୨୬/୧୧ ର ମାଷ୍ଟରମାଇଣ୍ଡ ତହବୁର ରାଣାକୁ ଭାରତ ଆଣିବାର ଉଦ୍ୟମ ସଫଳ ହୋଇଛି । ତହବୁରକୁ ପାକିସ୍ତାନ ଆତଙ୍କବାଦୀ ତଥା ୨୬/୧୧ ର ଆଉ ଜଣେ ମାଷ୍ଟରମାଇଣ୍ଡ ଡେବିଡ୍ କୋଲମେନ୍ ହେଡଲୀଙ୍କ ପାଖଲୋକ ବୋଲି କୁହାଯାଉଛି । ମୂଳ ପାକିସ୍ତାନ କିନ୍ତୁ କାନାଡାରେ ଆଡ୍ଡା ଜମାଇ ବସିଥିବା ରାଣାକୁ ଦୀର୍ଘ ୧୬ ବର୍ଷ ପରେ ଭାରତ ଅଣାଯାଇଛି । 

Advertisment
tahaboor
tahaboor Photograph: (google)

ତହବୁର ଭାରତକୁ ଆସିବା ପରେ ଏବେ ଅନେକ ନାଁ ସାମ୍ନାକୁ ଆସୁଛି । ଯାହାଙ୍କ ଭାରତ ପ୍ରତ୍ୟାର୍ପଣର ଦାବି ଆମେରିକା ସରକାରଙ୍କ ପାଖରେ ପେଣ୍ଡିଙ୍ଗ୍ ହୋଇପଡ଼ିଛି । ଫେବୃଆରୀରେ ଆମେରିକା ଗସ୍ତ ବେଳେ ଯେତେବେଳେ ୨ ସରକାର ମୋଦୀ ଏବଂ ଟ୍ରମ୍ପଙ୍କ ମଧ୍ୟରେ ରାଣାକୁ ନେଇ ସହମତି ଦେଖା ଦେଇଥିଲା ସେତେବେଳେ ଟ୍ରମ୍ପ୍ ସରକାର ସାମ୍ନାରେ ଭାରତର ୧୦ ଗ୍ୟାଙ୍ଗଷ୍ଟରଙ୍କ ବିଷୟରେ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ । ଏବେ ଭାରତକୁ ରାଣା ଆସିଯାଇଛି ଏବଂ ଏହା ପରେ ପରେ ଅନ୍ୟ ଗ୍ୟାଙ୍ଗଷ୍ଟରଙ୍କୁ ମଧ୍ୟ ଭାରତ ଆଣିବା ପାଇଁ ଚର୍ଚ୍ଚା ହେଉଛି । ଯେଉଁ ଗ୍ୟାଙ୍ଗଷ୍ଟରଙ୍କ ନାଁ ତାଲିକାରେ ରହିଛି ସେମାନେ ହେଲେ ଗୋଲ୍ଡି ବ୍ରାର୍, ଅନମୋଲ୍ ବିଷ୍ଣୋଇ, ଦରମନଜୌତ କହଲୋନ, ଗୌରବ ପଟିୟାଲ୍ (ଲକ୍କି ପଟିୟାଲ୍), ଅମୃତ ବାଲ୍, ହରଜୌତ୍ ସିଂ ଗିଲ୍, ଦରମନଜିତ୍ ସିଂ ଏବଂ ରଣଦୀପ୍ । ଯେଉଁ ଗ୍ୟାଙ୍ଗଷ୍ଟରଙ୍କ ପ୍ରତ୍ୟାର୍ପଣର ଦାବି ଏନଆଇଏ ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶରେ କରିଥିଲା ଆସନ୍ତୁ ସେମାନଙ୍କ ବିଷୟରେ କିଛି ଜାଣିବା । 

anmol
anmol Photograph: (google)

ଅନମୋଲ୍ ବିଷ୍ଣୋଇ – ଗ୍ୟାଙ୍ଗଷ୍ଟର୍ ଲରେନ୍ସ ବିଷ୍ଣୋଇର ଭାଇ ହେଉଛି ଅନମୋଲ୍ ବିଷ୍ଣୋଇ । ଅନମୋଲକୁ ଏନସିପି ନେତା ତଥା ମହାରାଷ୍ଟ୍ରର ପୂର୍ବ ମନ୍ତ୍ରୀ ବାବା ସିଦ୍ଦିକିଙ୍କ ହତ୍ୟାର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି । ବର୍ତ୍ତମାନ ଆମେରିକା ଜେଲରେ ବନ୍ଦି ଜୀବନ କାଟୁଛି ଅନମୋଲ୍ । ୟୁଏସର ଇମିଗ୍ରେସନ୍ ଅଧିକାରୀ ଅନମୋଲକୁ ସେତେବେଳେ ଗିରଫ କରିଥିଲେ ଯେତେବେଳେ ସେ ନକଲି ଡକ୍ୟୁମେଣ୍ଟ୍ ଧରି ବିମାନ ଯାତ୍ରା କରୁଥିଲା । 

ଗୋଲ୍ଡି ବ୍ରାର୍ – ଭାରତ ସରକାରର ଗୃହ ମନ୍ତ୍ରାଳୟ ୟୁଏପିଏ ଆଇନ୍ ଅନୁସାରେ ଗୋଲ୍ଡି ବ୍ରାରକୁ ଆତଙ୍କବାଦୀ ବୋଲି ଘୋଷଣା କରିଛି । କେବେ ପଞ୍ଜାବର ମୁକ୍ତସର୍ ସାହିବରେ ରହୁଥିବା ଗୋଲ୍ଡିକୁ ପଞ୍ଜାବୀ ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି କୁହାଯାଉଛି । 

ଦରମନଜୌତ କହଲୋନ – ବେଆଇନ୍ ହତିଆର ସପ୍ଲାଇ ଏବଂ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା ଯୋଜନା କରିବା ଭଳି ଅଭିଯୋଗ ଦରମନଜୌତ କହଲୋନଙ୍କ ଉପରେ ଲାଗିଛି । କହଲୋନକୁ କାନାଡାର ବବ୍ବର୍ ଖାଲସା ଗ୍ୟାଙ୍ଗର ଲଖବୀର ସିଂ ଲାଣ୍ଡା ଏବଂ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଭିତରେ ଏକପ୍ରକାର ଚେନ୍ ବୋଲି କୁହାଯାଏ । ପାକିସ୍ତାନରୁ ଭାରତକୁ ବନ୍ଧୁକ , ବାରୁଦ ଏବଂ ନିଶାଦ୍ରବ୍ୟର ତସ୍କରୀ କରିବାକୁ ନେଇ କହଲୋନ ଉପରେ ଭାରତ ସରକାରଙ୍କ ସନ୍ଦେହ ରହିଛି । 

ଅମୃତ ବାଲ୍ – ଆମେରିକାରେ ରହି ଅଣ୍ଡରୱାର୍ଲଡ ସହ ସଂପର୍କରେ ଥିବା ଅମୃତପାଲ୍ ସିଂ ଓରଫ୍ ଅମୃତ ବାଲକୁ ଜଗ୍ଗୁ ଭଗବାନପୁରିୟା ଗ୍ୟାଙ୍ଗର ଡାହାଣ ହାତ ବୋଲି କୁହାଯାଏ । ୨୦୨୩ ରେ ପରମଜିତ୍ ସିଂ ପମ୍ମା ସହ ମିଶି ଆତଙ୍କୀ ମଡ୍ୟୁଲ୍ ତିଆରି କରିବା ପଛରେ ଅମୃତର ହାତ ରହିଥିଲା ବୋଲି ଭାରତ ସରକାରର ବିଭିନ୍ନ ଏଜେନ୍ସି ପାଖରେ ଖବର ରହିଛି । ତେବେ ଏମାନଙ୍କୁ ଛାଡ଼ିଲେ ତାଲିକାରେ ଅନ୍ୟମାନଙ୍କ ନାଁ ବି ସାମିଲ୍ ରହିଛି ।