ଥାଇଲ୍ୟାଣ୍ଡ ଏବଂ ମିଆଁମାରରେ ପ୍ରକୃତିର ତାଣ୍ଡବ । ଶକ୍ତିଶାଳୀ ଭୂମିକମ୍ପ କାରଣରୁ ୧୦୦୦ ରୁ ଅଧିକ ଲୋକଙ୍କ ଜୀବନ ଚାଲିଗଲାଣି,୨୩୦୦ରୁ ଅଧିକ ଲୋକ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଭୂମିକମ୍ପ ପରେ ମିଆଁମାରରେ ଏମରଜେନ୍ସି ଲଗାଯାଇଛି । ଉଭୟ ସ୍ଥାନରେ ଶୁକ୍ରବାର ଦ୍ବିପ୍ରହରରେ ୭.୭ ତୀବ୍ରତାର ଭୂମିକମ୍ପ ଆସିଥିଲା ଯାହାପରେ ବ୍ୟାଙ୍କକରେ ନିର୍ମାଣଧୀନ ଅଟ୍ଟାଳିକା ଭୁଷୁଡ଼ି ପଡ଼ିଥିଲା । ତେବେ ଏହାରି ଭିତରେ ଅଭିଜ୍ଞ ଆନନ୍ଦ ନାମକ ଜଣେ କିଶୋରଙ୍କ ନାଁ ଏବେ ଚର୍ଚ୍ଚାର ପରିସରକୁ ଆସିଛି । କୁହାଯାଉଛି କି ଭୂମିକମ୍ପର ଭବିଷ୍ୟବାଣୀ ୩ ସପ୍ତାହ ପୂର୍ବରୁ ହିଁ ଅଭିଜ୍ଞ କରିଦେଇଥିଲେ । ମାର୍ଚ୍ଚ ୧ ତାରିଖରେ ଅଭିଜ୍ଞଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ଅପଲୋଡ୍ ହୋଇଥିବା ଭିଡିଓରେ କୁହାଯାଇଛି ଯେ ଆଗାମୀ କିଛି ସପ୍ତାହର ମଧ୍ୟଭାଗ ବେଳକୁ ଭୂମିକମ୍ପ ଆସିବ ଏବଂ ଭୀଷଣ ଧ୍ବଂସ ରଚିବ । ଯାହା କିଛି ମାତ୍ରାରେ ସତ ମଧ୍ୟ ହୋଇଛି । ତେବେ ଏହା ପୂର୍ବରୁ ମହାମାରୀ କରୋନାକୁ ନେଇ ମଧ୍ୟ ଅଭିଜ୍ଞ ଭବିଷ୍ୟବାଣୀ କରିଥିବା କଥା ସୂଚନା ମିଳୁଛି । ତେବେ ଆସନ୍ତୁ ଜାଣିବା କିଏ ଏ ଅଭିଜ୍ଞ ଆନନ୍ଦ ଯିଏ କରୋନାକୁ ନେଇ କରିଥିଲେ ଭବିଷ୍ୟବାଣୀ । 

Advertisment
abhigya
abhigya Photograph: (google)

କର୍ଣ୍ଣାଟକର ମହିସୂରରେ ରହୁଥିବା ଅଭିଜ୍ଞ ଆନନ୍ଦଙ୍କୁ ‘କୁନି ଜ୍ୟୋତିଷ’ ବୋଲି ମଧ୍ୟ ସମ୍ବୋଧନ କରାଯାଏ । ୧୧ ବର୍ଷ ବୟସରୁ ହିଁ ସେ ଜ୍ୟୋତିଷ ବିଦ୍ୟା ଶିକ୍ଷା ଗ୍ରହଣ କରିଥିଲେ । ବର୍ତ୍ତମାନ ଅଭିଜ୍ଞଙ୍କ ବୟସ ୨୦ ବର୍ଷ । ୭ ବର୍ଷ ବୟସରୁ ହିଁ ସେ ଭଗବତଗୀତାକୁ ସ୍ମରଣ କରି ଗାଉଥିଲେ । ଯେଉଁଥିପାଇଁ ସେ ୪ ବର୍ଷ ବୟସରୁ ହିଁ ସଂସ୍କୃତ ଶିଖିବା ଆରମ୍ଭ କରିଥିଲେ । ଏହି କୁନି ଜ୍ୟୋତିଷଙ୍କର ୟୁଟ୍ୟୁବ୍ ଚ୍ୟାନେଲ୍ ମଧ୍ୟ ରହିଛି ଯେଉଁଥିରେ ସେ ୧୦୦ ରୁ ଅଧିକ ଭିଡିଓ ଅପଲୋଡ୍ କରିବା ସହ ଭବିଷ୍ୟବାଣୀ ମଧ୍ୟ କରିଥା’ନ୍ତି । 

anand
anand Photograph: (google)

ଆପଣଙ୍କୁ କହିରଖୁଛୁ କି ମିଆଁମାରରେ ବିନାଶକାରୀ ଭୂମିକମ୍ପ ଆସିବାର ୩ ସପ୍ତାହ ପୂର୍ବରୁ ହିଁ ଅଭିଜ୍ଞ ଏହାର ପୂର୍ବାନୁମାନ କରିଥିଲେ । ସେ କେବଳ ଭୂମିକମ୍ପ ବିଷୟରେ ନୁହଁ ସ୍ଥାନ, ତାରିଖ ବିଷୟରେ ମଧ୍ୟ ଭିଡିଓରେ ସୂଚନା ଦେଇଥିଲେ । ବର୍ତ୍ତମାନ ଅଭିଜ୍ଞ ଆନନ୍ଦ ସଂସ୍କୃତ ଏବଂ ଜ୍ୟୋତିଷ ବିଦ୍ୟା ଶିକ୍ଷା କରିବା ସହ ୧୨୦୦ ଛାତ୍ର ଏବଂ ୧୫୦ ଗବେଷକଙ୍କୁ ଶିକ୍ଷା ମଧ୍ୟ ଦେଉଛନ୍ତି । ଯାହାର ଆରମ୍ଭ ସେ ୨୦୧୮ ମସିହାରୁ କରିଥିଲେ । ଏହାପୂର୍ବରୁ ସେ ୨୦୨୦ ରେ କୋଭିଡ୍ ମହାମାରୀ, ୨୦୨୨ ରେ ରୁଷ୍-ୟୁକ୍ରେନ୍ ଯୁଦ୍ଧ, ୨୦୨୩ରେ ହମାସ୍-ଇସ୍ରାଏଲ୍ ଯୁଦ୍ଧ ଏବଂ ୨୦୨୪ରେ ବାଙ୍ଗଲାଦେଶରେ ହୋଇଥିବା ସତ୍ତା ପରିବର୍ତ୍ତନ ବିଷୟରେ ମଧ୍ୟ ଭବିଷ୍ୟବାଣୀ କରିଥିଲେ।