ଆତଙ୍କର ନାଁ ‘ନୀଳ ଡ୍ରମ୍’ ! ନୀଳ ଡ୍ରମ୍ ଦେଖିଲେ ଡ଼ରୁଛନ୍ତି ଲୋକେ ; କେହି କିଣୁନାହାନ୍ତି ଡ୍ରମ୍ , ଚିନ୍ତାରେ ବ୍ୟବସାୟୀ

ସୋସିଆଲ୍ ମିଡିଆରେ ଡ୍ରମକୁ ନେଇ ଭିନ୍ନ ଭିନ୍ନ ପ୍ରକାରର ରିଲ୍ସ ଏବଂ ମିମ୍ସ ପ୍ରସ୍ତୁତ କରାଗଲା । ହସ ଏବଂ ଡ଼ରର ନିକିତିରେ ତଉଲା ହେଲା ହତ୍ୟାକାଣ୍ଡର କାହାଣୀ । ଆଉ ଆତଙ୍କର ଅନ୍ୟ ନାଁ ଦିଆଗଲା ‘ନୀଳ ଡ୍ରମ୍’ ! ତେବେ ଏହାରି ଭିତରେ ଡ୍ରମ୍ ବ୍ୟବସାୟୀଙ୍କ ଭେଳା ବୁଡ଼ିଲା କହିଲେ କିଛି ଭୁଲ୍ ହେବନି । 

Blue-Drum

Blue-Drum Photograph: (Kanak News)

କଥାରେ ଅଛି, ଯାହା ପୁଅକୁ ସାପ କାମୁଡ଼େ ତା’ ମାଆ ପାଳ ଦଉଡ଼ି ଦେଖିଲେ ଡ଼ରେ । ଏମିତି ହିଁ କିଛି ଘଟଣା ଏବେ ଅଲ୍ଲିଗଡ଼ ସମେତ ମିରଟ ଆଖପାଖ ଅଞ୍ଚଳରେ ଦେଖିବାକୁ ମିଳୁଛି । ବହୁଚର୍ଚ୍ଚିତ ମିରଟ ସୌରଭ୍ ହତ୍ୟାକାଣ୍ଡ ପରେ ଏବେ ଡ଼ରରେ ଅଛନ୍ତି ସ୍ବାମୀ । ସୌରଭଙ୍କ ପତ୍ନୀ ମୁସ୍କାନ୍ ନିଜ ପ୍ରେମିକ ସାହିଲଙ୍କ ସହ ମିଶି ଅତି ନିର୍ମମ ଭାବେ ସ୍ବାମୀଙ୍କୁ ହତ୍ୟା କରି ୧୫ ଖଣ୍ଡର ମାଂସକୁ ନୀଳ ଡ୍ରମ୍ ଭିତରେ ରଖି ସିମେଣ୍ଟ୍ ଢାଳି ଦେଇଥିବା ଘଟଣା ଯେତେବେଳେ ସାମ୍ନାକୁ ଆସିଲା ସମସ୍ତଙ୍କ ମନରେ ଏକପ୍ରକାର ଭୟ ଜାତ ହେଲା । କେମିତି ସ୍ବାମୀକୁ ହତ୍ୟା କରିବା ପାଇଁ ମୁସ୍କାନ୍ ନୀଳ ଡ୍ରମ୍ ଏବଂ ଛୁରୀ କିଣିଥିଲେ ଏହାର ଖବର ଟିଭିରେ ବାଜିଲା । ଏହି ଘଟଣା ପରେ ସୋସିଆଲ୍ ମିଡିଆରେ ଡ୍ରମକୁ ନେଇ ଭିନ୍ନ ଭିନ୍ନ ପ୍ରକାରର ରିଲ୍ସ ଏବଂ ମିମ୍ସ ପ୍ରସ୍ତୁତ କରାଗଲା । ହସ ଏବଂ ଡ଼ରର ନିକିତିରେ ତଉଲା ହେଲା ହତ୍ୟାକାଣ୍ଡର କାହାଣୀ । ଆଉ ଆତଙ୍କର ଅନ୍ୟ ନାଁ ଦିଆଗଲା ‘ନୀଳ ଡ୍ରମ୍’ ! ତେବେ ଏହାରି ଭିତରେ ଡ୍ରମ୍ ବ୍ୟବସାୟୀଙ୍କ ଭେଳା ବୁଡ଼ିଲା କହିଲେ କିଛି ଭୁଲ୍ ହେବନି । 

meerut case
meerut case Photograph: (google)

ଅଲ୍ଲିଗଡ଼ର ରସଲଗଞ୍ଜ ମାର୍କେଟ୍ ଯାହା ନୀଳ ଡ୍ରମ୍ କାରବାରକୁ ନେଇ ପ୍ରସିଦ୍ଧ ଏବେ ବଡ଼ କ୍ଷତିର ସମ୍ମୁଖୀନ ହେଉଛି । କାରଣ ନୀଳ ଡ୍ରମ୍ କିଣିବା ପାଇଁ ଗ୍ରାହକ ଭୟ କରୁଛନ୍ତି । ସୌରଭ୍ ହତ୍ୟାକାଣ୍ଡର ପ୍ରଭାବ ଲୋକଙ୍କ ଉପରେ ଏମିତି ପଡ଼ିଛି ଯେ ନୀଳ ଡ୍ରମ୍ ଦେଖିଲା କ୍ଷଣି ଲୋକ ଦୂରୁ ଜୁହାର କରୁଛନ୍ତି । ଡ୍ରମ୍ ବିକ୍ରେତା ଶାହନୱାଜଙ୍କ କହିବା ମୁତାବକ, ପ୍ରଥମ ମାସରେ ୪୦ ରୁ ୫୦ ଟି ଡ୍ରମ୍ ବିକ୍ରି ହୋଇଥିଲା । କିନ୍ତୁ ବର୍ତ୍ତମାନ ଏହି ସଂଖ୍ୟା ୧୫ ରୁ ୨୦ ହୋଇଯାଇଛି । ଯେତେବେଳେ ଗ୍ରାହକ ଡ୍ରମ୍ କିଣିବାକୁ ଆସୁଛନ୍ତି ଲୋକ ମଜା ଉଡ଼ାଇ କହୁଛନ୍ତି, ମିରଟ କାଣ୍ଡ ଭଳି କାହାକୁ ମାରି ଡ୍ରମରେ ରଖିବନି ତ? ଏଭଳି କଥା ଶୁଣିବା ମାତ୍ରେ ଡ୍ରମ୍ କିଣିବା ଗ୍ରାହକ ମଧ୍ୟ ଲାଜ କରି ଆଉ କିଣିବାକୁ ଇଚ୍ଛା କରୁନାହାନ୍ତି । ଏମିତିକି ଡ୍ରମ୍ କିଣି ଘରକୁ ନେଲା ବେଳେ ବି ଘରଲୋକ ଏବଂ ପଡ଼ୋଶୀ ଏମିତି ଚାହୁଁଛନ୍ତି ଯେ ଯେମିତି ସତକୁ ସତ ମର୍ଡର କରିବା ଉଦ୍ଦେଶ୍ୟରେ ଡ୍ରମ୍ କିଣାଯାଇଛି । 

drum
drum Photograph: (google)

୨୦- ୨୫ ବର୍ଷରୁ ଏହି ବ୍ୟବସାୟରେ ଥିବା ଡ୍ରମ୍ ବିକ୍ରେତା ମହମ୍ମଦ ନଦ୍ଦିମ୍ କୁହନ୍ତି, ଲୋକ ଅନ୍ୟ ରଙ୍ଗର ଡ୍ରମକୁ କିଣୁଛନ୍ତି ସିନା କିନ୍ତୁ ନୀଳ ଡ୍ରମକୁ ଦେଖିଲା ମାତ୍ରେ ନା’ ବୋଲି କହୁଛନ୍ତି । ଯେଉଁ ପ୍ରସଙ୍ଗ ଉପରେ ସ୍ବର ଉଠାଇବା ଆବଶ୍ୟକ ତାହାକୁ ମିମ୍ ଏବଂ ରିଲ୍ କରାଯାଇ ମଜା ଉଡାଯାଉଛି । ଯେଉଁ ଭାଇଜଣଙ୍କୁ ତାଙ୍କ ପତ୍ନୀ ନିର୍ଦ୍ଦୟ ଭାବରେ ହତ୍ୟା କଲେ ତାହାକୁ ନେଇ ଲଢ଼େଇ କରିବା ବଦଳରେ ଆମେ ମଜାର ପାତ୍ର କରି ସୋସିଆଲ୍ ମିଡିଆରେ ପୋଷ୍ଟ୍ କରୁଛେ । କେହି ଜଣେ ସ୍ବାମୀକୁ ମାରି ନୀଳଡ୍ରମରେ ଭର୍ତ୍ତି କରିଦେଲେ ବୋଲି ଡ୍ରମ୍ କିଣିବା ବନ୍ଦ କରିଦେବେ ନା କ’ଣ ? ଏହାଦ୍ବାରା ବ୍ୟବସାୟ ଠପ୍ ହୋଇପଡୁଛି, ବ୍ୟବସାୟୀଙ୍କ ପେଟରେ ଲାତ ବାଜୁଛି । ଡ୍ରମ୍ ବଜାର ଖାଲି , ଦୋକାନରେ ଗ୍ରାହକ ଶୂନ୍ .. ଏମିତି ପରିସ୍ଥିତି ହେଲେ ଭୋକରେ ରହିଯିବେ ଡ୍ରମ୍ ବ୍ୟବସାୟୀ । ତେବେ ମିରଟ କାଣ୍ଡ ପରେ ପୁରୁଷ ସମାଜ ଭିତରେ ଡ଼ରର ମାହୋଲ୍ ରହିଛି । ପ୍ରଥମେ ପ୍ରଚୁର ମାତ୍ରାରେ ଡ୍ରମ୍ ବିକ୍ରି ହେଉଥିଲା କିନ୍ତୁ ଏବେ ଦୋକାନରେ ମାଛି ମଧ୍ୟ ଉଡୁନାହାନ୍ତି । ପୂରା ବଜାର ଖାଁ ଖାଁ ହୋଇପଡ଼ିଛି । ଏଭଳି ସ୍ଥିତି ଉପୁଜିଛି ଯେ ନୀଳଡ୍ରମକୁ ଦୋକାନ ବାହାରେ ମଧ୍ୟ ଦୋକାନୀ ରଖୁନାହାନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe