କନକ ବ୍ୟୁରୋ : ୧୨ ବର୍ଷ ପରେ ପୁଣି ଚାମ୍ପିୟନ୍ସ ଟ୍ରଫି ଜିତିଲା ଭାରତ । ରୋହିତ୍ ଶର୍ମାଙ୍କ ଅଧିନାୟିକତ୍ବରେ ଟିମ୍ ଇଣ୍ଡିଆ ଲଗାତାର ଦ୍ବିତୀୟ ଥର ପାଇଁ ଆଇସିସି ଟାଇଟେଲକୁ ନିଜ ନାଁରେ କରିବାରେ ସଫଳ ହେଲା । ବ୍ଲୁ ଟିମର ସମସ୍ତ ଖେଳାଳିଙ୍କ ପ୍ରଶଂସନୀୟ ପ୍ରଦର୍ଶନକୁ ଭୁରି ଭୁରି ପ୍ରଶଂସା କଲେ ଦର୍ଶକ । ଏହାରି ଭିତରେ ଟିମର ଜଣେ ଯୁବ ଖେଳାଳିଙ୍କୁ ନେଇ ମଧ୍ୟ ଖୁବ୍ ଚର୍ଚ୍ଚା ହେଲା ଯେ ଚାମ୍ପିୟନ୍ସ ଟ୍ରଫିର ପ୍ରଥମ ମ୍ୟାଚରେ ଭାରତକୁ ବିଜୟର ସ୍ବାଦ ଚଖାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଯାହାଙ୍କୁ ପଡ଼ିଆରେ ସିନିୟର୍ ଡାକନ୍ତି ଗିଲ୍ , କିନ୍ତୁ ପ୍ରକୃତ ନାଁ ଶୁଭମନ୍ ଗିଲ୍ । ପିଲାବେଳୁ କ୍ରିକେଟ୍ ପ୍ରତି ଶୁଭମନଙ୍କ ଅହେତୁକ ଦୁର୍ବଳତା ଥିଲା । ଗିଲଙ୍କ ବାପା ମଧ୍ୟ ପୁଅକୁ କ୍ରିକେଟର୍ ବନାଇବାକୁ ଚାହୁଁଥିଲେ ଏବଂ ଏଥିପାଇଁ ପରିଶ୍ରମରେ ହେଳା ମଧ୍ୟ କରିନଥିଲେ ।
/kanak/media/media_files/2025/03/18/pHIDmZ8XN7ZsQyTd0B33.jpg)
ଗିଲଙ୍କ ଜେଜେବାପା ଦିଦାର୍ ସିଂ ଏବଂ ବାପା ଲଖୱିନ୍ଦର୍ ସିଂ ପେସାରେ କୃଷକ ଥିଲେ । ପୁଅର କ୍ରିକେଟ୍ ପ୍ରତି ଆଗ୍ରହ ଥିବା ଦେଖି ଲଖୱିନ୍ଦର୍ ଶୁଭମନଙ୍କୁ କ୍ରିକେଟ୍ ଖେଳିବା ପାଇଁ ପ୍ରେରଣା ଯୋଗାଇ ଆସୁଥିଲେ । ପଞ୍ଜାବର ଫାଜିଲ୍କା ଅଞ୍ଚଳରେ ରହୁଥିବା ଗିଲଙ୍କ ପରିବାର ପୁଅର ଭବିଷ୍ୟତ ପାଇଁ ମୋହାଲୀ ଚାଲିଆସିଲେ ।
/kanak/media/media_files/2025/03/18/52s3EoaLMqUduAYAlnYb.jpg)
୮ ବର୍ଷର ଶୁଭମନଙ୍କୁ ବାପା ମୋହାଲୀ କ୍ରିକେଟ୍ ଏକାଡେମୀରେ ଭର୍ତ୍ତି କରାଇଲେ । ପିଲାବେଳୁ ସମୟାନୁବର୍ତ୍ତିତା ଥିବା ଶୁଭମନ୍ ଭୋର୍ ସାଢେ ୩ ଟାରୁ ଉଠି ୪ ଟା ବେଳକୁ ଏକାଡେମୀ ଚାଲିଆସୁଥିଲେ । ୨ ଘଣ୍ଟା ବ୍ୟାଟିଂର ତାଲିମ୍ ନେବା ପରେ ସେ ସ୍କୁଲ୍ ଯାଉଥିଲେ । ଯେହେତୁ କ୍ରିକେଟରେ କ୍ୟାରିୟର୍ ଗଢିବା ଶୁଭମନଙ୍କ ଲକ୍ଷ୍ୟ ଥିଲା ତେଣୁ ସେ ଦ୍ବାଦଶ ଯାଏଁ ହିଁ ପାଠ ପଢିଥିଲେ ।
/kanak/media/media_files/2025/03/18/oqcACUQUxS3IgVxv5bIR.jpg)
୧୫ ବର୍ଷ ତଳେ ପୂର୍ବତନ ଦ୍ରୁତ ବୋଲର୍ କରସନ୍ ଘାବରୀ ଭଲ ବ୍ୟାଟିଂ କରୁଥିବା ଖେଳାଳିଙ୍କ ସନ୍ଧାନରେ ଥିଲେ । ସେତେବେଳେ ସେ BCCI ପକ୍ଷରୁ ଦ୍ରୁତ ବୋଲର ଚୟନ କରିବାର ଏକାଡେମୀର ପ୍ରଭାରୀ ଥିଲେ । ଭଲ ବୋଲର୍ ସହ ବ୍ୟାଟ୍ସମ୍ୟାନ୍ ଚୟନ କରିବା ପାଇଁ ସେ ମୋହାଲୀ ଏକାଡେମୀ ଆସିଥିଲେ । ସେତେବେଳେ ପ୍ରଥମଥର ପାଇଁ ତାଙ୍କ ନଜର ଶୁଭମନ୍ ଗିଲଙ୍କ ଉପରେ ପଡିଥିଲା । ଦମଦାର୍ ବ୍ୟାଟିଂ କରୁଥିବା କମ୍ ବୟସ୍କ ପିଲାଟି ଘାବରୀଙ୍କୁ ଭାରି ପସନ୍ଦ ଆସିଥିଲା । ଏହାପରେ ସେ ଗିଲଙ୍କ ବାପା ଲଖୱିନ୍ଦର୍ ସିଂଙ୍କ ସହ କଥା ହୋଇଥିଲେ ଏବଂ ଶୁଭମନଙ୍କୁ ନେଟ୍ସରେ ଅଭ୍ୟାସ କରାଇବା କଥା କହିଥିଲେ । ଏହାପରେ ଆଉ କ’ଣ ବିଲେଇ କପାଳକୁ ସିକା ଛିଡିଲା ପରି ଗିଲଙ୍କ ଉଜ୍ଜ୍ବଳ ଭବିଷ୍ୟତର ଗାଡ଼ି ଏହିଠାରୁ ହିଁ ଏକ୍ସିଲେଟର୍ ମାରିବା ଆରମ୍ଭ କରିଥିଲା । ୧୧ ବର୍ଷ ବୟସରେ ନେଟ୍ସରେ ସେ ଅଣ୍ଡର୍ ୧୯ କ୍ରିକେଟ୍ ଟିମ୍ ସହ ଅଭ୍ୟାସ କରିବା ଆରମ୍ଭ କରିଥିଲେ । ଆଉ ଏମିତି ଜଣେ କୃଷକ ବାପାଙ୍କ ପୁଅ କ୍ରିକେଟ୍ ଦୁନିଆରେ ଅଜସ୍ର ସଫଳତା ହାସଲ କରିଥିଲେ ।
ସିନେମାରେ ଶୁଭମନ୍ ଗିଲଙ୍କ ପ୍ରିୟ ଚରିତ୍ରଟି ହେଉଛି ସ୍ପାଇଡର୍ ମ୍ୟାନ୍ । ୨୦୨୩ ରେ ମୁକ୍ତିଲାଭ କରିଥିବା ଆନିମେଟେଡ୍ ସିନେମା ‘ସ୍ପାଇଡର୍ ମ୍ୟାନ୍ : ଏକ୍ରସ୍ ଦ ସ୍ପାଇଡର୍ ଭର୍ସ’ ସହ ଗିଲଙ୍କ ଖାସ୍ କନେକ୍ସନ୍ ରହିଛି । ଏହି ସିନେମାରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ପବିତ୍ର ପ୍ରଭାକର ଯାହାଙ୍କ ହିନ୍ଦୀ ଏବଂ ପଞ୍ଜାବୀ ସଂସ୍କରଣର ସ୍ବର ଦେଇଥିଲେ ଶୁଭମନ୍ ଗିଲ୍ । କ୍ରିକେଟ୍ , ସିନେମାରେ ଗିଲଙ୍କ ପରାକାଷ୍ଠାକୁ ଯେମିତି ଅଣଦେଖା କରିହେବନି ଠିକ୍ ସେମିତି ମଡେଲିଂ କ୍ଷେତ୍ରରେ ମଧ୍ୟ ଶୁଭମନଙ୍କ ବେବାକ୍ ଅନ୍ଦାଜକୁ ଭୁଲିହେବନି । ଆଜିର ସମୟରେ ଶୁଭମନ୍ ଗିଲ୍ ଦୁନିଆର ୧ ନମ୍ବର କ୍ରିକେଟରଙ୍କ ତାଲିକାରେ ଆସିଛନ୍ତି । କମ୍ ବୟସ ଏବଂ ସ୍ବଳ୍ପ ସମୟ ଭିତରେ ନମ୍ବର ୧ କ୍ରିକେଟରଙ୍କ ଧାଡ଼ିରେ ଆସି ଛିଡାହୋଇଛନ୍ତି ଶୁଭମନ୍ । ଆଜିର ସମୟରେ ଗିଲଙ୍କ ପ୍ରଦର୍ଶନକୁ ଦେଖିଲେ ଜଣାପଡୁଛି ଯେ ଭବିଷ୍ୟତରେ କ୍ରିକେଟ୍ ଜଗତର ସୁପରଷ୍ଟାର୍ ହେବାକୁ ଯାଉଛନ୍ତି ଶୁଭମନ୍ ।
/kanak/media/media_files/2025/03/18/tJJ6MELA4vDVQIUEzazD.jpg)