କନକ ବ୍ୟୁରୋ: ବାତ୍ୟା ମୋନ୍ଥା ପ୍ରଭାବର ମୋହନାରେ ଭୂସ୍ଖଳନ ଦେଖିବାକୁ ମିଳିଛି । ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ପାହଡ଼ରୁ ରାସ୍ତା ଉପରକୁ ଧସି ପଡ଼ିଲା ବିରାଟକାୟ ପଥର । ବାତ୍ୟା ଯୋଗୁଁ ଗତକାଲି ରାତିଠାରୁ ପ୍ରବଳରୁ ଅତି ପ୍ରବଳ ଲାଗି ରହିଛି । ବର୍ଷା ହାଲୁକା କମିଥିଲେ ସୁଦ୍ଧା ମହେନ୍ଦ୍ରଗଡ଼, ଉଦୟପୁର ଅଞ୍ଚଳରେ ଗଛ ଉପୁଡ଼ି ରାସ୍ତା ଉପରେ ପଡ଼ିଥିଲା । ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ତେବେ ଏନ୍ଡିଆର୍ଏଫ୍ ଟିମ୍ ଗଛ କାଟି ରାସ୍ତା ସଫା କରିବା ପରେ ଯାତାୟାତ ସ୍ୱାଭାବିକ ହୋଇଛି । ଏହାପରେ ଆର ଉଦୟଗିରିର ବ୍ଲକ ବଡ଼ ଗାଁ ରାସ୍ତା ଉପରେ ଏକ ବିରାଟକାୟ ପଥର ସହ ମାଟି ଅତଡ଼ା ଖସିଛି । ଫଳରେ ଏଠାରେ ଯାତାୟାତ ଠପ ହୋଇଛି । ତେବେ ପ୍ରଶାସନ ପକ୍ଷରୁ ଏହାକୁ ନେଇ ତତ୍ପରତା ପ୍ରକାଶ ପାଇଛି । ରାସ୍ତା ସଫା କରିବାକୁ ଏନ୍ଡିଆର୍ଏଫ୍ ଟିମ୍ ଜେସିବି ସହ ପହଞ୍ଚିଛି ।
ବାତ୍ୟା ମୋନ୍ଥା ପ୍ରଭାବକୁ ଦୃଷ୍ଟିରେ ରଖି ୧୪ଟି ସ୍ଥାନ ଚିହ୍ନଟ କରାଯାଇଥିଲା । ପାଣିପାଗର ପୂର୍ବାନୁମାନ ସଠିକ ପ୍ରମାଣିତ ହୋଇଛି । ଗଜପତି ଜିଲ୍ଲାର ମୋହନାରେ ଦେଖିବାକୁ ମିଳିଛି ଭୂସ୍ଖଳନ । ଏହାପୂର୍ବରୁ ଆଜି ସକାଳୁ ରାୟଗଡ଼ା କାଶୀନଗରରେ ପ୍ରବଳ ବର୍ଷା ଯୋଗୁଁ ପାହାଡ଼ ଧସି ଯାଇଥିଲା । ଫଳରେ ଗରବା ଓ ଲିଙ୍ଗା ମଝି ରାସ୍ତାରେ ହୋଇଥିଲା ଭୂସ୍ଖଳନ । ଗୁମ୍ମା-କାଶୀନଗରକୁ ସଂଯୋଗ କରୁଥିଲା ଏହି ରାସ୍ତା । ପାହାଡ଼ ଧସିବା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା ।
ଆଉ କିଛି ଘଣ୍ଟା ପରେ ଆରମ୍ଭ ହେବ ଲ୍ୟାଣ୍ଡଫଲ ପ୍ରକ୍ରିୟା । ଆନ୍ଧ୍ରପ୍ରଦେଶ କାକିନାଡ଼ାରେ ଅନୁଭୂତ ହେଲାଣି ବାତ୍ୟା ମୋନ୍ଥାର ପ୍ରଭାବ । ଘଣ୍ଟାପ୍ରତି ୧୫ କିମି ବେଗରେ ଆସୁଛି । ଆନ୍ଧ୍ରପ୍ରଦେଶ କାକିନାଡାର କୋନାସୀମାରେ ସ୍ଥଳଭାଗ ଅତିକ୍ରମ କରିବ । ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ୧୦୦ରୁ ୧୧୦ କିମି ରହିପାରେ । ବର୍ତ୍ତମାନ ମଚ୍ଛଲିପଟ୍ଟନମ ଠାରୁ ୧୦୦କିଲୋମିଟର, କାକିନାଡାଠୁ ୧୮୦କିମି, ଗୋପାଳପୁରଠୁ ୫୦୦ କିମି ଦୂରରେ ଘନୀଭୂତ ରହିଛି ମୋନ୍ଥା । ମୋନ୍ଥା ପ୍ରଭାବରେ ବର୍ଷାର ପରିମାଣ ମଧ୍ୟ ବଢ଼ିବାରେ ଲାଗିଛି । ଆନ୍ଧ୍ରର ୩୦ଟି ବିଧାନସଭା କ୍ଷେତ୍ରରେ ବର୍ଷା ହୋଇଛି ।
ଏହା ବି ପଢ଼ନ୍ତୁ: କିଛି ସମୟରେ ସ୍ଥଳଭାଗ ଛୁଇଁବ ବାତ୍ୟା ମୋନ୍ଥା; ପ୍ରବଳ ବର୍ଷୁଛି
ଜାରି ରହିଛି ବାତ୍ୟା ମୋନ୍ଥାର ପ୍ରଭାବ । ସମୟ ଯେତିକି ଗଡ଼ୁଛି, ବିପଦ ସେତିକି ଘନଉଛି । ବିଭିନ୍ନ ସ୍ଥାନରେ ବର୍ଷାଜନିତ କ୍ଷୟକ୍ଷତି ଦେଖିବାକୁ ମିଳିଛି । ଆଜି ବର୍ଷା ପାଇଁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ଆଇଏମ୍ଡି । ଏହା ସହ ନବରଙ୍ଗପୁର, କଳାହାଣ୍ତି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୨୯ ତାରିଖ ପାଇଁ ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ତି, ନବରଙ୍ଗପୁର ଜିଲ୍ଲାକୁ ବିପଦ ରହିଛି । ଏହି ସମୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ଗଜପତି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ସେହିପରି ପବନ ପାଇଁ ଆଜି ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କଳାହାଣ୍ତିକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ୨୯ ତାରିଖ ପାଇଁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତିରେ ପ୍ରବଳ ପବନ ବହିପାରେ ବୋଲି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/10/28/mohana-landslide-2025-10-28-16-50-52.jpg)