ବର୍ତ୍ତମାନ ସୋସିଆଲ୍ ମିଡିଆରେ ଟ୍ରେଣ୍ଡରେ ଚାଲିଛି ‘ଘିବଲି ଆର୍ଟ ଆନିମେସନ୍’ । ଏଆଇ ପ୍ଲାଟଫର୍ମ ChatGPT ଜରିଆରେ ସୋସିଆଲ୍ ମିଡିଆ ୟୁଜର୍ସ ଏହି ଆନିମେସନର ଫଟୋ ପ୍ରସ୍ତୁତ କରି ବିଭିନ୍ନ ପ୍ଲାଟଫର୍ମରେ ପୋଷ୍ଟ୍ କରୁଛନ୍ତି । ପୂର୍ବରୁ ଏହି ସୁବିଧା କେବଳ ପ୍ରିମିୟମ୍ ୟୁଜର୍ସଙ୍କ ପାଇଁ ଉପଲବ୍ଧ ଥିଲା କିନ୍ତୁ ବର୍ତ୍ତମାନ ଅନ୍ୟ ୟୁଜର୍ସ ମଧ୍ୟ ଫ୍ରିରେ ଏହି ସୁବିଧା ଉପଭୋଗ କରିପାରୁଛନ୍ତି । ତେବେ ଏହି ମଜାଳିଆ ଆନିମେସନ୍ ଫଟୋ ତିଆରି କରିବା ପଛରେ କାହାର ହାତ ରହିଛି ? କୌତୁକିଆ ଫଟୋ ପ୍ରସ୍ତୁତିର ଆଇଡିଆ କେମିତି ଏବଂ କାହାକୁ ଆସିଲା ଆପଣ ଜାଣିଛନ୍ତି କି ?
/kanak/media/media_files/2025/03/30/Ai4pcLVpYotH63JGb8BL.jpg)
ଘିବଲିର କନେକ୍ସନ୍ ଜାପାନ ସହିତ ଜଡ଼ିତ ହୋଇରହିଛି । ଯାହାର ଶ୍ରେୟ ହାୟାଓ ମିୟାଜାକି ଏବଂ ତାଙ୍କ ଷ୍ଟୁଡିଓ ଘିବଲିକୁ ସମର୍ପିତ । ଘିବଲି ଷ୍ଟୁଡ଼ିଓର ଫାଉଣ୍ଡର ହେଉଛନ୍ତି ହାୟାଓ ମିୟାଜାକି । ମିୟାଜାକିଙ୍କୁ ଜାପାନ ଆନିମେସନ୍ ଦୁନିଆର ବେତାଜ୍ ବାଦଶାହା ବୋଲି ମଧ୍ୟ କୁହାଯାଏ । ତାଙ୍କ ଦ୍ବାରା ପ୍ରସ୍ତୁତ ଅନେକ ଆନିମେସନ୍ ସିନେମା ସିନେପ୍ରେମୀଙ୍କୁ ଭାରି ପସନ୍ଦ । ସେ ୨୫ ରୁ ଅଧିକ ଆନିମେସନ୍ ସିନେମା ଏବଂ ଟିଭି ସିରିଜ୍ ପ୍ରସ୍ତୁତ କରିଛନ୍ତି । ଯେଉଁଥିରୁ Spirited Away ସିନେମା ୨୭୫ ମିଲିୟନ୍ ଡଲାର୍ (୨୩୦୦ କୋଟିରୁ ଅଧିକ) ଟଙ୍କା ରୋଜଗାର କରିଛି । ବିଶ୍ୱର ବଡ଼ ଷ୍ଟୁଡିଓ ମଧ୍ୟରେ ଘିବଲି ନିଜର ଚମତ୍କାର ଆନିମେସନ୍ ଜରିଆରେ ବହୁତ ଟଙ୍କା ରୋଜଗାର କରିଛି । ଏହି କାରଣରୁ ଏହା ବିଶ୍ୱର ସବୁଠାରୁ ବଡ଼ ଆନିମେସନ୍ ଷ୍ଟୁଡିଓ ମଧ୍ୟରୁ ଗୋଟିଏ । ମିୟାଜାକିଙ୍କ ନେତୃତ୍ୱରେ ଷ୍ଟୁଡିଓ ଘିବଲି ଏପରି ଅନେକ ଚଳଚ୍ଚିତ୍ର ନିର୍ମାଣ କରିଛି ଯାହା ରିଲିଜ୍ ସମୟରେ ଜାପାନର ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ହୋଇପାରିଛି । ଷ୍ଟୁଡିଓ ଘିବଲି କେବଳ ଆନିମେସନରୁ ନୁହେଁ, ବରଂ ଏହାର ଉତ୍ପାଦ (ଯେପରିକି ଖେଳନା ଏବଂ ପୋଷାକ), DVD ଏବଂ ଅନଲାଇନ୍ ଷ୍ଟ୍ରିମିଙ୍ଗ୍ ରାଇଟ୍ସରୁ ମଧ୍ୟ ପ୍ରଚୁର ଟଙ୍କା ରୋଜଗାର କରିଥାଏ । ଏହି କାରଣରୁ ମିୟାଜାକି ଆନିମେସନ୍ ଇଣ୍ଡଷ୍ଟ୍ରିର ସବୁଠାରୁ ଧନୀ ଲୋକମାନଙ୍କ ମଧ୍ୟରୁ ଜଣେ ।
/kanak/media/media_files/2025/03/30/vm2xVxA1rSGQJm6F3Eo8.jpg)
ମିୟାଜାକିଙ୍କର ମୋଟ ସମ୍ପତ୍ତି କେତେ?
ମିୟାଜାକିଙ୍କର ମୋଟ ସମ୍ପତ୍ତିର କୌଣସି ସଠିକ୍ ଆକଳନ ନାହିଁ । ମିଡିଆ ରିପୋର୍ଟ ଅନୁସାରେ ତାଙ୍କର ମୋଟ ସମ୍ପତ୍ତି ପ୍ରାୟ ୫୦ ମିଲିୟନ୍ ଡଲାର (ପ୍ରାୟ ୪୨୮ କୋଟି ଟଙ୍କା) । ଷ୍ଟୁଡିଓ ଘିବଲିର ଉତ୍ପାଦ ଏବଂ ଷ୍ଟ୍ରିମିଙ୍ଗ୍ ରାଇଟ୍ସରୁ ହେଉଥିବା ରୋଜଗାର ମିୟାଜାକିଙ୍କ ସମ୍ପତ୍ତିକୁ ବଢ଼ାଇବାରେ ବହୁତ ସାହାଯ୍ୟ କରିଛି ।
/kanak/media/media_files/2025/03/30/kseX7rX9WwF0Cm6RCh0N.jpg)
ମୋଟ ସମ୍ପତ୍ତି ଉପରେ କ'ଣ ପ୍ରଭାବ ପଡ଼ିବ?
ଯେହେତୁ ଏହି ସମୟରେ ChatGPT ପ୍ଲାଟଫର୍ମ ଉପଭୋକ୍ତାମାନଙ୍କ ପାଇଁ ଘିବଲି ଆନିମେସନ୍ ତିଆରି କରୁଛି । ସୋସିଆଲ୍ ମିଡିଆରେ ଏପରି ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଲୋକମାନେ ନିଜର ସ୍ମୃତି ଏବଂ ଫିଲ୍ମ ସିନଗୁଡ଼ିକୁ ଘିବଲି ଷ୍ଟାଇଲରେ ଦେଖାଉଛନ୍ତି । ଆଗାମୀ ସମୟରେ AIର ଆହୁରି ଟୁଲ୍ସ ଏହିଭଳି ଇମେଜ୍ ଏବଂ ଭିଡିଓ ତିଆରି କରିପାରନ୍ତି । ଏପରି ପରିସ୍ଥିତିରେ ବିଶ୍ୱାସ କରାଯାଏ ଯେ ଏହା ଷ୍ଟୁଡିଓ ଘିବଲି ଏବଂ ମିୟାଜାକିଙ୍କ ସମ୍ପତ୍ତି ଉପରେ ପ୍ରଭାବ ପକାଇପାରେ । AI ପ୍ଲାଟଫର୍ମରୁ ତିଆରି ଘିବଲି ଷ୍ଟାଇଲକୁ ଲୋକମାନେ ନିଶ୍ଚିତ ଭାବରେ ପସନ୍ଦ କରୁଥିବେ, କିନ୍ତୁ ମିୟାଜାକି ଏଥିରେ ଖୁସି ନାହାନ୍ତି । କେବଳ ମିୟାଜାକି ନୁହଁନ୍ତି, ବରଂ ଅନେକ କଳାକାର ମଧ୍ୟ ଚାଟଜିପିଟିର ଏହି ନୂଆ ସଫ୍ଟୱେର୍ ଅପଡେଟକୁ ସମାଲୋଚନା କରିଛନ୍ତି । ସେମାନଙ୍କର ବିଶ୍ୱାସ ଯେ ଏହା ସେମାନଙ୍କର କଳା ଏବଂ ବର୍ଷ ବର୍ଷର ପରିଶ୍ରମ ଉପରେ ପ୍ରଭାବ ପକାଇବ ।