କନକ ବ୍ୟୁରୋ : କେଉଁଠି ଟୋକନ ଟେନସନ ତ କେଉଁଠି ମିଲର୍ସ ଚିନ୍ତା । ଧାନ କିଣା ଵିକାରେ ଲାଗିରହିଛି ଅଚଳାବସ୍ଥା । ବରଗଡ଼ ଜିଲାରେ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାରେ ଅଚଳାବସ୍ଥାକୁ ନେଇ ଚାଷୀ ଅସନ୍ତୋଷ ଲାଗି ରହିଛି । ଜିଲ୍ଲାର ବିଭିନ୍ନ ମଣ୍ଡିରେ ହଜାର ହଜାର ଧାନ ବସ୍ତା ପଡ଼ି ରହିଥିବା ବେଳେ ଅତାବିରା ମଣ୍ଡିରେ ଏବେ ମଧ୍ୟ ୫୦ ହଜାରରୁ ଅଧିକ ଧାନ ବସ୍ତା ପଡ଼ିରହିଛି ।

Advertisment

ଫଳରେ ଧାନ ବିକିବା ପାଇଁ ଦିନ ଦିନ ଧରି ଚାଷୀ ମଣ୍ଡିରେ ଜଗି ବସିଛି । ତେବେ ଚଳିତ ବର୍ଷ ଖରିଫ ଋତୁ ପାଇଁ ୨୩୦ ଗୋଟି ପେଡି ପ୍ରକ୍ୟୁରମେଣ୍ଟ ରହିଥିବା ବେଳେ ୧ ଲକ୍ଷ ୬୩ ହଜାର ୭୨୭ ଜଣ ଚାଷୀ ପଞ୍ଜିକରଣ ହୋଇଛନ୍ତି । ଜିଲ୍ଲାର ୧୧୯ ଜଣ ମିଲର୍ସ ଚଳିତ ବର୍ଷ ଧାନ କିଣାବିକା ସାମିଲ ଅଛନ୍ତି । କିନ୍ତୁ ଠିକ ଭାବରେ ମଣ୍ଡିକୁ ଟ୍ୟାଗ୍‌ ନମିଳିବାରୁ ବାଧ୍ୟ ହୋଇ କିଣା ଵିକା ରେ ଅଚଳା ଅବସ୍ଥା ଲାଗିରହିଛି ।

ଅଧିକ ପଢ଼ନ୍ତୁ : ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟରେ ବିକଳ ଚିତ୍ର, ୩ ବର୍ଷ ହେବ ଲାଗି ରହିଛି ଡାକ୍ତର ଅଭାବ ସମସ୍ୟା, ରୋଗୀଙ୍କୁ କରାଯାଉଛି ବୁର୍ଲା ରେଫର

ତେବେ ଜିଲ୍ଲାରେ ଅତାବିରା ମଣ୍ଡି ସହିତ ଜିଲ୍ଲାର ବିଭିନ୍ନ ମଣ୍ଡିରେ ଏମିତି ସମାନ ଅବସ୍ଥା ଦେଖିବାକୁ ମିଳିଛି । ତେବେ ଯେ ପଯ୍ୟନ୍ତ ଠିକ ଭାବେ ଧାନ କିଣା ଵିକା ସୁଧାର ନ ହୋଇଛି ନ ହେଲେ ଆଗକୁ ପୁଣି ବଡ଼ ଧରଣର ଆନ୍ଦୋଳନ ହେବ ବୋଲି ଦେଇଛନ୍ତି ଚେତାବନୀ ।