କନକ ବ୍ୟୁରୋ : AI ଟେକ୍ନୋଲୋଜିକୁ ସାରା ବିଶ୍ବ ଆଦରି ନେଇଛି । କେଉଁଠି ଏହି ଉନ୍ନତ ଟେକ୍ନୋଲୋଜି ମାଧ୍ୟମରେ କାମ ଲାଘବ କରାଯାଉଛି ତ ଆଉ କେଉଁଠି AI ରୋବୋଟ୍ ସାହାଯ୍ୟରେ ବିଭିନ୍ନ କାମ କରାଯାଉଛି । ସାମ୍ବାଦିକଠାରୁ ଆରମ୍ଭ କରି ହୋଟେଲ୍ ୱେଟର୍ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ AI ରୋବୋଟର ବ୍ୟବହାର କରାଯାଉଛି । ତେବେ ଆଲବାନିଆ ବିଶ୍ୱର ପ୍ରଥମ ଦେଶ ଯିଏ ଆନୁଷ୍ଠାନିକ ଭାବରେ ଜଣେ ଅଣ-ମାନବ ମନ୍ତ୍ରୀଙ୍କୁ ତାଙ୍କ କ୍ୟାବିନେଟରେ ସାମିଲ କରିଛି । ଏହି କ୍ୟାବିନେଟ ସମ୍ପୂର୍ଣ୍ଣ ଭାବରେ AI ଦ୍ୱାରା ନିର୍ମିତ । ଯାହାର ନାଁ ରଖାଯାଇଛି ଡିଏଲା । ପୂର୍ବରୁ ଅନେକ ଗଣମାଧ୍ୟମର ଶିରୋନାମା ପାଲଟିଥିବା ଡିଏଲା ବର୍ତ୍ତମାନ ପୁଣି ଚର୍ଚ୍ଚାରେ । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ଏହି AI ଦ୍ବାରା ନିର୍ମିତ ମନ୍ତ୍ରୀ ଗର୍ଭବତୀ ହୋଇଛନ୍ତି । ଆଜ୍ଞା ହଁ AI ରୋବୋଟ୍ ହୋଇଛନ୍ତି ଗର୍ଭବତୀ । ଆଉ ପ୍ରସବ ପୂର୍ବରୁ ହିଁ କେତେ ଛୁଆ ଜନ୍ମ କରିବେ ତାହା ମଧ୍ୟ ଜଣା ପଡ଼ିଯାଇଛି । ଏକ କି ଦୁଇ ନୁହେଁ ଏକା ସାଙ୍ଗରେ ୮୩ଟି ପିଲା ଜନ୍ମ କରିବେ ଆଲବାନିଆର ଏହି AI ମନ୍ତ୍ରୀ । ତେବେ ଆପଣ ଭାବୁଥିବେ ରୋବୋଟ୍ କେମିତି ଛୁଆ ଜନ୍ମ କରିବ ? ଆପଣଙ୍କ ଚିନ୍ତା ବି ସମ୍ପୂର୍ଣ୍ଣ ରୂପେ ଠିକ୍ ତା’ହେଲେ ଏଭଳି ଚର୍ଚ୍ଚା କାହିଁକି ହେଉଛି ଆସନ୍ତୁ ଜାଣିବା ।
ଏଲିଅନଙ୍କ ଟାର୍ଗେଟରେ ପୃଥିବୀ ! ଅକ୍ଟୋବର ୨୯ ପରେ ଧ୍ବଂସ ହୋଇଯିବ ବିଶ୍ବ, ଆମେରିକା ବୈଜ୍ଞାନିକଙ୍କ ଅଜବ ଦାବି
/filters:format(webp)/kanak/media/media_files/2025/10/28/ai-minister-diella-2025-10-28-14-47-49.jpg)
ଏହି ସୂଚନା ଖୋଦ୍ ଆଲବାନିଆର ପ୍ରଧାନମନ୍ତ୍ରୀ ଏଡି ରାମା ଦେଇଛନ୍ତି । ଜର୍ମାନୀର ବର୍ଲିନରେ ଅନୁଷ୍ଠିତ Global Dialogue Conference ସମୟରେ ଆଲବାନିଆର ପ୍ରଧାନମନ୍ତ୍ରୀ ଏଡି ରାମା ଏହି ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । ସମ୍ପୂର୍ଣ୍ଣ ବିଷୟ ହେଉଛି ଆଲବାନିଆ ସରକାର ପ୍ରତ୍ୟେକ ସଂସଦ ସଦସ୍ୟଙ୍କ ପାଇଁ ଜଣେ AI ଆସିଷ୍ଟାଣ୍ଟ୍ ସୃଷ୍ଟି କରିବାକୁ ଚିନ୍ତା କରୁଛନ୍ତି । ସେମାନେ ଏହାକୁ AI ମନ୍ତ୍ରୀ ଡିଏଲାଙ୍କ ଗର୍ଭଧାରଣ ଏବଂ ୮୩ ପିଲାଙ୍କ ଜନ୍ମ ସହିତ ଯୋଡ଼ିଛନ୍ତି ।
/filters:format(webp)/kanak/media/media_files/2025/10/28/albenia-ai-minister-2025-10-28-14-48-20.jpg)
ବନ୍ଦେ ଭାରତ ଟ୍ରେନରେ କ୍ରୁଜର ମଜା : ନୂଆ ଲୁକରେ ଆସୁଛି ବନ୍ଦେ ଭାରତ ଏକ୍ସପ୍ରେସ୍ , ଆଖି ଖୋସିଦେବ ଟ୍ରେନର ଡିଜାଇନ୍
ବର୍ଲିନ୍ ଗ୍ଲୋବାଲ୍ ଡାଏଲଗରେ ଭାଷଣ ଦେଇ ଆଲବାନିଆ ପ୍ରଧାନମନ୍ତ୍ରୀ କହିଛନ୍ତି, "ଆମେ ଡିଏଲାକୁ ଲଞ୍ଚ୍ କରି ଏକ ବହୁତ ବଡ଼ ରିସ୍କ୍ ନେଇଥିଲୁ ଯେଉଁଥିରେ ଆମେ ସଫଳ ମଧ୍ୟ ହୋଇଥିଲୁ । ଡିଏଲା ବର୍ତ୍ତମାନ ସମୟରେ ଗର୍ଭବତୀ ଅଛନ୍ତି ଏବଂ ୮୩ ଜଣ ପିଲାଙ୍କୁ ଜନ୍ମ ଦେବାକୁ ଯାଉଛନ୍ତି ।" ପ୍ରଧାନମନ୍ତ୍ରୀଙ୍କ କହିବାନୁସାରେ, "ଏହି ପିଲାମାନେ ଅର୍ଥାତ ଆସିଷ୍ଟାଣ୍ଟମାନେ ସଂସଦରେ ଘଟୁଥିବା ପ୍ରତ୍ୟେକ ଘଟଣା ରେକର୍ଡ କରିବେ ଏବଂ ସାଂସଦମାନଙ୍କୁ ହଜିଯାଇଥିବା ଘଟଣା ଏବଂ ଆଲୋଚନା ବିଷୟରେ ସୂଚନା ଦେବେ । ପ୍ରତ୍ୟେକ ପିଲା ସାଂସଦମାନଙ୍କ ସହାୟକ ଭାବରେ କାର୍ଯ୍ୟ କରିବେ । ସେମାନେ ସାଂସଦମାନଙ୍କୁ ପରାମର୍ଶ ମଧ୍ୟ ଦେବେ ।
ଆଲବାନିଆ ୨୦୨୬ ସୁଦ୍ଧା ଏହି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ କରିବାକୁ କାମ କରୁଛି । ଏଡି ରାମା କହିଛନ୍ତି ଯେ "ଭାବନ୍ତୁ ଆପଣ କଫି ପିଇବାକୁ ବାହାରକୁ ଯାଇଥିଲେ ଏବଂ କାମକୁ ଆସିବାକୁ ଭୁଲିଗଲେ । ସେତେବେଳେ AI ର ଏହି ପିଲାମାନେ ହଲରେ କୁହାଯାଇଥିବା କଥାକୁ ପୁନରାବୃତ୍ତି କରିବେ । ସେମାନେ ସାଂସଦମାନଙ୍କୁ କହିବେ ଯେ କାହାକୁ ପ୍ରତିଆକ୍ରମଣ କରିବାକୁ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/10/28/ai-minister-2025-10-28-14-01-34.jpg)