କନକ ବ୍ୟୁରୋ : ଯେବେ ଯେବେ କ୍ୟାଲେଣ୍ଡରରେ ଅକ୍ଟୋବର ମାସ ଆସେ ବାତ୍ୟା କଥା ଆଗ ମନରେ ପଶେ । ଯେମିତି ଅଶୁଭ ପାଲଟିଯାଇଛି ଅକ୍ଟୋବର । ଆଉ ଆଜି ହେଉଛି ଅକ୍ଟୋବର ମାସ ୨୯ ତାରିଖ ଯାହାକୁ ଓଡ଼ିଆ କ୍ୟାଲେଣ୍ଡରର ଏକ କଳା ଦିବସ ବୋଲି କୁହାଯାଇଛି । କାରଣ ଆଜକୁ ପ୍ରାୟ ୨୬ ବର୍ଷ ପୂର୍ବେ ଅର୍ଥାତ ୧୯୯୯ ମସିହା ଅକ୍ଟୋବର ୨୯ ତାରିଖ ଓଡ଼ିଶା ଦେଖିଥିଲା ମହାବାତ୍ୟା । କିନ୍ତୁ ଏହା ପୂର୍ବରୁ  ଅକ୍ଟୋବର ୧୮ ତାରିଖରେ ଗଞ୍ଜାମ ଜିଲ୍ଲାରେ ତାଣ୍ଡବ ରଚିଥିଲା ବାତ୍ୟା । ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନ ବୋହିଥିଲା । ଆଉ ତା’ପରେ ଯାହା ହୋଇଥିଲା ତାହା ଭୁକ୍ତଭୋଗୀ ହିଁ କହିପାରିବେ । ଦାଗ ଲିଭିଯାଇଛି ସିନା ଚିହ୍ନ ରହିଯାଇଛି । 

Advertisment

ବାତ୍ୟା ଓ ମହାବାତ୍ୟା ମଧ୍ୟରେ ତଫାତ୍ କ’ଣ ? ବାତ୍ୟା କେତେ ପ୍ରକାରର ? କେତେ ବେଗରେ ପବନ ବୋହିଲେ ବାତ୍ୟା କହିବା?

Super Cyclone
Super Cyclone Photograph: (Google)

ଓଡ଼ିଶାକୁ ଆସିଥିଲା ଏମିତି ଏକ ବାତ୍ୟା :ଦୋହଲି ଯାଇଥିଲା ଅଧା ରାଜ୍ୟ,ଏବେ ବି ମନେ ପଡ଼ିଲେ ଦେହ ଶିହରି ଉଠେ

ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିରେ ୧୯୯୯ ଅକ୍ଟୋବର ୧୮ ରେ ସ୍ଥଳଭାଗକୁ ସ୍ପର୍ଶ କରି ତାଣ୍ଡବ ରଚିଥିବା ବାତ୍ୟା । ରାତି ପାହିଲା ବେଳକୁ ସବୁ କିଛି ଛାରଖାର ହୋଇଯାଇଥିଲା । ମାଟିରେ ମିଶିଥିଲା ଶହ ଶହ ଘର ଏବଂ କେଇ ମୁହୂର୍ତ୍ତରେ ଚାଲିଯାଇଥିଲା ଶତାଧିକ ଜୀବନ । ପ୍ରକୃତିର ସେ ତାଣ୍ଡବ ଆଜି ବି ମନେ ପଡ଼ିଲେ ଗଞ୍ଜାମବାସୀଙ୍କ ଛାତି ଥରି ଉଠେ , ଟାଙ୍କୁରି ଉଠେ ଲୋମ । ଗଞ୍ଜାମ ଉପକୂଳରେ ସେ ଦିନର ଅପରାହ୍ନରୁ ହିଁ ଆରମ୍ଭ ହୋଇଥିଲା ପବନ ସାଙ୍ଗକୁ ତୁହାକୁ ତୁହା ବର୍ଷା । ସମୟ ବଢ଼ିବା ସହିତ ବୃଦ୍ଧି ପାଇଥିଲା ବାତ୍ୟାର ପ୍ରଭାବ । ସେହି ସମୟର ସାଟେଲାଇଟ୍ ଫୋନରୁ ଖବର ମିଳିବା ପରେ ସମୁଦ୍ର କୂଳିଆ ଅଞ୍ଚଳରେ ରହୁଥିବା ଜନସାଧାରଣଙ୍କୁ ଖବର ଦିଆଯାଇଥିଲା । ହେଲେ ଏହାର କିଛି ଘଣ୍ଟା ମଧ୍ୟରେ ବାତ୍ୟାର କରାଳ ରୂପ ଧାରଣ କରି ସବୁକିଛି ନିମିଶକେ ମଧ୍ୟରେ ଛାରଖାର କରି ଦେଇଥିଲା । ରାତି ପାହିବା ବେଳେକୁ ମାଟିରେ ମିଶିଥିଲା ଶହ ଶହ ଘର, ସମ୍ପର୍କୀୟଙ୍କୁ ହରାଇ କାନ୍ଦ ବୋବାଳିରେ ଫାଟି ପଡୁଥିଲା ଚତୁର୍ଦିଗ । ସରକାରୀ ତଥ୍ୟରୁ ଜଣାପଡ଼ିଥିଲା ଯେ ମହାବାତ୍ୟା ୧୮୩ ଜଣଙ୍କ ଜୀବନ ନେଇଥିଲା । 

ଗୁମୁରି କାନ୍ଦୁଛି ଗଜପତି : ତିତଲି ଭଳି ହେବନି ତ ମୋନ୍ଥା ? ଗଜପତି ଛାତିରେ ‘ମୋନ୍ଥା’ ଛନକା

ମହାବାତ୍ୟା ପରେ ଗଞ୍ଜାମ ଜିଲ୍ଲାବାସୀ ଅନେକ କିଛି ଶିକ୍ଷାଲାଭ କରିଥିଲେ । ପରବର୍ତ୍ତୀ ସମୟରେ ସମୁଦ୍ରକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ବ୍ୟକ୍ତି ବିଶେଷ ମାନେ ବାତ୍ୟା ଓ ବନ୍ୟାକୁ କିପରି ମୁକାବିଲା କରିବେ ତାହାକୁ ନେଇ ଦିଆଯାଇଥିଲା ଅଧିକ ଗୁରୁତ୍ୱ । ପ୍ରତ୍ୟେକ ଗ୍ରାମ ଏବଂ ପଞ୍ଚାୟତ ସ୍ତରରେ ବିଭିନ୍ନ ପ୍ରକାର କମିଟି କରାଯାଇ ନିୟମିତ ବ୍ୟବଧାନରେ ତାଲିମ ଏବଂ ଅଭ୍ୟାସ ଆରମ୍ଭ ହୋଇଥିଲା । ପୂର୍ବରୁ ବାତ୍ୟାର ପ୍ରଭାବ କିପରି ରହିବ ସେନେଇ ଯଥା ସମୟ ପୂର୍ବରୁ ସୂଚନା ପହଞ୍ଚିନଥିବା ଯୋଗୁଁ ବହୁ ମାତ୍ରାରେ କ୍ଷୟକ୍ଷତି ହୋଇଥାଏ । ପରବର୍ତ୍ତୀ ସମୟରେ ଆଧୁନିକ ଜ୍ଞାନକୌଶଳର ବ୍ୟବହାର କରାଯାଇ ଆଧୁନିକରଣ ବ୍ୟବସ୍ଥା ମାଧ୍ୟମରେ ତୁରନ୍ତ ସୂଚନା ପହଞ୍ଚିବାଠାରୁ ଆରମ୍ଭ କରି ଲୋକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇ ଆଶ୍ରୟସ୍ଥଳରେ ପହଞ୍ଚାଇବା ଭଳି କାର୍ଯ୍ୟ କରାଗଲା । ଏହାର କିଛି ବର୍ଷ ପରେ ଅର୍ଥାତ ୨୦୧୩ ରେ ଓଡ଼ିଶାକୁ ଆସିଥିଲା ଫାଇଲିନ୍ ବାତ୍ୟା ଯେଉଁଥିରେ ୨୦ ଜଣଙ୍କ ଜୀବନ ଯାଇଥିଲା । ୨୦୧୮ ର ତିତଲି ବାତ୍ୟାରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିଲା । ଗତ କିଛି ବର୍ଷ ଧରି ଏଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରାଜ୍ୟରେ ଜିରୋ କାଜୁଆଲିଟି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ସେହିପରି ଜିଲ୍ଲାରେ ଅଦ୍ୟାବଧି ୭୮ ଗୋଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଏବଂ ୩୨ ଗୋଟି ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳ ରହିଛି ।