କନକ ବ୍ୟୁରୋ : ଅଶାନ୍ତ ହୋଇଛି ବଙ୍ଗୋପସାଗର । ସାମୁଦ୍ରିକ ଝଡ଼ ସୃଷ୍ଟି ହେବା ଫଳରେ କରୁଛି ଗର୍ଜନ । ମାଡ଼ି ଆସୁଛି ବାତ୍ୟା ‘ମୋନ୍ଥା’ । ଗଭୀର ଅବପାତର ରୂପ ନେଇଥିବା ସାମୁଦ୍ରିକ ଝଡ଼ ଆହୁରି ବଳ ଗୋଟାଇ ଆଗକୁ ବଢ଼ୁଛି । ଆଉ ମୋନ୍ଥାକୁ ଦେଖିଲେ ମନେ ପଡ଼ିଯାଉଛି ୨୦୧୯ ର କଥା । ଓଡ଼ିଶାରେ ଯେବେ ଯେବେ ବାତ୍ୟାର ଆଗମନ ହୁଏ ସେ କରାଳ ଦୃଶ୍ୟ ଆଖି ଆଗକୁ ଚାଲିଆସେ । ପ୍ରତିଟି ବାତ୍ୟାର ଗୋଟିଏ ଗୋଟିଏ ନାଁ ଥିଲା ଭଳି ସେହି ଝଡ଼ର ମଧ୍ୟ ଏକ ନାଁ ରଖାଯାଇଥିଲା ‘ଫୋନି’ । ସବୁଦିନ ପରି ସେଦିନର ସକାଳ ବି ଥିଲା ସ୍ୱାଭାବିକ । କିନ୍ତୁ ବାଦଲ ବଳୟରେ ଭରି ରହିଥିଲା ଆକାଶ, କୋହଲା ପାଗରେ ଦାନ୍ତ ଚିପି ଥରୁଥିଲା ଓଡ଼ିଶା । ଆଉ ଏହି କୋହଲା ପାଗ କେତେବେଳେ ଯେ କରାଳ ରୂପ ନେଇଯିବ, ତାହା କେହି ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ । ଝଡ଼ ପୂର୍ବର ନୀରବତା ଏତେ ଭୟଙ୍କର ହୋଇପାରେ, ତାର ପରିକଳ୍ପନା ବୈଜ୍ଞାନିକମାନେ ବି ବାରି ପାରିନଥିଲେ । ଭୟଙ୍କର ରୂପରେ ଆସିଲା, ଆଉ ସବୁକିଛି ଛାରଖାର କରିଦେଲା ।
ବାତ୍ୟା ଆଣିଲା ଯନ୍ତ୍ରଣା, ଆଶ୍ରୟସ୍ଥଳକୁ ଗଲେ ଲୋକ
/filters:format(webp)/kanak/media/media_files/2025/10/28/fani-2025-10-28-06-31-14.jpg)
ମେ’ ୩ ତାରିଖ ୨୦୧୯ । ସମୟ – ସକାଳ ସାଢ଼େ ୮ଟା । ସ୍ଥାନ – ଚନ୍ଦ୍ରଭାଗା ସମୁଦ୍ରକୂଳ । ଫଣା ଟେକି ମାଡ଼ିଆସିଲା ଫୋନି । ଭୟଙ୍କର ରୂପ ନେଇ ସମୁଦ୍ରରୁ ସ୍ଥଳଭାଗ ଆଡ଼କୁ ମାଡ଼ି ଆସିଲା । ପ୍ରାୟ ୨୨୦ କିଲୋମିଟର ବେଗରେ ଆସିଥିଲା ଏହି ସାମୁଦ୍ରିକ ଝଡ଼ । ପ୍ରକୃତିର ଏମିତି ତାଣ୍ଡବ ବୋଧହୁଏ ଆଗରୁ କେବେ ଦେଖିନଥିଲା ଓଡ଼ିଶା । ଆଶା ଆଶଙ୍କା ଭିତରେ ପୁରୀ ଚନ୍ଦ୍ରଭାଗାରେ ଲ୍ୟାଣ୍ଡଫଲ୍ କଲା ଫୋନି । ସ୍ଥଳଭାଗ ଛୁଇଁବା ପରେ ବିକଟାଳ ଗର୍ଜନ କରି ମାଡ଼ି ଆସିଲା ପବନ । ପାଖାପାଖି ୨୦୦ କିଲୋମିଟର ବେଗରେ ପବନ ବହିବା ସହ ପ୍ରବଳ ବର୍ଷାରେ ଅଣ୍ଟା ଭାଙ୍ଗି ପଡ଼ିଥିଲା ଅଧା ଓଡ଼ିଶା । ବାତ୍ୟା ମାଡ଼ରୁ ବର୍ତ୍ତିପାରିନଥିଲା ଭୁବନେଶ୍ୱର । କେଇ ଘଣ୍ଟା ମଧ୍ୟରେ ବଦଳିଯାଇଥିଲା ରାଜଧାନୀର ରୂପ । ଫଣା ଟେକି ଆସିଲା ଫୋନି, ଆଉ ପାଖାପାଖି ୩ ରୁ ୪ ଘଣ୍ଟା ଧରି ରଚିଥିଲା ତାଣ୍ଡବ । ଉଜାଡ଼ି ଦେଇ ଚାଲିଗଲା ଓଡ଼ିଶାର ସୌନ୍ଦର୍ଯ୍ୟ । ବାତ୍ୟା ଆସିବା ନେଇ ପୂର୍ବରୁ ସୂଚନା ରହିଥିଲେ ମଧ୍ୟ ପ୍ରକୃତି ଏମିତି ତାଣ୍ଡବ ରଚିବ, ତାହା କେହି କେବେ ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ ।
ଗଜପତିକୁ ପୁଣି ବାତ୍ୟା ଭୟ : ମାଡ଼ି ଆସୁଛି ‘ମୋନ୍ଥା’ , ଆଲର୍ଟ ମୋଡରେ ପ୍ରଶାସନ
ଫୋନି ସିନା ଫେରିଗଲା ହେଲେ ସେ ଦେଇଯାଇଥିବା ଦାଗ ଆଉ ଦରଦ ଏତେ ସହଜରେ ଗଲାନି । ଫୋନି ମାଡ଼ରେ କ୍ଷତାକ୍ତ ହୋଇଯାଇଥିଲା ଅଧା ଓଡ଼ିଶା । ଶ୍ରୀହୀନ ହୋଇପଡ଼ିଥିଲା ଶ୍ରୀକ୍ଷେତ୍ର । ଉପୁଡ଼ି ପଡ଼ିଥିଲା ବିରାଟ ବିରାଟ ଗଛ, ଭାଙ୍ଗିରୁଜି ଚୁରମାର ହୋଇଯାଇଥିଲା ଘରଦ୍ୱାର । ଶୋଚନୀୟ ହୋଇପଡ଼ିଥିଲା ବିଦ୍ୟୁତ ଭିତ୍ତିଭୂମି । ଆଉ ଭୁଶୁଡ଼ି ପଡ଼ିଥିଲା ଯୋଗାଯୋଗ ବ୍ୟବସ୍ଥା । ତେବେ ଫୋନି ସିନା ଚାଲିଯାଇଛି କିନ୍ତୁ ଆଜି ବି ଓଡ଼ିଶା ମାଟିକୁ ଯେବେ ଯେବେ କେଉଁ ବାତ୍ୟାର ଆଗମନ ହୁଏ ଫୋନି ବେଳର ସେ ବିଭୀଷିକା ହଠାତ୍ ମନକୁ ଆନ୍ଦୋଳିତ କରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/10/28/foni-2025-10-28-06-25-43.jpg)