କନକ ବ୍ୟୁରୋ: ବିଶ୍ବର ପ୍ରଥମ AI ମନ୍ତ୍ରୀଙ୍କୁ ନିଯୁକ୍ତ କରିଛି ଆଲବେନିଆ । ଏହାକୁ ନେଇ ଏବେ ଚର୍ଚ୍ଚା । କୌଣସି ବ୍ୟକ୍ତି ବିଶେଷ ଏହି ମନ୍ତ୍ରୀ ପଦରେ ନାହାନ୍ତି ବରଂ ଏହାକ ପିକ୍ସଲ ଓ କୋଡରେ ହୋଇଥିବା ଜଣେ ମନ୍ତ୍ରୀ , ଯାହାଙ୍କ ନାଁ ଦିଆଯାଇଛି ’ଡାଏଲା’ । ଆଲବେନିଆ ଭାଷାରେ ଏହାର ଅର୍ଥ ଖରା ବା ସୂର୍ଯ୍ୟ । 

କ୍ୟାବିନେଟରେ ହେଉ ବା ସରକାରୀ କାର୍ଯ୍ୟାଳୟରେ ଦୁର୍ନୀତି ରୋକିବାକୁ ଆଲବେନିଆ ଏହି ଅଭିନବ ଉପାୟ ଆରମ୍ଭ କରିଛି । ପ୍ରଧାନମନ୍ତ୍ରୀ ଏଡି ରାମା ଏହାକୁ ନିଜ କ୍ୟାବିନେଟରେ ସାମିଲ କରିଛନ୍ତି ।ଡାଏଲାଙ୍କ ପ୍ରଥମ ସୋପାନରେ ସରକାରୀ ପାଣ୍ଠି ଓ ଟେଣ୍ଡରରେ ଦୁର୍ନୀତି ରୋକିବାର ଦାୟିତ୍ବ ଦିଆଯାଇଛି । ଏହା ପୂର୍ବରୁ ଡାଏଲା ଆଭାସୀ ଆସିଷ୍ଟାଣ୍ଟ ଭାବେ ଲୋକଙ୍କୁ ସରକାରୀ କାଗଜପତ୍ର  ଦେବାରେ ସହାୟତା କରିଛି । ଅଲବେନିଆର ଜନତା ଡାଏଲା ବିଷୟରେ ଅବଗତ ଅଛନ୍ତି ।