କନକ ବ୍ୟୁରୋ : ପବିତ୍ର ଭୂମି ବୃନ୍ଦାବନ ମଧ୍ୟ ପାଲଟିଯାଏ ଗୁପ୍ତ ବୃନ୍ଦାବନ । ପଦରଜ ହୋଇଯାଏ ସରଧାବାଲି । ଆଉ ଶ୍ରଦ୍ଧାଳୁ ପାଲଟି ଯାଆନ୍ତି ଗୋପୀ ଗୋପାଳ । ନିଶ୍ଚିନ୍ତକୋଇଲିର ନେମାଳ ଗାଦୀ ପୀଠକୁ କୁହାଯାଏ ଗୁପ୍ତ ବୃନ୍ଦାବନ । ଅଚ୍ୟୁତାନନ୍ଦଙ୍କ ପୀଠରେ ନିରନ୍ତର ହୋଇଥାଏ ନିତ୍ୟରାସ । ଖାଲି ସେତିକି ନୁହେଁ ମହାପୁରୁଷ ଅଚ୍ୟୁତାନନ୍ଦଙ୍କୁ ଜ୍ଞାନମିଶ୍ରା ଭକ୍ତିର ଆଚାର୍ଯ୍ୟ ବୋଲି କୁହାଯାଏ । ପ୍ରତିବର୍ଷ ଭଳି ଚଳିତ ବର୍ଷ ନେମାଳରେ ନିତ୍ୟରାସ ଉତ୍ସବ ଅନୁଷ୍ଠିତ ହୋଇଛି। ପାଞ୍ଚ ଦିନର ଏହି ଉତ୍ସବରେ ସାମିଲ ହୋଇଛନ୍ତି ଶତାଧିକ ଶ୍ରଦ୍ଧାଳୁ।

Advertisment

ରାସ ମଣ୍ଡଳି ରାସ କରିଛନ୍ତି । ଚାଲିଛି ରାହସ କୀର୍ତ୍ତନ। ବିଶ୍ୱାସ ରହିଛି ନିତ୍ୟରାସ ଶ୍ରବଣ କଲେ ଅଶେଷ ପୂର୍ଣ୍ଣ୍ୟ ମିଳେ । ରାସର ଅନ୍ତିମ ସନ୍ଧ୍ୟାରେ ପ୍ରଭୁ ଗୋପୀନାଥଙ୍କ ସୁସଜିତ ବିମାନ ବଟ ପରିକ୍ରମା କରିଥାନ୍ତି । ଶେଷରେ ଗୋପୀ ଗୋପାଳଙ୍କ ଦ୍ଵାରା ବନ୍ଦାପନା ଉତ୍ସବ ଅନୁଷ୍ଠିତ ହୋଇଥାଏ । ଏହି ଉତ୍ସବରେ ସାମିଲ ହେବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ସାଧୁ ସନ୍ଥ, ପଣ୍ଡିତ ନେମାଳକୁ ଛୁଟି ଆସନ୍ତି ।
ପବିତ୍ର ନେମାଳ ଗାଦି ପୀଠରେ ଶାନ୍ତି ଶୃଙ୍ଖଳା ସହ ଭାବ ଭକ୍ତି ପୂର୍ଣ ନିତ୍ୟରାସ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ପୁଣି ଅପେକ୍ଷା ଆରବର୍ଷକୁ ।