ଭାରତ ଏମିତି ଏକ ଦେଶ ଯେଉଁଠି ଆଧ୍ୟାତ୍ମିକ,ଚମତ୍କାର ଏବଂ ଅଲୌକିକର କାହାଣୀ ବୁଣେ । ଭାରତରେ ଏମିତି ଅନେକ ମନ୍ଦିର ରହିଛି ଯେଉଁଠି ଚମତ୍କାରର ଆଭାସ ଆଜି ମଧ୍ୟ ହୁଏ । କେଉଁ ମନ୍ଦିରରେ ଖମ୍ଭ ପବନରେ ଝୁଲେ ତ କେଉଁଠି ଦେବତା ମଦିରା ପାନ କରିବା ଏବଂ ପାଣିରେ ଦୀପ ଜଳିବାର ପରମ୍ପରା ପ୍ରାଚୀନ କାଳରୁ ରହିଆସିଛି । ଏମିତି ହିଁ ଏକ ଚମତ୍କାର ମନ୍ଦିର ରହିଛି ରାଜସ୍ଥାନରେ । ଯେଉଁଠି ଦେବୀ ମା’ ଅଗ୍ନି ସ୍ନାନ କରନ୍ତି । ତେବେ ଆସନ୍ତୁ ଜାଣିବା କେଉଁ ମନ୍ଦିରରେ ଦେବୀ ମା’ଙ୍କର ଏମିତି ରହିଛି ଚମତ୍କାରିତା । 

Advertisment
idana maa
idana maa Photograph: (google)

ରାଜସ୍ଥାନରେ ସ୍ଥିତ ଏହି ମନ୍ଦିରଟି ମାତା ଇଡାଣା ଦେବୀଙ୍କୁ ସମର୍ପିତ । ଏହି ମନ୍ଦିରର ମହିମା ଖୁବ୍ ନିଆରା । ରାଜସ୍ଥାନର ଉଦୟପୁରଠାରୁ ୬୦ କି.ମି ଦୂର ଅରାବଳୀ ପାହାଡ଼ରେ ସ୍ଥିତ ଏହି ମନ୍ଦିର ଉପରେ ଛାତ ନାହିଁ । ମନ୍ଦିରଟି ଇଡାଣା ଉଦୟପୁର ମେବଲର ମହାରାଣୀଙ୍କ ନାଁରେ ପ୍ରସିଦ୍ଧ । ଯେଉଁଠାରେ ମା’ ଅଗ୍ନିରେ ସ୍ନାନ କରନ୍ତି । ସ୍ଥାନୀୟ ଲୋକଙ୍କ କହିବାନୁସାରେ, ମାସକୁ ୨ ରୁ ୩ ଥର ଏଠାରେ ସ୍ବତଃ ଅଗ୍ନି ପ୍ରଜ୍ଜ୍ବଳିତ ହୁଏ ଏବଂ ମୂର୍ତ୍ତିକୁ ଛାଡ଼ି ଅଗ୍ନି ମାତାଙ୍କ ଶୃଙ୍ଗାର ସହ ଚୁନୀକୁ ମଧ୍ୟ ସ୍ବାହା କରିଦିଅନ୍ତି । ଅଗ୍ନିର ଜ୍ବାଳା ଏତେ ପ୍ରଖର ଥାଏ ଯେ ଉକ୍ତ ସ୍ଥାନରେ ଛିଡ଼ା ହେବା ପାଇଁ ମଧ୍ୟ ଭକ୍ତ ସକ୍ଷମ ହୋଇପାରନ୍ତି ନାହିଁ । ମାତାଙ୍କ ଅଗ୍ନି ସ୍ନାନ ଦେଖିବା ପାଇଁ ଭକ୍ତଙ୍କ ମେଳା ଲାଗିଥାଏ । ତେବେ ମନ୍ଦିରରେ ଅଗ୍ନି କେଉଁଠାରୁ ଲାଗନ୍ତି ଏଯାବତ୍ କେହି ଜାଣି ପାରିନାହାନ୍ତି । 

mata
mata Photograph: (google)

ଏହି ମନ୍ଦିରଟି ପକ୍ଷାଘାତ ରୋଗୀଙ୍କ ପାଇଁ ବରଦାନ ସଦୃଶ ବୋଲି ଭକ୍ତ କୁହନ୍ତି । ଇଡାଣା ମାତା ମନ୍ଦିରରେ ଅଗ୍ନିସ୍ନାନ ହେବା କଥା ଶୁଣିବା କ୍ଷଣି ଭକ୍ତଙ୍କ ଗହଳି ଲାଗିଯାଏ । ମନ୍ଦିରର ପୂଜାରୀଙ୍କ କହିବାନୁସାରେ, ଇଡାଣା ମାତାଙ୍କ ମସ୍ତକରେ ଯେତେବେଳେ ଅଧିକ ଭାରୀପଣ ଅନୁଭବ ହୁଏ ମାତା ସ୍ବୟଂ ଜ୍ବାଳାଦେବୀ ରୂପ ଧାରଣ କରନ୍ତି । ଏହି ଅଗ୍ନି ଧୀରେ ଧୀରେ ବିକଟାଳ ରୂପ ଧାରଣ କରନ୍ତି ଏବଂ ୧୦ ରୁ ୨୦ ଫୁଟ ଉଚ୍ଚର ଜଳିଉଠନ୍ତି । ମା’ଙ୍କ ମନ୍ଦିରରେ ଏହି ଚମତ୍କାରକୁ ଚର୍ମଚକ୍ଷୁରେ ଦେଖିଥିବା ଭକ୍ତ କୁହନ୍ତି, ନିଆଁରେ ମା’ଙ୍କ ଶୃଙ୍ଗାର ଜଳିଯାଏ କିନ୍ତୁ ମୂର୍ତ୍ତିକୁ ଛୁଇଁପାରେ ନାହିଁ ଅଗ୍ନି । ଏହାକୁ ଦେବୀଙ୍କ ସ୍ନାନ ବୋଲି କୁହାଯାଏ । ଅଗ୍ନି ସ୍ନାନ ଯୋଗୁଁ ଏଯାବତ୍ ମା’ଙ୍କ ମନ୍ଦିରରେ ଛାତ ପଡ଼ିପାରିଲା ନାହିଁ କି ମନ୍ଦିରର ବିକାଶ ହୋଇପାରିଲା ନାହିଁ । ମାନ୍ୟତା ରହିଛି ଯେଉଁ ଭକ୍ତ ମା’ଙ୍କ ଅଗ୍ନି ସ୍ନାନକୁ ଦେଖନ୍ତି ସେମାନଙ୍କ ମନୋସ୍କାମନା ପୂରଣ ହୁଏ । ମନୋସ୍କାମନା ପୂରଣ ପାଇଁ ମନ୍ଦିରରେ ଭକ୍ତ ତ୍ରୀଶୂଳ ଚଢ଼ାନ୍ତି ଏବଂ ନିଃସନ୍ତାନ ଦମ୍ପତି ଦୋଳି ଦାନ କରନ୍ତି ।

maa 121
maa 121 Photograph: (google)