କନକ ବ୍ୟୁରୋ : ଗ୍ରାମାଞ୍ଚଳ ଜନସାଧାରଣଙ୍କ ଗମନାଗମନର ସୁବିଧା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଗ୍ରାମ ସଡକ ଯୋଜନାରେ ପକ୍କା ସଡକ ନିର୍ମାଣ କରୁଛନ୍ତି । କିନ୍ତୁ କିଛି ଠିକାଦାର ଓ ବିଭାଗୀୟ ଯନ୍ତ୍ରୀ ମିଳିମିଶି ରାସ୍ତା ଗୁଡିକୁ ଅତି ନିମ୍ନମାନର ନିର୍ମାଣ କରିବା ଯୋଗୁ ପ୍ରକଳ୍ପ ବ୍ୟର୍ଥ ହେଉଛି । ଏପରି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲାରେ ।
ଅଧିକ ପଢ଼ନ୍ତୁ : ଗଞ୍ଜେଇରେ ନୟାଗଡ଼ ,ବ୍ରାଉନସୁଗାରରେ ଖୋର୍ଦ୍ଧା ଆଗରେ; ୫ କୋଟିର ନିଶାଦ୍ରବ୍ୟ ଜବତ କଲା ପୁଲିସ
ଖୋର୍ଦ୍ଧା ଜିଲ୍ଲା ହାଟବସ୍ତ ଠାରୁ କୋଡ଼ପଡ଼ା ପର୍ଯ୍ୟନ୍ତ ଲମ୍ବିଥିବା ଦୀର୍ଘ ୩ କିମି ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା। ନିର୍ମାଣକୁ ବର୍ଷେ ପୂରିନି, ଆଉ ଅବସ୍ଥା ଦେଖନ୍ତୁ। ପକ୍କା କି କଚ୍ଚା ରାସ୍ତା ଜାଣିହେଉନାହିଁ। ପୁରା ରାସ୍ତାରୁ ଗୋଡ଼ି ଉଠିଗଲାଣି, ବଡ଼ ବଡ଼ ଖାଲ ହୋଇଛି । ଷୋଳଖୁଣ୍ଟି ହାଇସ୍କୁଲ୍ ପାଖରେ ରାସ୍ତା ତ’ ସମ୍ପୂର୍ଣ୍ଣ ମରଣଯନ୍ତା ପାଲଟିଯାଇଛି । ରାସ୍ତା ନିର୍ମାଣର ୫ ବର୍ଷ ଯାଏଁ ଏହାର ରକ୍ଷଣାବେକ୍ଷଣ ଦାୟିତ୍ବ ଠିକାଦାରଙ୍କ ଉପରେ ରହିଥାଏ । ହେଲେ ଏହା ନକରି ଠିକାଦାର ଚମ୍ପଟ ମାରିଥିବା ଅଭିଯୋଗ ଆସିଛି ।
ଅଧିକ ପଢ଼ନ୍ତୁ : ଅନ୍ଧାର ହଟାଇବାକୁ ସରକାରଙ୍କ ଆଲୋକୀକରଣ ଯୋଜନା, ଖୋର୍ଦ୍ଧା ବୋଲଗଡ଼ରେ ପାଣିରେ ପଡ଼ିଲା କୋଟି କୋଟି ଟଙ୍କା, ଆରମ୍ଭରୁ ଅଚଳ ଷ୍ଟ୍ରିଟ୍ ଲାଇଟ୍
ଏହି ରାସ୍ତା ଉପରେ ୧୦ଟି ଗାଁର ଲୋକ ନିର୍ଭର କରୁଛନ୍ତି । ଗାଡ଼ି ତ’ ଦୂରର କଥା ଚାଲିକି ଯିବାକୁ ବି ସୁରକ୍ଷିତ ମଣୁନାହାନ୍ତି ଲୋକେ । ତୁରନ୍ତ ରାସ୍ତାର ମରାମତି କରାନଗଲେ ଆଗାମୀ ଦିନରେ ଜାତୀୟ ରାଜପଥ ଅବରୋଧ କରିବା ନେଇ ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ ।
ଅଧିକ ପଢ଼ନ୍ତୁ : ସ୍ୱାଧୀନତା ପାଇଁ ସଂଗ୍ରାମ... ୧୮୧୭ର ସେହି ରକ୍ତାକ୍ତ ବିଦ୍ରୋହ ; ଯାହାର ସାକ୍ଷୀ ରହିଛି ଖୋର୍ଦ୍ଧା ମାଟି
ଏ ନେଇ ବିଭାଗୀୟ ଯନ୍ତ୍ରୀଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ରାସ୍ତା ନିର୍ମାଣରେ ୨ଟି ପର୍ଯ୍ୟାୟରେ ମୋଟ ୨୪ ଲକ୍ଷ ୭୨ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ପୁଣି ପିଚୁ ରାସ୍ତା ପାଇଁ ନୂଆ ଟେଣ୍ଡର ଡକାଯି ବ। ଲକ୍ଷଲକ୍ଷ ଟଙ୍କାର କାମ ବର୍ଷେ ବି ଯାଉନି । ଏଠି ପ୍ରଶ୍ନ ଉଠୁଛି, କାର୍ଯ୍ୟ ସମୟରେ ବିଭାଗୀୟ ବାବୁ ତଦାରଖ ପାଇଁ ଆସୁନାହାନ୍ତି କି ? ନା ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାର ଫଳ ସାଧାରଣ ଜନତା ଭୋଗୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/10/khordha-2025-12-10-18-16-45.jpg)