କନକ ବ୍ୟୁରୋ : ଆମେ ବେଳେବେଳେ କଥାରେ କଥାରେ କହୁ ‘ଯୋଡ଼ି ଉପରୱାଲା ବନାନ୍ତି’ ଅର୍ଥାତ ଜୀବନସାଥୀ ଉପରୁ ହିଁ ଭାଗ୍ୟରେ ଲେଖା ହୋଇ ଆସିଥା’ନ୍ତି । କିନ୍ତୁ ଆଜିର ଯୁଗରେ ଉପରବାଲାର କାମ ବୋଧହୁଏ ମ୍ୟାରେଜ୍ ମାଟ୍ରିମୋନି ସାଇଟ୍ ଗୁଡ଼ିକ କରୁଛନ୍ତି । ଅନେକ ଗୁଡ଼ିଏ ଆପର ଆବିଷ୍କାର ହେଲାଣି କିଏ ବାହାଘର କରାଉଛନ୍ତି ତ ଆଉ କିଏ ଡେଟିଂ ଆପରେ ପାତ୍ର ଯୋଗାଡ଼ କରୁଛନ୍ତି । ଅର୍ଥାତ ଯଦି ଏହି ଡେଟିଂ ଆପରେ ମନ ମିଶୁଛି ତା’ହେଲେ ଗାଡ଼ି ବିବାହ ପର୍ଯ୍ୟନ୍ତ ଗଡ଼ିବ ନଚେତ୍ ଅଧାବାଟରୁ ରହିବିପାରେ । ଖାସ୍ କରି ଅବିବାହିତ ପୁରୁଷ ଏଭଳି ସାଇଟ୍ ଗୁଡ଼ିକର ଅଧିକ ବ୍ୟବହାର କରୁଛନ୍ତି । କିନ୍ତୁ ବର୍ତ୍ତମାନ Reddit ରେ ଏକ ଖବର ସାମ୍ନାକୁ ଆସିଥିଲା । ଯାହା ଏଭଳି ଆପ୍ ବ୍ୟବହାର କରୁଥିବା ବ୍ୟବହାରକାରୀଙ୍କ ରାତିର ନିଦ ଉଡ଼ାଇଦେଲା ଭଳି କାମ କରିବ । Reddit ର ଜଣେ ବ୍ୟବହାରକାରୀ ଟେକ୍ ହବ୍ ବୋଲାଉଥିବା ବେଙ୍ଗାଲୁରୁରେ ଏକ କଥିତ "ଡେଟିଂ ସ୍କାମ୍" ବିଷୟରେ ଚେତାବନୀ ଦେଇଛନ୍ତି । ଯେଉଁଠାରେ ବଡ଼ ବଡ଼ ରେଷ୍ଟୁରାଣ୍ଟ ଏବଂ ବାର୍ କଲେଜ ଝିଅମାନଙ୍କୁ ଟଙ୍କା ଦେଇ ସେମାନଙ୍କ ସହିତ ମିଶି ଯୁବକମାନଙ୍କୁ ଆକର୍ଷିତ କରନ୍ତି । ଏହି ଡେଟିଂ ଆପରେ ସେହି ଝିଅମାନଙ୍କ ଫଟୋ ଲାଗିଥାଏ ଯେଉଁମାନଙ୍କୁ ଅବିବାହିତ ପୁଅ ପସନ୍ଦ କରନ୍ତି । ପରେ କଲେଜ ଝିଅ ଉକ୍ତ ଯୁବକଙ୍କୁ ରେଷ୍ଟୁରାଣ୍ଟ ନିମନ୍ତ୍ରଣ କରିଥା’ନ୍ତି । ରେଷ୍ଟୁରାଣ୍ଟକୁ ଆସିବା ପରେ ଡିନର୍ କିମ୍ବା ଲଞ୍ଚ୍ କରିଥା’ନ୍ତି । ଯେହେତୁ ପ୍ରଥମଥର କେଉଁ ଯୁବତୀଙ୍କ ସହ ବାହାରକୁ ଆସିଥା’ନ୍ତି ତେଣୁ ଯୁବକ ମଧ୍ୟ ଷ୍ଟାଇଲରେ ବିଲକୁଲ ଊଣା କରନ୍ତି ନାହିଁ ଏବଂ ଟିପ୍ ସ୍ବରୂପ ଅଧିକ ଟଙ୍କା ଦେଇଥା’ନ୍ତି । ଏଥିରେ ଯୁବତୀଙ୍କୁ ଖାଇବା ସହିତ ପ୍ରତି ଗ୍ରାହକଙ୍କ ପିଛା ୨୦% କମିସନ୍ ମଧ୍ୟ ମିଳିଯାଏ ।
Reddit ଦାବି କରିଛି ଯେ କାଦୁବେସାନାହଲ୍ଲି ଅଞ୍ଚଳର ଏକ ବାର୍ କଲେଜ ଛାତ୍ରୀମାନଙ୍କୁ ଡେଟିଂ ଆପରେ ପ୍ରୋଫାଇଲ୍ ତିଆରି କରିବା ପାଇଁ ଏବଂ ସେମାନଙ୍କ ମ୍ୟାଚ୍ ମାନଙ୍କୁ ଏହି ବାରକୁ ପ୍ରଲୋଭିତ କରିବା ପାଇଁ ନିଯୁକ୍ତି ଦେଇଥାଏ । Reddit ର ଜଣେ ବ୍ୟବହାରକାରୀ କହିଛନ୍ତି ଯେ ଏଭଳି ଠକେଇ ତାଙ୍କର ଜଣେ ବନ୍ଧୁଙ୍କ ସହ ହୋଇଥିଲା ଏବଂ ତାଙ୍କଠାରୁ ହଜାର ହଜାର ଟଙ୍କା ଠକି ନିଆଯାଇଥିଲା । ସେ କହିଛନ୍ତି ଯେ ତାଙ୍କ ବନ୍ଧୁ ଜଣେ ଝିଅ ସହିତ ବାରକୁ ଡେଟ୍ କରିବାକୁ ଯାଇଥିଲେ, ଯେଉଁଠାରେ ଝିଅଟି ଅତି କମରେ ଚାରି ଥର ୩ ହଜାର ଟଙ୍କା ମୂଲ୍ୟର ପାନୀୟ ଅର୍ଡର କରିଥିଲା । ବିଲ୍ ସହିତ ଟିପ୍ ମଧ୍ୟ ଅଧିକ ମୂଲ୍ୟର ଥିଲା ତେଣୁ ମୋ ସାଙ୍ଗ ଠକିଗଲା । ତେଣୁ ଯେଉଁମାନେ ବି ଏଭଳି ଡେଟିଂ ସ୍କାମର ଶିକାର ହେଉଛନ୍ତି ଦୟାକରି ଦୟାକରି ସତର୍କ ରୁହନ୍ତୁ ! ତେବେ ଆପଣ ଯଦି କହିବେ ଯେ ଏହି ସ୍କାମକୁ କିଭଳି ଚିହ୍ନିବେ ତା’ହେଲେ ଡେଟରେ ଡାକୁଥିବା ଯୁବତୀ ଜଣକ ଯେକୌଣସି ସ୍ଥାନ ବଦଳରେ କେବଳ ଏକ ନିର୍ଦ୍ଦିଷ୍ଟ ରେଷ୍ଟୁରାଣ୍ଟକୁ ଉକ୍ତ ଯୁବକଙ୍କୁ ଭେଟିବାକୁ ଜିଦ୍ ଧରିଥା’ନ୍ତି । ରେଷ୍ଟୁରାଣ୍ଟକୁ ଯିବା ପରେ ମହଙ୍ଗା ଖାଦ୍ୟ ଏବଂ ପାନୀୟ ଅର୍ଡର କରିବା ସହିତ ଯୁବକ ଜଣକ ଅତ୍ୟଧିକ ବିଲ୍ ଦେଇ ମଧ୍ୟ ଫସି ଯାଆନ୍ତି ।