କନକ ବ୍ୟୁରୋ : ପ୍ରାୟତଃ ଲୋକ ଖାଇବା ସମୟରେ ପାଟି ସୁଆଦ ଖୋଜିଥା’ନ୍ତି । ସ୍ବାସ୍ଥ୍ୟ ପ୍ରତି ଅହିତକର ହେଲେ ଚଳିବ କିନ୍ତୁ ପାଟିକୁ ନ ରୁଚିଲେ ଖାଇବା ଯେମିତି ତଣ୍ଟିରୁ ତଳକୁ ଯିବନି । ଆପଣ ଖାଇବା ସମୟରେ ଅନେକ ଲୋକଙ୍କୁ କହିଥିବାର ଶୁଣିଥିବେ ଯେ ଆମେ ଏ ପରିବା ଖାଉନୁ । ତଟକା ପରିବା ସମସ୍ତଙ୍କୁ ଖାଇବାର ଆବଶ୍ୟକତା ରହିଛି । ଏହା ଶରୀରରେ ଶକ୍ତି ଯୋଗାଇବାର କାମ କରେ । ଖାଲି ଶକ୍ତି ଯୋଗାଏ ନାହିଁ ଶରୀରରେ ଲୁକ୍କାୟିତ ଅନେକ ରୋଗକୁ ଧୀରେ ଧୀରେ ମାରିବାର କାମ ମଧ୍ୟ କରେ ଏହି ପରିବା । ତେବେ ଆପଣ ଜାଣିଛନ୍ତି କି ଗୁଆଁରଛୁଇଁ ମଧ୍ୟ ଦେହ ପାଇଁ ଭାରି ଭଲ । ଏହା ୮ ପ୍ରକାରର ସମସ୍ୟାକୁ ସମୂଳେ ନାଶ କରିବାର କ୍ଷମତା ରଖେ । ତେବେ ଆସନ୍ତୁ ଗୁଆଁରଛୁଇଁ ଖାଇଲେ କ’ଣ କ’ଣ ଲାଭ ମିଳେ ଜାଣିବା ।
/filters:format(webp)/kanak/media/media_files/2025/09/21/cluster-beans-2025-09-21-12-13-37.jpg)
ଗୁଆଁରଛୁଇଁରେ ଗ୍ଲାଇକୋନ୍ୟୁଟ୍ରିଏଣ୍ଟସ୍ ଥାଏ, ଯାହା ଶରୀରରେ ବ୍ଲଡ୍ ସୁଗାର୍ ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ଏହାକୁ ସେବନ କରିବା ଦ୍ୱାରା ବ୍ଲଡ୍ ସୁଗାର୍ ସ୍ତରରେ ଦ୍ରୁତ ପରିବର୍ତ୍ତନ ହୁଏ ନାହିଁ । ଏଥିରେ ପର୍ଯ୍ୟାପ୍ତ ପରିମାଣରେ କ୍ୟାଲସିୟମ୍ ଥାଏ, ଯାହା ହାଡ଼କୁ ମଜବୁତ କରିବାରେ ସାହାଯ୍ୟ କରେ । ଏହା ହାଡ଼କୁ କ୍ଷତିରୁ ମଧ୍ୟ ରକ୍ଷା କରେ । ଏଥିରେ ଥିବା ଫସଫରସ୍ ହାଡ଼କୁ ମଜବୁତ କରିବାରେ ସାହାଯ୍ୟ କରେ । ଗୁଆଁର ଶରୀରରେ ଖରାପ କୋଲେଷ୍ଟ୍ରଲ୍ ସ୍ତରକୁ କମ୍ କରି ହୃଦୟକୁ ସୁସ୍ଥ ରଖେ । ଏହି ପରିବାରେ ଫାଇବର, ପଟାସିୟମ୍ ଏବଂ ଫୋଲେଟ୍ ର ଭରପୂର ମାତ୍ରା ଅନେକ ପ୍ରକାରର ହୃଦ୍ ରୋଗରୁ ରକ୍ଷା କରେ । ଖାଲି ଏତିକି ନୁହେଁ ଗୁଆଁରଛୁଇଁର ହାଇପୋଗ୍ଲାଇସେମିକ୍ ଏବଂ ହାଇପୋଲିପିଡେମିକ୍ ଗୁଣ ଉଚ୍ଚ ରକ୍ତଚାପରେ ପୀଡ଼ିତ ଲୋକଙ୍କ ପାଇଁ ଏକ ପ୍ରାକୃତିକ ଉପଚାର ହୋଇଥାଏ । ମଧୁମେହ ଏବଂ ହୃଦରୋଗରେ ପୀଡ଼ିତ ଥିବା ଲୋକଙ୍କୁ ଉଚ୍ଚ ରକ୍ତଚାପର ବିପଦ ଅଧିକ ଥାଏ, ଏପରି ପରିସ୍ଥିତିରେ ଗୁଆଁରଛୁଇଁ ସେବନ ଲାଭଦାୟକ ହୋଇପାରେ ।
ଏଥିରେ ଥିବା ଆଇରନ୍ ଏବଂ କ୍ୟାଲସିୟମ୍ ଗର୍ଭବତୀ ମହିଳାମାନଙ୍କ ଶରୀରରେ ଖଣିଜ ପଦାର୍ଥର ଅଭାବ ପୂରଣ କରେ । ଏହି ପରିବା ଫୋଲିକ୍ ଏସିଡରେ ଭରପୂର, ଯାହା ଭ୍ରୂଣକୁ ଅନେକ ଜଟିଳତାରୁ ରକ୍ଷା କରିପାରେ ଏବଂ ଏଥିରେ ଥିବା ଭିଟାମିନ୍ K ହାଡ଼ ପାଇଁ ଲାଭଦାୟକ । ଜନ୍ମ ହେବାକୁ ଥିବା ଶିଶୁର ଉତ୍ତମ ବିକାଶରେ ସାହାଯ୍ୟ କରେ ଗୁଆଁରଛୁଇଁ । ଏହି ପରିବାରେ ଥିବା ଆଇରନ୍ ହିମୋଗ୍ଲୋବିନ୍ ଉତ୍ପାଦନକୁ ବଢ଼ାଏ, ଯାହା ଶରୀରରେ ରକ୍ତର ଅଭାବ ପୂରଣ କରେ । ଏଥିରେ ଫାଇଟୋକେମିକାଲ୍ସ ଥାଏ, ଯାହା ରକ୍ତରେ ଅମ୍ଳଜାନର କ୍ଷମତାକୁ ବଢ଼ାଏ ଏବଂ ରକ୍ତ ସଞ୍ଚାଳନ ଭଲ ହୁଏ । ଗୁଆଁରଛୁଇଁ ହଜମ ଶକ୍ତି ପାଇଁ ମଧ୍ୟ ଲାଭଦାୟକ । ଏହା ପେଟରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ମଧ୍ୟ ସାହାଯ୍ୟ କରେ ଏବଂ ହଜମ ସମ୍ବନ୍ଧୀୟ ସମସ୍ୟାକୁ ରୋକିଥାଏ । ଏଥିରେ ଥିବା ହାଇପୋଗ୍ଲାଇସେମିକ୍ ଗୁଣ ସ୍ନାୟୁକୁ ଆରାମ ଦେବାରେ ସାହାଯ୍ୟ କରେ ଏବଂ ଚିନ୍ତା,ମାନସିକ ଚାପକୁ କମ୍ କରି ବ୍ୟକ୍ତିକୁ ମାନସିକ ସ୍ତରରେ ଶାନ୍ତ କରିବାରେ ସାହାଯ୍ୟ କରିପାରେ ।