ପ୍ରତିଟି ବ୍ୟକ୍ତିବିଶେଷଙ୍କ ଜୀବନ ଉପରେ ଶନିଦେବଙ୍କ ଚଳନର ପ୍ରଭାବ ବିଶେଷ ମହତ୍ତ୍ବ ରଖେ । ନ୍ୟାୟ ତଥା କର୍ମଫଳର ଦେବତା ଶନିଦେବଙ୍କ କୃପା ହେଲେ ରଙ୍କ ରାଜା ପାଲଟେ । ତେବେ ୪୨ ଦିନ ପରେ ମୀନ ରାଶିରେ ବକ୍ର ଗତିରେ ହେବ ଶନିଙ୍କ ଚଳନ । ନ୍ୟାୟର ଦେବତାଙ୍କ ଚଳନ ହେତୁ ଏହି ରାଶିଙ୍କ ଉପରେ ପଡ଼ିବ ବଡ଼ ପ୍ରଭାବ । ଜୁଲାଇ ୧୩ ତାରିଖ ସକାଳ ୯ ଟା ୩୬ ମିନିଟରେ ମୀନ ରାଶିରେ ବକ୍ର ଗତିରେ ଚାଲିବେ ଶନିଦେବ ଏବଂ ୨୮ ନଭେମ୍ବର ପର୍ଯ୍ୟନ୍ତ ବକ୍ର ଅବସ୍ଥାରେ ହିଁ ରହିବେ । ଏହାପରେ ଶନି ସିଧା ଗତିରେ ଚାଲିବେ । ତେବେ ଶନିଙ୍କ ବକ୍ର ଚାଲି ଅବସ୍ଥାକୁ ଅଶୁଭ ମନା ଯାଉଥିଲେ ମଧ୍ୟ କିଛି ରାଶିଙ୍କ ପାଇଁ ଏହା ଅତ୍ୟନ୍ତ ଶୁଭ ଫଳ ପ୍ରଦାନ କରେ । ତେବେ ଆସନ୍ତୁ ଜାଣିବା ଶନିଙ୍କ ବକ୍ର ଅବସ୍ଥା କେଉଁ କେଉଁ ରାଶିଙ୍କ ପାଇଁ ଶୁଭଦାୟକ ହେବ ।
ମେଷ : ଶନିଙ୍କ ଓଲଟା ଚାଲି ମେଷ ରାଶିର ଲୋକମାନଙ୍କ ପାଇଁ ଶୁଭଫଳ ପ୍ରଦାନ କରିବ । ମେଷ ରାଶିର ବ୍ୟକ୍ତିବିଶେଷଙ୍କ ବ୍ୟବସାୟରେ ଲାଭ ହେବ । ଅଚାନକ ଧନ ପ୍ରାପ୍ତି ହେବ । ପୁରୁଣା ରୋଗରୁ ଉପସମ ପାଇବେ ଏହି ରାଶିର ଲୋକ ।
କନ୍ୟା : କନ୍ୟା ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଶୁଭଫଳ ପ୍ରଦାନ କରିବ ଶନିଦେବଙ୍କ ଓଲଟା ଚାଲି । କରଜରୁ ମୁକ୍ତ ହୋଇପାରିବେ ଏହି ରାଶିର ବ୍ୟକ୍ତିବିଶେଷ । ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରହିବା ସହ ପରିବାରରେ ସକାରାତ୍ମକ ପରିବେଶ ସୃଷ୍ଟି ହେବ । କର୍ମକ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ ।
ଧନୁ : ଶନିଦେବଙ୍କ ବକ୍ର ଚାଲି ଧନୁ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ମଧ୍ୟ ଭଲ ରହିବ । ଧନ ଯୋଗ ସହିତ ସମସ୍ତଙ୍କ ସମର୍ଥନ ପ୍ରାପ୍ତ ହେବ । ଧନୁ ରାଶିର ବ୍ୟକ୍ତିବିଶେଷଙ୍କ ଭଲ ଦିନର ଆରମ୍ଭ ହେବ ।
ମକର : ଶନିଙ୍କ ବକ୍ର ଚାଲି ମକର ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ମଧ୍ୟ ବହୁତ ଭଲ ହେବ । ଭାଗ୍ୟ ଉଦୟ ହେବା ସହ ବନ୍ଧୁଙ୍କ ସହ ସମୟ ବିତାଇବାକୁ ସୁଯୋଗ ପାଇବେ ଏହି ରାଶିର ଲୋକ । ସ୍ବାସ୍ଥ୍ୟ ଉପରେ ବିଶେଷ ଦୃଷ୍ଟି ଦେବା ଜରୁରି । ମନବାଞ୍ଛିତ ଚାକିରି ପ୍ରାପ୍ତ କରିପାରିବେ ଏହି ରାଶିର ବ୍ୟକ୍ତିବିଶେଷ ।
କୁମ୍ଭ : ଶନିଦେବଙ୍କ ଓଲଟା ଚାଲି ଦ୍ବାରା କୁମ୍ଭ ରାଶିର ବ୍ୟକ୍ତିବିଶେଷଙ୍କ ବ୍ୟାଙ୍କ୍ ବାଲାନ୍ସ ବୃଦ୍ଧି ହେବାର ସମ୍ଭାବନା ବୃଦ୍ଧି ପାଇବ । ସମାଜରେ ସମ୍ମାନ ବଢ଼ିବ । ସୁଖ,ସମୃଦ୍ଧି ଏବଂ ସୁବିଧାରେ ବୃଦ୍ଧି ହେବ । ଦାମ୍ପତ୍ୟ ଜୀବନରେ ସୁଖ ପ୍ରାପ୍ତ ହେବ ।