ପିଲାବେଳେ ଆପଣ ତ ପ୍ରବଳ ଟିଭି ଦେଖିଥିବେ , ଆପଣଙ୍କ ପ୍ରିୟ ଶୋ’ କ’ଣ ଥିଲା ? କାର୍ଟୁନ୍ , ହରର୍ ନା WWE Ring ? ଛୁଟିବାର ହେଉ କି ସ୍କୁଲରୁ ଆସିବା ପରେ ଯେଉଁ ୨ ଘଣ୍ଟା ମିଳେ ଖେଳିବା ପାଇଁ ସେ ସମୟରେ ଅନେକ ପିଲା ଟିଭି ଆଗରେ ବସିଯାଉଥିଲେ । କିଏ କାର୍ଟୁନ୍ ଦେଖି ହସୁଥିଲେ ତ ଆଉ କିଏ WWE Ringରେ ରେସଲରମାନଙ୍କୁ ଦେଖି ନିଜକୁ ରେସଲର୍ ଭାବି କାନ୍ଥ , କବାଟ ସବୁ ପିଟୁଥିଲେ । ସେହି WWE Ringରେ ତିନି ଦଶନ୍ଧି ଧରି ରାଜ୍ କରିଥିବା ଅଣ୍ଡରଟେକର ନିଜ ଖେଳ ଦ୍ୱାରା ଦର୍ଶକଙ୍କୁ ବହୁତ ମନୋରଞ୍ଜନ କରିଥିଲେ । ଏହି ଭୟଙ୍କର ରେସଲରଙ୍କୁ ଦେଖି ରେସଲରମାନେ ଭୟରେ ଥରହର ହେଉଥିଲେ । ଅନ୍ୟ ରେସଲରମାନେ ରିଙ୍ଗକୁ ଓହ୍ଲାଇବା ପୂର୍ବରୁ ଭଗବାନଙ୍କୁ ସ୍ମରଣ କରୁଥିଲେ ଯେମିତି ତାଙ୍କ ବିରୋଧୀ ଅଣ୍ଡରଟେକର ନ ହୁଅନ୍ତୁ । ମୁଣ୍ଡରେ ଟୋପି, ଲମ୍ବା ଲମ୍ବା କେଶ ଏବଂ ଅଜବ ଆଖି ଥିବା ଏହି ରେସଲର ଯେତେବେଳେ ରିଙ୍ଗରେ ପ୍ରବେଶ କରୁଥିଲେ, ସେତେବେଳେ ଲାଇଟ୍ ବନ୍ଦ ହୋଇଯାଉଥିଲା । ବିଶାଳକାୟ ଶରୀର ଥିବା ଏହି ରେସଲର ନିଜର ନିର୍ଭୀକ ସ୍ୱଭାବ ପାଇଁ ଜଣାଶୁଣା ଥିଲେ । କିନ୍ତୁ ରୋଚକ କୁହନ୍ତୁ କି ହାସ୍ୟାସ୍ପଦ ଏହି ଭୟଙ୍କର ରେସଲର୍ ଜଣକ ଗୋଟିଏ ପରିବାକୁ ଡରୁଥିଲେ । ଆଜ୍ଞା ହଁ ସେ ବି ପୁଣି କାକୁଡ଼ି । କାକୁଡ଼ିର ନାଁ ଶୁଣିବା ମାତ୍ରେ ଅଣ୍ଡରଟେକର ଭୟଭୀତ ହୋଇଯାଉଥିଲେ । ତେବେ ମୃତ୍ୟୁଦୂତ ନାମରେ ପରିଚିତ ଅଣ୍ଡରଟେକର କାକୁଡ଼ିକୁ ହିଁ କାହିଁକି ଡରୁଥିଲେ ଏବଂ କାକୁଡ଼ି ଖାଇବା କାହିଁକି ଛାଡ଼ି ଦେଇଥିଲେ , ଆସନ୍ତୁ ଜାଣିବା ।
/kanak/media/media_files/2025/03/02/2L5AALaqrzIeQmyDyToD.jpg)
ଅଣ୍ଡରଟେକରଙ୍କ ମ୍ୟାନେଜର ପଲ୍ ବେୟାରର ମୃତ୍ୟୁ ପୂର୍ବରୁ ଏକ ସାକ୍ଷାତକାରରେ କହିଥିଲେ ଯେ ଥରେ ଦ ଡେଡମ୍ୟାନଙ୍କୁ ୱାଫଲ ହାଉସରେ ଆଇସ୍ ଟିରେ କାକୁଡ଼ିର ଏକ ଖଣ୍ଡ ମିଳିଥିଲା । ଯାହା ପରେ ତାଙ୍କୁ ବାନ୍ତି ହେବା ଆରମ୍ଭ ହୋଇଗଲା । ତା’ ପରଠାରୁ ସେ କାକୁଡ଼ିଠାରୁ ଦୂରେଇ ରହିଲେ । ଅଣ୍ଡରଟେକର ମଧ୍ୟ ଥରେ କହିଥିଲେ ଯେ ୮ ବର୍ଷ ବୟସରେ ସେ ବହୁତ ଗୁଡ଼ିଏ କାକୁଡ଼ି ମସଲା ସହିତ ଖାଇଥିଲେ । ଯାହା ପରେ ତାଙ୍କ ପେଟରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ସେବେଠାରୁ ସେ କାକୁଡ଼ିକୁ ଆଉ ହାତ ଲଗାଇ ନାହାନ୍ତି । ସେ କହିଥିଲେ ଯେ ସେତେବେଳେ ସେ ସେଫଙ୍କ ଉପରେ ବହୁତ ଜୋରରେ ଚିତ୍କାର କରିଥିଲେ । କାରଣ ମନା କରିବା ସତ୍ତ୍ୱେ ସେଫ୍ ତାଙ୍କ ଜଳଖିଆରେ କାକୁଡ଼ି ପକାଇ ଦେଇଥିଲେ । ରିଙ୍ଗରେ ୭ ଥର ମରି ଜୀବନ୍ତ ହୋଇଥିବା ଅଣ୍ଡରଟେକରଙ୍କର ଲମ୍ବା ସମୟ ପର୍ଯ୍ୟନ୍ତ ଅନସ୍କ୍ରିନ୍ ମ୍ୟାନେଜର ରହିଥିବା ପଲ୍ ବେୟାରରଙ୍କ ମୃତ୍ୟୁ ୨୦୧୩ ମସିହାରେ ହୋଇଥିଲା । ମୃତ୍ୟୁ ପୂର୍ବରୁ ସେ କହିଥିଲେ ଯେ ଅଣ୍ଡରଟେକର୍ କାକୁଡ଼ି ସାମ୍ନାରେ ଠିଆ ମଧ୍ୟ ହୋଇପାରିବେ ନାହିଁ ।
/kanak/media/media_files/2025/03/02/RFqZIGxL872UVwCjDgVP.jpg)
ଥରେ ବେୟାରର ଅଣ୍ଡରଟେକରଙ୍କ ଟୋପି ଏବଂ ଗ୍ଲୋଭସରେ କାକୁଡି ଖଣ୍ଡ ପକାଇ ଦେଇଥିଲେ । ଏହା ପରେ ଡେଡମ୍ୟାନ୍ ବହୁତ ଡରି ଯାଇଥିଲେ । ଅଣ୍ଡରଟେକର ୩୦ ବର୍ଷ ଧରି WWE ରିଙ୍ଗରେ ରାଜ୍ କରିଥିଲେ । ଡେଡମ୍ୟାନଙ୍କ ଏହି ରେକର୍ଡକୁ ଭାଙ୍ଗିବା କୌଣସି ରେସଲରଙ୍କ ପାଇଁ ସହଜ ନୁହେଁ । ସେ ସର୍ଭାଇଭର ସିରିଜ୍ ମାଧ୍ୟମରେ WWEରେ ପାଦ ରଖିଥିଲେ । ଅଣ୍ଡରଟେକରଙ୍କୁ ରିଙ୍ଗରେ ଡେଡମ୍ୟାନ୍ ବୋଲି ସମ୍ବୋଧନ କରାଯାଉଥିଲା । କିନ୍ତୁ ତାଙ୍କର ପ୍ରକୃତ ନାଁ ମାର୍କ ୱିଲିୟମ୍ କାଲାୱେ ।
/kanak/media/media_files/2025/03/02/fhfarLDDQFBjeHiH49q8.jpg)
ମାର୍ଚ୍ଚ ୨୪, ୧୯୬୫ ରେ ଆମେରିକାରେ ଜନ୍ମିତ ଅଣ୍ଡରଟେକରଙ୍କ ମାସିକ ଦରମା ପ୍ରାୟ ୨.୫ ମିଲିୟନ ଡଲାର୍ ଅଟେ । ସେ ବିଜ୍ଞାପନରୁ ମଧ୍ୟ ଡଲାର୍ ସଂଖ୍ୟାରେ ଟଙ୍କା ରୋଜଗାର କରନ୍ତି । ଏହା ବ୍ୟତୀତ, ତାଙ୍କ ପାଖରେ ଲିଜେଣ୍ଡ ଡବ୍ଲୁଡବ୍ଲୁଇର ଚୁକ୍ତିନାମା ମଧ୍ୟ ରହିଛି । ସେ ୨୦୨୦ ନଭେମ୍ବର ୨୨ ତାରିଖରେ ଅବସର ଘୋଷଣା କରିଥିଲେ । କିନ୍ତୁ ଅଦ୍ୟାବଧୀ ମଧ୍ୟ ଲୋକଙ୍କ ହୃଦୟରେ ରାଜ୍ କରୁଛନ୍ତି ।