୍ରହଣ ଟଙ୍କା ଦେଲେନି, ତହସିଲ ଗାଡ଼ି ସିଜ୍ !
ପୁଅକୁ ଝୁରି ଝୁରି ୨ ବର୍ଷ ତଳେ ମା’ ଆରପାରିକୁ ଚାଲିଯାଇଛନ୍ତି । ବାପାଙ୍କର ୧୫ ଦିନ ତଳେ ମୃତ୍ୟୁ ହୋଇଛି । ଆଉ ୨ ଦିନ ତଳେ ମିଳିଛି ନିଖୋଜ ପୁଅର ବାବୁଲା ଓରଫ୍ ନୃସିଂହ ମଲ୍ଲିକଙ୍କ ଠିକଣା। ଅନୁଗୁଳର ଜଣେ ଯୁବକ ସହାୟତାରେ ଗାଁକୁ ଫେରିଛନ୍ତି ।
ଅଧିକ ପଢ଼ନ୍ତୁ : କେଉଁଠି ଟୋକନ ଟେନସନ ତ କେଉଁଠି ମିଲର୍ସ ଚିନ୍ତା; ବରଗଡ଼ ଜିଲ୍ଲାରେ ଧାନ କିଣା ଵିକାରେ ଲାଗିରହିଛି ଅଚଳାବସ୍ଥା
୧୯୯୩ରେ ୧୪ ବର୍ଷ ବୟସରେ ବାବୁଲା ଦାଦନ ଖଟିବାକୁ ମଧ୍ୟପ୍ରଦେଶ ଯାଇଥିଲେ । ସେଠାରୁ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ ଯେ ତାଙ୍କର କୌଣସି ପତ୍ତା ନଥିଲା । ପରିବାର ଲୋକ ବି ପୁଅକୁ ଖୋଜି ଖୋଜି ନିରାଶ ହୋଇଯାଇଥିଲେ । ଅନ୍ୟପଟେ ଘର ଠିକଣା ଭୁଲିଯାଇଥିବା ବାବୁଲା ପଶ୍ଚିମବଙ୍ଗରେ ବାବୁ ଲାଲ ନାମରେ ପରିଚିତ ହୋଇଯାଇଥିଲେ । ସର୍କସରେ କାମ କରୁଥିଲେ। ପଶ୍ଚିମବଙ୍ଗର ଜଣଙ୍କୁ ବିବାହ ମଧ୍ୟ କରି ତାଙ୍କର ୧୪ ଓ ୧୫ ବର୍ଷର ୨ଟି ପୁଅ ଅଛନ୍ତି ।
ଅଧିକ ପଢ଼ନ୍ତୁ : ଆବାସ ଯୋଜନା କାହା ପାଇଁ ? ଶୌଚାଳୟ ଘରେ ବିତିଲାଣି ୩ ବର୍ଷ
ତିନି ଦଶନ୍ଧି ଧରି ନିଖୋଜ ଥିବା ମଣିଷକୁ ଗାଁ ଭୁଲିଯାଇଥିବ ବୋଲି ଭାବିଥିଲେ ବାବୁଲା। ହେଲେ ଗାଁ ଲୋକଙ୍କ ସ୍ୱାଗତ ସମ୍ବର୍ଦ୍ଧନା ବାବୁଲାଙ୍କୁ ଭାବପ୍ରବଣ କରିଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/10/cuttack-2025-12-10-19-14-54.jpg)