କନକ ବ୍ୟୁରୋ: ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ବାତ୍ୟା ମୋନ୍ଥାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହେଉ ହେଉ କାକିନାଡ଼ରେ ଭୀଷଣ ବାତ୍ୟା ନିଜ କରାଳ ରୂପେ ଦେଖାଇଛି । ଏହାକୁ ଦୃଷ୍ଟିରେ ରଖି ଆନ୍ଧ୍ରରେ ରାତ୍ରିକାଳୀନ କର୍ଫ୍ୟୁ ଜାରି ହୋଇଛି । କାହରିକୁ ବାହାରକୁ ବାହିରବା ଅନୁମତି ନାହିଁ । କୌଣସି ଗାଡ଼ି ଚାଲି ପାରିବ ନାହିଁ । ବିଭିନ୍ନ ସ୍ଥାନରେ ଚେକିଂ ବ୍ଲକିଂ କରାଯାଉଛି । ଏକ ହଜାର ପୁଲିସ ଏହି କାର୍ଯ୍ୟରେ ନିୟୋଜିତ ରହିଛନ୍ତି । ଆନ୍ଧ୍ରରେ ପ୍ରଭାବିତ ହେବାକୁ ଥିବା ସବୁ ଜିଲ୍ଲାର ଜିଲ୍ଲାପାଳ ଆଲର୍ଟ ମୋଡ୍ରେ ରହିଛନ୍ତି । ତେବେ ଛୋଟ ବାତ୍ୟା ହୋଇଥିବାରୁ ଏହି ବାତ୍ୟାର ଆଖି ନାହିଁ । ଏହାସତ୍ତ୍ୱେ କାକିନାଡ଼ାରେ ଘାଣ୍ଟୁଛି ଏହି ବାତ୍ୟା । ପ୍ରବଳ ବର୍ଷା ହେଉଥିବା ବେଳେ ସୁ ସୁ ଗର୍ଜନ ଛାଡ଼ୁଛି ସମୁଦ୍ର । ଜିରୋ କାଜୁଆଲିଟି ଉପରେ ଗୁରତ୍ୱ ଦେଇଛନ୍ତି ସରକାର ।
ସେପଟେ ଲ୍ୟାଣ୍ଡଫଲ ପକ୍ରିୟା ଆରମ୍ଭ ହେବାପରେ କୋରାପୁଟରେ ପ୍ରଭାବ ଦେଖିବାକୁ ମିଳିଛି । କୋରାପୁଟ ଜିଲ୍ଲା ପଟ୍ଟାଙ୍ଗିରେ ବାତ୍ୟା ମୋନ୍ଥାର ପ୍ରଭାବରେ ଅନେକ ଘର ଭାଙ୍ଗିଛି । ପେଟୁରୁ, ରାଲେଗଡ଼ା ଓ ଚନ୍ଦକା ପଞ୍ଚାୟତ ବହୁ ଘର ଭାଙ୍ଗିଛି । ଖବର ଲେଖାଯିବା ସୁଦ୍ଧା ୩ଟି ପଞ୍ଚାୟତରେ ମୋଟ ୧୪ଟି ଘର ଭାଙ୍ଗିଥିବା ସୂଚନା ମିଳିଛି ।
ଏହା ବି ପଢ଼ନ୍ତୁ: ବାତ୍ୟା ମୋନ୍ଥା ପ୍ରଭାବରେ ଅଶାନ୍ତ ଚିଲିକା ; କୂଳରେ ଡଙ୍ଗା ଭିତରେ ଆଶ୍ରୟ ନେଇଛନ୍ତି ମତ୍ସ୍ୟଜୀବୀ
ବାତ୍ୟାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି ମୋଟ ୬୨ଟି ଟ୍ରେନ୍ ବାତିଲ କରି ଦିଆଯାଇଛି । ଏବେ ପବନର ବେଗ ଧୀରଧୀରେ ବୃଦ୍ଧି ପାଇବାରେ ଲାଗିଛି । ଏବେ ପବନର ବେଗ ୯୦ରୁ ୧୦୦ କିମି ରହିଛି । ବାତ୍ୟା ଓଡ଼ିଶା କିମ୍ବା ଆନ୍ଧ୍ର ପାଇଁ ନୂଆ ନୁହେଁ, ଲୋକେ ପ୍ରାଶାସନିକ ନିର୍ଦ୍ଦେଶକୁ ମାନୁଥିବେ ବୋଲି ଆଶା କରାଯାଉଛି । ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ପୂରା ୫ ଘଣ୍ଟା ଧରି ଚାଲିବ ।
ବାତ୍ୟା ମୋନ୍ଥାର ଲ୍ୟାଣ୍ଡଫଲ୍ କରିବା ପରେ କାକିନାଡ଼ାରେ ବ୍ୟାପକ କ୍ଷୟକ୍ଷତି ଘଟାଇବା ଆରମ୍ଭ କରିଛି । ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହେବାପରେ ସୁ ସୁ ଗର୍ଜନ ଛାଡ଼ୁଛି ସମୁଦ୍ର । ୪ରୁ ୫ ଘଣ୍ଟା ଲାଗିଯିବ ଲ୍ୟାଣ୍ଡଫଲ ପ୍ରକ୍ରିୟା । ସ୍ଥାନୀୟ ଲୋକଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସମୟ । ବାତ୍ୟାକୁ ଦୃଷ୍ଟିରେ ରଖି କାକିନାଡ଼ାରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଏବେ ସମୁଦ୍ର ସମ୍ପୂର୍ଣ୍ଣ ଅଶାନ୍ତ ହୋଇ ପଡ଼ିଛି । ଉଠୁଛି ଉଚ୍ଚ ଉଚ୍ଚ ଜୁଆର । ପ୍ରତିବର୍ଷ ବାତ୍ୟା ଦେଖୁଥିଲେ ସୁଦ୍ଧା କୋକୁଆ ଭୟରେ ରହିଛନ୍ତି ବାତ୍ୟା । କାକିନାଡ଼ାକୁ ପୂରା ଖାଲି କରି ଦେଇଛି ପ୍ରଶାସନ । ୧୪ ଲକ୍ଷ ବାତ୍ୟା ଦ୍ୱାରା ପ୍ରଭାବିତ ହେବେ । ଦେଢ଼ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଏଥିରେ ସବୁ ବର୍ଗର ଲୋକ ସାମିଲ ରହିଛନ୍ତି ।
ବାତ୍ୟା ମୋନ୍ଥାର ପ୍ରକୋପ ଏତେ ଭୟଙ୍କର ଯେ, ତୁହା କୁ ତୁହା ବର୍ଷା ହେଉଛି । ଗଜପତି ପ୍ରଶାସନ ଦିନ ରାତି ଏକ କରି ପ୍ରତିଟି ବ୍ଲକର ଆଶ୍ରୟସ୍ଥଳୀ ବୁଲି ବୁଲି ସମସ୍ତ ପ୍ରକାର ସହଯୋଗ କରି ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରୁଛନ୍ତି । ଏହାରି ମଧ୍ୟରେ ଆର.ଉଦୟଗିରି ବ୍ଲକର ଅନଘା ପଞ୍ଚାୟତର ରାସ୍ତା କଡ଼ ପାହାଡ଼ରୁ ବିରାଟକାୟ ପଥର ଖସି ରାସ୍ତା ଅବରୋଧ ହୋଇଛି । ବଡ଼ ଗାଁ ରାସ୍ତା ଅବରୋଧ ହେବାରୁ ଯାତାୟତ ଠପ୍ ହୋଇଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/10/28/batya-ra-akhi-2025-10-28-19-51-34.jpg)