ସ୍ବାଦରେ ଖଟା,ମିଠା ଲାଗୁଥିବା ଜାମୂକୋଳି ପ୍ରାୟତଃ ସମସ୍ତଙ୍କ ପସନ୍ଦ । ଏହାକୁ ଭିଟାମିନ୍ ଏବଂ ମିନେରାଲ୍ସର ଗନ୍ତାଘର କହିଲେ କିଛି ଭୁଲ ହେବନି । ଏଥିରେ ଥିବା ଆଣ୍ଟିଅକ୍ସିଡେଣ୍ଟ୍ ହାର୍ଟକୁ ହେଲ୍ଥି ରଖିବାରେ ସାହାଯ୍ୟ କରେ । ଗ୍ରୀଷ୍ମ ଋତୁରେ ମିଳୁଥିବା ଏହି କୋଳିକୁ ଖାଇବାକୁ ପିଲାଠୁ ବଡ଼ ପର୍ଯ୍ୟନ୍ତ ପ୍ରାୟତଃ ସମସ୍ତେ ପସନ୍ଦ କରନ୍ତି । କଳା ଦେଖାଯାଉଥିବା ଏହି କୋଳି ପାଟିରେ ପକାଇଲା ମାତ୍ରେ ଜିଭ ମଧ୍ୟ କଳା ପଡ଼ିଯାଏ । କୋଳି ଖାଇ ସାରିବା ପରେ କିନ୍ତୁ ଅଲୋଡ଼ା ହୋଇଯାଏ ଏହାର ମଞ୍ଜି । କିନ୍ତୁ ଯାହାକୁ ଅଲୋଡ଼ା ଭାବି ଆମେ ଫୋପାଡ଼ି ଦେଉଛୁ ସେହି ମଞ୍ଜିରେ କେତେ ଔଷଧୀୟ ଗୁଣ ଭରି ରହିଛି ଜାଣିଛନ୍ତି କି ?
/kanak/media/media_files/2025/06/01/OUgTltUvjeOXWV19QXV9.jpg)
ଜାମୂକୋଳି ପରି ଏହାର ମଞ୍ଜି ମଧ୍ୟ ପୋଷକ ତତ୍ତ୍ବରେ ଭରପୂର ହୋଇ ରହିଥାଏ । ଏହି ମଞ୍ଜିର ପାଉଡର ଡାଇବେଟିସ୍ ଏବଂ ବ୍ଲଡ୍ ପ୍ରେସର ରୋଗୀଙ୍କ ପାଇଁ ଖୁବ୍ ଲାଭଦାୟକ ହୋଇଥାଏ । ପ୍ରତିଦିନ ଏହି ପାଉଡର ଖାଇବା ଦ୍ବାରା ପାଚନ ଏବଂ ମେଟାବୋଲିଜିମ୍ ଠିକ୍ ରହେ । ଏହାଛଡ଼ା ଜାମୂକୋଳି ମଞ୍ଜିର ପାଉଡର ଲିଭର୍ ଏବଂ ହାର୍ଟକୁ ସୁସ୍ଥ ରଖିବାରେ ମଧ୍ୟ ସାହାଯ୍ୟ କରେ । ଆୟୁର୍ବେଦରେ ଜାମୂକୋଳି ମଞ୍ଜିର ପାଉଡରକୁ ଅନେକ ସମସ୍ୟାର ଚିକିତ୍ସା ପାଇଁ ବ୍ୟବହାର କରାଯାଏ । ଆପଣ ମଧ୍ୟ ଚାହିଲେ ଜାମୂକୋଳି ଖାଇସାରିବା ପରେ ଏହାର ମଞ୍ଜିକୁ ଶୁଖାଇ ପାଉଡର କରି ଖାଇପାରିବେ ।
/kanak/media/media_files/2025/06/01/Gs8ScvuWN0qKZGwj7sP2.jpg)
ଯଦି ଆପଣ ପ୍ରି-ଡାଏବେଟିସ୍ କିମ୍ବା ଡାଏବେଟିସ୍ ରୋଗୀ ତେବେ ଜାମୂକୋଳି ମଞ୍ଜିର ପାଉଡର୍ ଖାଇପାରିବେ । ଏହାର ପାଉଡର୍ ଶରୀରରେ ଇନ୍ସୁଲିନର ସ୍ତର ବଢ଼ାଇବାରେ ସାହାଯ୍ୟ କରେ । ଏଥିରେ ଗ୍ଲାଇସେମିକ୍ ଇଣ୍ଡେକ୍ସ କମ ଥାଏ , ଯାହା ବ୍ଲଡ୍ ସୁଗର ଲେବଲକୁ କମାଇବାରେ ସାହାଯ୍ୟ କରେ । ପ୍ରି-ଡାଏବେଟିସ୍ ସମୟରେ ଯଦି ଆପଣ ଜାମୂକୋଳି ମଞ୍ଜିର ପାଉଡର୍ ଖାଆନ୍ତି ତେବେ ଡାଏବେଟିସ୍ ହେବାର ସମ୍ଭାବନା କମ୍ ହୋଇଥାଏ । ଯଦି ଆପଣଙ୍କ ଶରୀରରେ ଉଚ୍ଚ ରକ୍ତଚାପର ସମସ୍ୟା ଦେଖାଯାଉଛି ତା’ହେଲେ ଜାମୂକୋଳି ମଞ୍ଜିର ପାଉଡର୍ ସେବନ କରିପାରିବେ । ଏଥିରେ ଥିବା ଔଷଧୀୟ ଗୁଣ ବ୍ଲଡ୍ ପ୍ରେସରକୁ ନିୟନ୍ତ୍ରଣ ରଖିଥାଏ କିନ୍ତୁ ଯଦି ଆପଣଙ୍କ ବ୍ଲଡ୍ ପ୍ରେସର ଅଧିକ ରହିଛି ତେବେ ଡାକ୍ତରଙ୍କୁ ପରାମର୍ଶ କରି ଏହି ପାଉଡରର ସେବନ କରିପାରିବେ ।
ସୁସ୍ଥ ରହିବା ପାଇଁ ଶରୀରକୁ ଡିଟକ୍ସ କରିବା ନିହାତି ଜରୁରି । ଡିଟକ୍ସ କରିବା ପାଇଁ ଅନେକ ଲୋକ ଡାଏଟ୍ ପ୍ଲାନ୍ ଫଲୋ କରନ୍ତି , ବେଳେବେଳେ ବିଭିନ୍ନ ପ୍ରକାରର ଔଷଧୀୟ ଚୂର୍ଣ୍ଣର ମଧ୍ୟ ସେବନ କରନ୍ତି । ଯଦି ଆପଣ ମଧ୍ୟ ଶରୀରକୁ ଡିଟକ୍ସ କରିବା ପାଇଁ ଚାହୁଛନ୍ତି ତେବେ ପ୍ରତିଦିନ ଜାମୂକୋଳି ମଞ୍ଜିର ପାଉଡରର ସେବନ କରିପାରିବେ । ଏଥିରେ ଥିବା ଔଷଧୀୟ ଗୁଣ ଶରୀରରେ ଜମାଟ ବାନ୍ଧିଥିବା ମଇଳାକୁ ବାହାର କରିବାର ସାମର୍ଥ୍ୟ ରଖେ । ମୂତ୍ର ଜରିଆରେ ଦୂଷିତ ପଦାର୍ଥ ବାହାରି ଯାଏ ଏବଂ ଶରୀର ସୁସ୍ଥ ରୁହେ । ଏଥିରେ ଥିବା ଆଣ୍ଟିଅକ୍ସିଡେଣ୍ଟ୍ ଗୁଣ ଫ୍ରି ରେଡିକଲ୍ସରୁ ଶରୀରକୁ ସୁରକ୍ଷା ଦେଇଥାଏ । ଏହି ପାଉଡରର ସେବନ ଦ୍ବାରା ଲିଭରର କୋଷିକା ସୁସ୍ଥ ରହିଥାଏ । ଏଥିରେ ଥିବା ଆଣ୍ଟି-ଇନ୍ଫାମେଟରି ଗୁଣ ଲିଭର୍ ଏବଂ ହାର୍ଟର ଯନ୍ତ୍ରଣାକୁ ଦୂର କରିବାରେ ସହାୟକ ହୋଇଥାଏ । ବର୍ଦ୍ଧିତ ଓଜନକୁ ମଧ୍ୟ କଣ୍ଟ୍ରୋଲ୍ କରେ ଜାମୂକୋଳି ମଞ୍ଜିର ପାଉଡର । ଯଦି ଆପଣ ସକାଳୁ ସକାଳୁ ଏହି ପାଉଡରକୁ ଖାଉଛନ୍ତି ତା’ହେଲେ କିଛି ଦିନ ମଧ୍ୟରେ ଓଜନରେ ଫରକ ଜାଣିପାରିବେ । ଏଥିରେ ଥିବା ଫାଇବର୍ ଓଜନ କମାଇଥାଏ । ସକାଳୁ ଖାଲି ପେଟରେ ଗୋଟିଏ ଚାମଚ ପାଉଡରକୁ ଉଷୁମ ପାଣିରେ ପକାଇ ପିଇବା ଦ୍ବାରା ଓଜନ କମିଥାଏ ।
/kanak/media/media_files/2025/06/01/T2lFHuADpgy3YA9nM7gD.jpg)