ମୋବାଇଲ୍ ସିମ୍ କିଣିବା ପାଇଁ ଏବେ ଦୋକାନକୁ ଦୌଡ଼ିବାକୁ ପଡ଼ିବନି କି ପସନ୍ଦର ନମ୍ବର ବାଛିବାକୁ ପଡ଼ିବନି । ମାତ୍ର ୧୦ ମିନିଟ୍ ଭିତରେ ଆପଣ ଘରେ ବସି ପାଇ ପାରିବେ ସିମ୍ କାର୍ଡ । ଟେଲିକମ୍ କମ୍ପାନି ଏୟାରଟେଲ୍ କ୍ବିକ୍ କମର୍ସ ପ୍ଲାଟଫର୍ମ ବ୍ଲିଙ୍କିଟ୍ ସହ ପାର୍ଟନରସିପ୍ କରିଛି । ଏବେ ବ୍ଲିଙ୍କିଟ୍ ରାସନ୍ ସାମଗ୍ରୀ ସହ ସିମ୍ କାର୍ଡ ମଧ୍ୟ ମାତ୍ର ୧୦ ମିନିଟ୍ ଭିତରେ ଡେଲିଭରୀ କରିବ । ଏଭଳି ସୁବିଧା ଆରମ୍ଭ କରୁଥିବା ଦେଶର ପ୍ରଥମ କମ୍ପାନି ପାଲଟି ଯାଇଛି ଏୟାରଟେଲ୍ । ଘରେ ବସି ସିମ୍ କାର୍ଡ ଡେଲିଭରୀର ସୁବିଧା ୧୬ ଟି ସହରର ଲୋକଙ୍କୁ ମିଳିବ । ଏହାଦ୍ବାରା ଲୋକଙ୍କ ସମୟ ବଞ୍ଚିବ । 

Advertisment
sim
sim Photograph: (google)

ତେବେ ୧୦ ମିନିଟ୍ ଭିତରେ ଘରକୁ ସିମ୍ କାର୍ଡ ତ ଆଉ ଫ୍ରିରେ ଆସିବନି ଗ୍ରାହକଙ୍କୁ ଏଥିପାଇଁ ୪୯ ଟଙ୍କାର ସୁବିଧା ଶୁଳ୍କ ଅର୍ଥାତ କନଭିନିଏନ୍ସ ଫିସ୍ ଦେବାକୁ ପଡ଼ିବ । ଏହି ସୁବିଧାରେ ଗ୍ରାହକ ଖାଲି ପ୍ରିପେଡ୍ ସିମ୍ ନୁହେଁ ପୋଷ୍ଟପେଡ୍ ସିମ୍ ମଧ୍ୟ ପାଇପାରିବେ । ଯେଉଁ ଲୋକମାନେ ନିଜର ମୋବାଇଲ୍ ନମ୍ବରକୁ ପୋର୍ଟେବିଲିଟି କରିବାକୁ ଚାହୁଛନ୍ତି ସେମାନେ ମଧ୍ୟ ବ୍ଲିଙ୍କିଟ୍ ମାଧ୍ୟମରେ ନୂଆ ସିମ୍ ଅର୍ଡର କରିପାରିବେ । ଗ୍ରାହକ ଯେତେବେଳେ ନୂଆ ସିମ୍ କିଣିବେ ଏହାକୁ ଆକ୍ଟିଭେଟ୍ ମଧ୍ୟ କରିବେ । ସୂଚନା ଅନୁସାରେ , ସିମ୍ କାର୍ଡର ଆକ୍ଟିଭେସନ୍ ଆଧାର କାର୍ଡର କେୱାଇସି ଜରିଆରେ କରାଯିବ । ଏଥିରେ ଗ୍ରାହକଙ୍କୁ ଅନଲାଇନ୍ ଲିଙ୍କ୍ ଦିଆଯିବ ଯେଉଁଥିରେ ଭିଡିଓ ଗାଇଡ୍ ଅନୁସାରେ ସୂଚନା ଦିଆଯିବ ଯେ କେମିତି ଜଣେ ସିମ୍ କାର୍ଡ ଆକ୍ଟିଭେଟ୍ କରିପାରିବେ । ଏହାଛଡ଼ା ଗ୍ରାହକ ମୋବାଇଲରେ ‘ଏୟାରଟେଲ୍ ଥ୍ୟାଙ୍କ୍ସ’ ଆପ୍ ଡାଉନଲୋଡ୍ କରି ନୂଆ ସିମକୁ ଆକ୍ଟିଭେଟ୍ କରିପାରିବେ । କମ୍ପାନିର ନିୟମ ଅନୁସାରେ , ୧୫ ଦିନ ଭିତରେ ଏହି ସିମ୍ କାର୍ଡକୁ ଆକ୍ଟିଭେଟ୍ କରାଇବା ନିହାତି ଜରୁରୀ ।

airtel
airtel Photograph: (google)

ଯେଉଁ ସହରରେ ଏହି ସୁବିଧା ଲାଗୁ ହେବାକୁ ଯାଉଛି ସେଥିରେ ଦିଲ୍ଲୀ, ଗୁଡଗାଓଁ, ଫରିଦାବାଦ, ସୋନୀପତ୍, ଅହମ୍ମଦାବାଦ, ସୁରତ, ଚେନ୍ନାଇ, ଭୋପାଳ, ଇନ୍ଦୋର, ବାଙ୍ଗାଲୁରୁ, ମୁମ୍ବାଇ, ପୁଣେ, ଲକ୍ଷ୍ନୌ, ଜୟପୁର, କୋଲକାତା ଏବଂ ହାଇଦ୍ରାବାଦ ସାମିଲ୍ ଅଛି । ଏୟାରଟେଲ୍ ଏବଂ ବ୍ଲିଙ୍କିଟର ପାର୍ଟନରସିପକୁ ନେଇ ଏୟାରଟେଲ୍ ସୂଚନା ଦେଇଛି ଯେ କମ୍ପାନି ଗ୍ରାହକଙ୍କ ଜୀବନକୁ ଆହୁରି ସରଳ କରିବାକୁ ଚାହେଁ । ଯେଉଁଥିପାଇଁ ସେ ବ୍ଲିଙ୍କିଟ୍ ସହ ପାର୍ଟନରସିପ୍ କରିଛି । ଏହି ସୁବିଧାକୁ ୧୬ ଟି ସହରର ଲୋକ ଉପଭୋଗ କରିପାରିବେ । କମ୍ପାନି ମୁତାବକ , ଆଗାମୀ ଦିନରେ ଏହି ସୁବିଧାକୁ ଅନ୍ୟ ସହରରେ ମଧ୍ୟ ଲାଗୁ କରାଯିବ । 

blink it
blink it Photograph: (google)