କନକ ବ୍ୟୁରୋ:  ଆଜିକାଲି ସ୍ୱାସ୍ଥ୍ୟ ସଚେତନତା ବଢ଼ିବା ସହିତ ଅନେକ ଲୋକ 'ପ୍ରାକୃତିକ' ଏବଂ 'ହର୍ବାଲ୍' ନାଁରେ ବିଭିନ୍ନ ପ୍ରକାରର ସପ୍ଲିମେଣ୍ଟ୍ ବ୍ୟବହାର କରିବାକୁ ପସନ୍ଦ କରୁଛନ୍ତି । ଲୋକମାନେ ଭାବନ୍ତି ଯେ ଯେହେତୁ ଏଗୁଡ଼ିକ ପ୍ରାକୃତିକ ଉପାଦାନରେ ତିଆରି, ତେଣୁ ଏଗୁଡ଼ିକ ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ। କିନ୍ତୁ ଏହା ଏକ ଭୁଲ୍ ଧାରଣା। କିଛି ହର୍ବାଲ୍ ସପ୍ଲିମେଣ୍ଟ୍, ଯାହାକୁ ଆମେ ନିର୍ଦ୍ଦୋଷ ବୋଲି ଭାବୁ, ତାହା ଆମ ଲିଭର ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇପାରେ । ଲିଭର ହେଉଛି ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ, ଯାହା ବିଷାକ୍ତ ପଦାର୍ଥକୁ ଶରୀରରୁ ବାହାର କରିବାରେ ସାହାଯ୍ୟ କରେ । ଯଦି ଲିଭର ଠିକ୍ ଭାବରେ କାମ ନକରେ, ତେବେ ଶରୀରରେ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ ।

Advertisment

ଆସନ୍ତୁ ଜାଣିବା  ଏପରି ୫ଟି ଦେଶୀ ହର୍ବାଲ୍ ସପ୍ଲିମେଣ୍ଟ୍ ବିଷୟରେ, ଯାହା 'ପ୍ରାକୃତିକ' ନାଁରେ ଆମ ଲିଭରକୁ ଚୁପଚା ପ୍ ନଷ୍ଟ କରିପାରେ:
 

ଗ୍ରୀନ୍ ଟି ଏକ୍ସଟ୍ରାକ୍ଟ  
ଗ୍ରୀନ୍ ଟିକୁ ଏକ ସ୍ୱାସ୍ଥ୍ୟକର ପାନୀୟ ଭାବରେ ଜଣାଯାଏ, କିନ୍ତୁ ଏହାର ଏକ୍ସଟ୍ରାକ୍ଟ (କ୍ୟାପସୁଲ୍ ବା ପାଉଡର ରୂପରେ) ଉଚ୍ଚ ମାତ୍ରାରେ କ୍ୟାଟେକିନ୍ସ ଧାରଣ କରିଥାଏ। ଅଧିକ ପରିମାଣରେ କ୍ୟାଟେକିନ୍ସ ସେବନ କରିବା ଦ୍ୱାରା ଲିଭର ଉପରେ ପ୍ରତିକୂଳ ପ୍ରଭାବ ପଡ଼ିପାରେ । ବିଶେଷ କରି ଯେଉଁମାନଙ୍କର ଲିଭର ସମ୍ବନ୍ଧୀୟ ସମସ୍ୟା ପୂର୍ବରୁ ଅଛି। ଅଧିକ ମାତ୍ରାରେ ଗ୍ରୀନ୍ ଟି ଏକ୍ସଟ୍ରାକ୍ଟ ସେବନ କରିବା ଦ୍ୱାରା ଲିଭରରେ ପ୍ରଦାହ ଏବଂ କ୍ଷତି ହୋଇପାରେ।

ହଳଦୀ
ହଳଦୀକୁ ସାଧାରଣତଃ ଏକ ସୁପରଫୁଡ୍ ଭାବରେ ବିବେଚନା କରାଯାଏ । କାରଣ ଏହା ଶରୀରରେ ହେଉଥିବା  ଦରଜ କମାଇବା ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରେ । କିନ୍ତୁ ଯେତେବେଳେ ହଳଦୀ ସପ୍ଲିମେଣ୍ଟ୍ କଥା ଆସେ, ଅଧିକ ମାତ୍ରାରେ ଏହାର ସେବନ ଲିଭର ଉପରେ ଚାପ ପକାଇପାରେ । କିଛି କ୍ଷେତ୍ରରେ ଏହା ଲିଭର କ୍ଷତି ଏବଂ କିଡନୀ ଷ୍ଟୋନ୍ ପରି ସମସ୍ୟାର କାରଣ ମଧ୍ୟ ହୋଇପାରେ। ତେଣୁ, ହଳଦୀକୁ ଖାଦ୍ୟରେ ସୀମିତ ମାତ୍ରାରେ ଗ୍ରହଣ କରିବା ଭଲ ।

ଅଶ୍ୱଗନ୍ଧା
ଷ୍ଟ୍ରେସ୍ କମାଇବା ଏବଂ ଶକ୍ତି ବଢ଼ାଇବା ପାଇଁ ପ୍ରସିଦ୍ଧ ଅଶ୍ୱଗନ୍ଧା ମଧ୍ୟ ଯଦି ଭୁଲ୍ ମାତ୍ରାରେ ଗ୍ରହଣ କରାଯାଏ, ତେବେ ଏହା ଲିଭର ପାଇଁ କ୍ଷତିକାରକ ପ୍ରମାଣିତ ହୋଇପାରେ । ବିଶେଷ କରି, ଯଦି ଏଥିରେ ମିଶାବଟ ଥାଏ, ତେବେ ଏହା ଲିଭରରେ ପ୍ରଦାହ  କିମ୍ବା ହେପାଟୋଟକ୍ସିସିଟି ର କାରଣ ହୋଇପାରେ ।

ସକାଳ ଜଳଖିଆ ପାଇଁ କ’ଣ ଭଲ ? ଗଜା ମୁଗ ନା’ ଗଜା ବୁଟ ? କେଉଁଥିରେ ଅଛି ଅଧିକ ନ୍ୟୁଟ୍ରିସନ୍ ?

ବ୍ଲାକ୍ କୋହୋଶ୍ 
ବ୍ଲାକ୍ କୋହୋଶ୍ କୁ  ଅନେକ ମହିଳା ମେନୋପଜ୍ (ରଜୋନିବୃତ୍ତି) ର  ଯନ୍ତ୍ରଣା Aରୁ ମୁକ୍ତି ପାଇବା ପାଇଁ ବ୍ୟବହାର କରିଥାନ୍ତି। କିନ୍ତୁ ଏହି ହର୍ବାଲ୍ ଉପଚାର ଲିଭରରେ ପ୍ରଦାହ, କାମଳ  କିମ୍ବା ହେପାଟାଇଟିସ୍  ପରି ଗମ୍ଭୀର ରୋଗ ସୃଷ୍ଟି କରିପାରେ । ଯେଉଁମାନଙ୍କୁ ପୂର୍ବରୁ ଲିଭର ସମସ୍ୟା ଅଛି, ସେମାନେ ଏହାକୁ ଆଦୌ ଗ୍ରହଣ କରିବା ଉଚିତ୍ ନୁହେଁ ।

ରେଡ୍ ୟୀଷ୍ଟ ରାଇସ୍ (Red Yeast Rice): ଏହି ସପ୍ଲିମେଣ୍ଟ୍ ପ୍ରାୟତଃ କୋଲେଷ୍ଟ୍ରଲ୍ କମ୍ କରିବା ପାଇଁ ବ୍ୟବହୃତ ହୁଏ । କିନ୍ତୁ ଏଥିରେ ଥିବା ମୋନାକୋଲିନ୍ K  ନାମକ ଉପାଦାନ ଲିଭରକୁ କ୍ଷତି ପହଞ୍ଚାଇପାରେ । ଏହାର ମାତ୍ରା ପ୍ରତ୍ୟେକ ଉତ୍ପାଦରେ ଭିନ୍ନ ଭିନ୍ନ ହୋଇଥାଏ, ତେଣୁ ଏହାର ପ୍ରଭାବ କେବେ ଏବଂ କେତେ ହେବ, ତାହା ଅନୁମାନ କରିବା କଷ୍ଟକର।  ତେଣୁ, ଏହାକୁ ଖାଇବା ପାଇଁ ସୁରକ୍ଷିତ ମାନାଯାଏ ନାହିଁ ।

ଆଜି ହିଁ ଛାଡ଼ନ୍ତୁ ମେୟୋନିଜ ଖାଇବା : ଫାଷ୍ଟଫୁଡ୍ ଠାରୁ ଆହୁରି ମାରାତ୍ମକ ଏହି ଧଳା ଚଟଣି , ଖାଇଲେ ରୋଗକୁ ଡାକିବେ

ଯଦି ଆପଣ କୌଣସି ହର୍ବାଲ୍ ସପ୍ଲିମେଣ୍ଟ୍ ସେବନ କରିବାକୁ ଚାହୁଁଛନ୍ତି, ତେବେ ପ୍ରଥମେ ଡାକ୍ତର କିମ୍ବା ଜଣେ ଯୋଗ୍ୟ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ। 'ପ୍ରାକୃତିକ' ହେବାର ଅର୍ଥ ନୁହେଁ ଯେ ଏହା ସମ୍ପୂର୍ଣ୍ଣ ନିରାପଦ। ଅନେକ ପ୍ରାକୃତିକ ଉପାଦାନରେ ବିଷାକ୍ତ ଗୁଣ ଥାଏ, ଯାହା ଶରୀରକୁ କ୍ଷତି ପହଞ୍ଚାଇପାରେ। ଲିଭର ଶରୀରର ଏକ ଅତ୍ୟନ୍ତ ସମ୍ବେଦନଶୀଳ ଅଙ୍ଗ, ତେଣୁ ଏହାର ସୁରକ୍ଷା ପାଇଁ ବିଶେଷ ଯତ୍ନ ନେବା ଆବଶ୍ୟକ ।