କନକ ବ୍ୟୁରୋ:  ଅଧିକାଂଶ ରାତିରେ ଲାଇଟ୍ ଜାଳି ଶୋଇବା ଅଭ୍ୟାସ ଥାଏ । କିନ୍ତୁ ଶରୀର ଉପରେ ଏହାର ଖରାପ ପ୍ରଭାବ ପଡ଼ିପାରେ । ଏହାଦ୍ବାରା ହୃଦଘାତ ଜନିତ ଆଶଙ୍କା ବଢ଼ିଯାଏ । ଯେପରିକି ହାର୍ଟ ଫେଲ୍ୟୋର, ଷ୍ଟ୍ରୋକ୍ ପରି ସମସ୍ୟା ଦେଖାଦେଇପାରେ । ରାତିରେ ଆଲୋକର ତୀବ୍ରତା ସଂସ୍ପର୍ଶରେ ଆସିବା ଯୋଗୁଁ ବିଶେଷ କରି ଅଧିକ ବୟସ୍କମାନଙ୍କ କ୍ଷେତ୍ରରେ ହୃଦରୋଗର ଆଶଙ୍କା ୫୬ପ୍ରତିଶତ ବଢ଼ିଯାଏ  ବୋଲି UK BIOBANK ଦ୍ବାରା ଏକ ସନ୍ଦର୍ଭରେ ପ୍ରକାଶ ପାଇଛି ।

Advertisment

ଗବେଷକମାନେ ୮୦ ହଜାରରୁ ଅଧିକ ଲୋକଙ୍କୁ ନେଇ ସର୍ଭେ କରିଥିଲେ । ବିଶ୍ଳେଷଣରୁ ମିଳିଛି ଯେ, ୪୦ ରୁ ଅଧିକ ବୟସ୍କ ବ୍ୟକ୍ତି ଯେଉଁମାନେ ରାତିରେ ଲାଇଟ୍ ଜଳାଇ ଶୋଉଛନ୍ତି ସେମାନଙ୍କଠାରେ ହାର୍ଟ ଜନିତ ସମସ୍ୟା ଅନ୍ୟମାନଙ୍କ ଅପେକ୍ଷା ଅଧିକ ଥାଏ । ହାର୍ଟ ଷ୍ଟ୍ରୋକ୍ ବା ହାର୍ଟ ବିଟ୍ ବଢ଼ିଯିବା ପରି ସମସ୍ୟା ଦେଖାଦେଇପାରେ । ରାତିରେ ଶୋଇ ମୋବାଇଲ ସ୍କ୍ରୋଲ କରିବା ମଧ୍ୟ ଏହି ସମସ୍ୟାକୁ ଦ୍ବିଗୁଣିତ କରିଦିଏ ।

ORS ପିଉଥିଲେ ସାବଧାନ ! ବଜାରରେ ବୁଲୁଛି ନକଲି ORS , ଡାକ୍ତର କଲେ ସାଙ୍ଘାତିକ ଖୁଲାସା

ଏହି ବିଷୟକୁ ନେଇ ଅଷ୍ଟ୍ରେଲିଆର ଫ୍ଲିଣ୍ଡର୍ସ ୟୁନିଭର୍ସିଟିର ଗବେଷକ  UK BIOBANK ସହ ମିଶି ଗବେଷଣା ଅନୁସାରେ,  ରାତିରେ ତୀବ୍ର ଆଲୋକ ସଂସ୍ପର୍ଶରେ ଆସିବା ଦ୍ବରା ହୃଦଘାତର ଆଶଙ୍କା ୪୭ ପ୍ରତିଶକ, କରୋନାରୀ ଆର୍ଟାରୀ ଆଶଙ୍କା ୩୨ ପ୍ରତିଶତ, ଓ ଷ୍ଟ୍ରୋକ ଆଶଙ୍କା ୨୮ ପ୍ରତିଶତ ହେବାର ସମ୍ଭାବନା ସୃଷ୍ଟି ହୋଇଥାଏ । ରାତିରେ ଶୋଇବା ସମୟରେ ଲାଇଟ୍ ଜାଳିଲେ ଶରୀରର ଆନ୍ତରିକ ସର୍କେଡିଆନ୍ ସାଇକଲ ବାଧାପ୍ରାପ୍ତ ହୋଇଥାଏ । ଫଳରେ ହାର୍ଟ ଉପରେ ଏହାର କୁପ୍ରଭାବ ପଡ଼େ । ଏହି ଆଶଙ୍କା ମହିଳା ଓ ଯୁବବର୍ଗଙ୍କ ପାଇଁ ଅଧିକ ସମ୍ବେଦନଶୀଳ । ତେଣୁ ଯଥାସମ୍ଭବ ନିଜ ପ୍ରତି ଯତ୍ନଶୀଳ ରହିବା ନିହାତି ଜରୁରି । ରାତିରେ ତୀବ୍ର ଆଲୋକରୁ ରକ୍ଷାପାଇବାକୁ ବ୍ଲାକଆଉଟ୍ ପରଦାର ବ୍ୟବହାର ସହ, ହାଲକା ଆଲୋକ ଜଳାନ୍ତୁ  ଓ ଶୋଇବା ଆଗରୁ ମୋବାଇଲ ସ୍କ୍ରିନଠାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ ।

କ୍ୟାନ୍ସର ଡାକିଆଣିବ ଆଚାର ! ପ୍ରତିଦିନ ଖାଉଥିଲେ ଆଜି ହିଁ ଛାଡ଼ନ୍ତୁ , ଭୁଲ୍ ଜାରରେ ଆଚାର ରଖୁଥିଲେ ; ସାବଧାନ

ଲାଇଟ୍ ଅପେକ୍ଷା ଆହୁରି ବିପଜ୍ଜନକ ମୋବାଇଲ ଲାଇଟ୍ । ଅନେକ ବ୍ୟକ୍ତି ଶୋଇବା ବେଳେ ତକିଆ ପାଖରେ ମୋବାଇଲ ରଖି  ଶୋଇପଡ଼ନ୍ତି । କିନ୍ତୁ ଏହାର ପ୍ରଭାବ ଯେ କେତେ ଖରାପ ଏହା ଜାଣି ରଖିଲେ ଆପଣ ଓ ଆପଣଙ୍କ ପିଲାଙ୍କ ପାଇଁ ମଙ୍ଗଳ । ମୋବାଇଲ ଫୋନରେ ଏକ ପ୍ରକାର ବୈଦ୍ୟୁତିକ ଶକ୍ତି ରହିଥାଏ । ଏଥିରୁ ଏକ ରେଡିଏସନ୍ ନିର୍ଗତ ହୁଏ , ଯାହା ମସ୍ତିଷ୍କ ଉପରେ ପ୍ରଭାବ ପକାଇଥାଏ । ତେଣୁ ମୋବାଇଲ ପାଖରୁ ଯଥା ସମ୍ଭବ ଦୂରତା ଅବଲମ୍ବନ କରିବା ଉଚିତ୍‍  । ଶୋଇବା ସମୟରେ ବହୁ ଲୋକେ ମୋବାଇଲ ତକିଆ ତଳେ କିମ୍ବା ମୁଣ୍ଡ ପାଖରେ ଫୋନ ରଖିଥାନ୍ତି ।

'ପ୍ରାକୃତିକ' ନାଁରେ ବିଷ: ଏହି ୫ଟି ଦେଶୀ ହର୍ବାଲ୍ ସପ୍ଲିମେଣ୍ଟ୍ ଧିରେ ଧିରେ ଲିଭରକୁ ନଷ୍ଟ କରିପାରେ

ଏହା କରିବା ଦ୍ୱାରା କର୍କଟ ରୋଗ ହେବାର ଆଶଙ୍କା ସୃଷ୍ଟି ହୋଇଥାଏ । ଏଥି ସହିତ ଏହି ଅଭ୍ୟାସ ଶରୀର ଉପରେ ବହୁ କୁପ୍ରଭାବ ପକାଇଥାଏ। ହୃତପିଣ୍ଡ, ଚକ୍ଷୁ, ଅଣ୍ଡକୋଷରେ କାର୍ଯ୍ୟ ଦକ୍ଷତା କମାଇଥାଏ  । ଯାହା ଫଳରେ ଗର୍ଭବତୀ ମହିଳାଙ୍କ ଭୃଣ ମଧ୍ୟ ପ୍ରଭାବିତ ହୋଇଥାଏ । ଶିଶୁମାନଙ୍କର ମାନସିକ ବିକାଶ ବାଧାପ୍ରାପ୍ତ  ହୁଏ । ପାଖରେ ମୋବାଇଲ ରଖି ଶୋଇପଡ଼ିବାର ଅଭ୍ୟାସ ଥିଲେ ଆପଣ ହୁଏତ  ବଧିରତା, ନିଦ୍ରାହୀନତା ଭଳି ସମସ୍ୟ ଭଭୋଗିପାରନ୍ତି । ତେଣୁ ଆପଣଙ୍କ ଅଭ୍ୟାସରେ ଛୋଟ ଛୋଟ ପରିବର୍ତ୍ତନ ଆପଣଙ୍କୁ ଏକ ସୁସ୍ଥ ଜୀବନ ଭେଟି ଦେବ । ଏହାକୁ ଅଣଦେଖା କରନ୍ତୁ ନାହିଁ ।