କାହିଁକି ମହଙ୍ଗା ହୋଇଥାଏ କଡ଼କନାଥ୍ କୁକୁଡ଼ା ?
Photo Credit : Kanak News
କୁକୁଡ଼ାଙ୍କ ମଧ୍ୟରେ ସବୁଠୁ ଦାମୀ କୁକୁଡ଼ା ହେଉଛି କଡ଼କନାଥ। ଏଥିରେ ଅଧିକମାତ୍ରାରେ ପ୍ରୋଟିନ୍ , ଆୟରନ୍ ଏବଂ ଅନ୍ୟ ପୋଷକ ତତ୍ତ୍ବ ଥିବାରୁ ଏହାର ଦାମ୍ ଅଧିକ ଥିବା କଥା କୁହାଯାଇଥାଏ । ଏମିତିକି ଏହାର ଟେଷ୍ଟ୍ ମଧ୍ୟ ଅନ୍ୟ କୁକୁଡ଼ାଙ୍କଠାରୁ ସ୍ବାଦିଷ୍ଟ ।
Photo Credit : google
କଡ଼କନାଥ କୁକୁଡ଼ାରେ କୋଲେଷ୍ଟ୍ରଲର ମାତ୍ରା କମ୍ ଥାଏ , ଯାହା ସ୍ବାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ ।
Photo Credit : google
କଡ଼କନାଥ କୁକୁଡ଼ାର ସଂଖ୍ୟା କମ୍ ହେବା କାରଣରୁ ଏହା ବଜାରରେ ଖୁବ୍ କମ୍ ବିକ୍ରି ହୋଇଥାଏ । ଯେଉଁଥିପାଇଁ ଏହାର ଦାମ୍ ମଧ୍ୟ ସାଧାରଣ କୁକୁଡ଼ାଠାରୁ ଅଧିକ ରହିଥାଏ ।
Photo Credit : google
ଦିନକୁ ଦିନ ଲୋକଙ୍କ ମଧ୍ୟରେ କଡ଼କନାଥ କୁକୁଡ଼ାର ମାଂସ ଏବଂ ଅଣ୍ଡାର ଚାହିଦା ବଢିବାକୁ ଲାଗିଛି । ଯାହାଦ୍ବାରା ଏହାର ଦାମ୍ ମଧ୍ୟ ବଢୁଛି ।
Photo Credit : google
କଡ଼କନାଥ କୁକୁଡ଼ା ବଜାରରେ ୧୨୦୦ ରୁ ୧୫୦୦ ଟଙ୍କା କିଲୋ ହିସାବରେ ବିକ୍ରି ହୋଇଥାଏ । ସାରାଦେଶରେ ଏହି କୁକୁଡ଼ାର ବ୍ୟବସାୟ ୩୯.୩ ବିଲିୟନ୍ ଆମେରିକୀୟ ଡଲାର ବୋଲି ଜଣାପଡ଼ିଛି ।
Photo Credit : google
ଏହି କୁକୁଡ଼ା ଦେଖିବାକୁ କଳା କିନ୍ତୁ ଏହାର ଅଣ୍ଡାର ରଙ୍ଗ ହାଲକା କଳା ହୋଇଥାଏ ।
Photo Credit : google
ଏହି କୁକୁଡ଼ାର ଅଣ୍ଡା ଗୋଟାକୁ ୪୦ ରୁ ୫୦ ଟଙ୍କା । ବର୍ଷେ ଭିତରେ କଡ଼କନାଥ କୁକୁଡ଼ା ପ୍ରାୟ ୮୦ ଟି ଅଣ୍ଡା ଦେଇଥାଏ ।
Photo Credit : google