କନକ ବ୍ୟୁରୋ : ବଲିଉଡରେ ଯେତେବେଳେ ସିନେମା ‘ଆନିମଲ୍’ ରିଲିଜ୍ ହୋଇଥିଲା ଏହି ଫିଲ୍ମକୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ଅଲଗା ପ୍ରକାର କ୍ରେଜ୍ ଦେଖିବାକୁ ମିଳିଥିଲା । ହିଂସା,ମାରପିଟ ,ଜବରଦସ୍ତ ଆକ୍ସନକୁ ପସନ୍ଦ କରୁଥିବା ଲୋକଙ୍କୁ ଫିଲ୍ମ ଭାରି ପସନ୍ଦ ଆସିଥିଲା । ସିନେପ୍ରେମୀ ଆଗରୁ ଏମିତି ଆକ୍ସନ୍ ମୁଭି ଦେଖିନଥିବା କଥା କହିଥିଲେ ଆଉ ଠିକ୍ ସେତିକି ବେଳେ ଆନିମଲକୁ ଟକ୍କର ଦେଲା ପରି ଆଉ ଏକ ଫିଲ୍ମ ସାଉଥ୍ ଇଣ୍ଡଷ୍ଟ୍ରି ଭେଟି ଦେଇଥିଲା । ୨୦୨୪ ଡିସେମ୍ବର ମାସରେ ଗୋଟିଏ ସିନେମା ରିଲିଜ୍ ହୋଇଥିଲା ଯାହା ସିନେପ୍ରେମୀଙ୍କୁ ବହୁତ ପସନ୍ଦ ଆସିଥିଲା । ଜବରଦସ୍ତ ଆକ୍ସନ୍ ଦେଖିବାକୁ ଭଲ ପାଉଥିବା ଦର୍ଶକ ଏହି ସିନେମାକୁ ଭାରି ପସନ୍ଦ କରିଥିଲେ । ସିନେମାର ନାଁ ଥିଲା ‘ମାର୍କୋ’ । 

Advertisment
unni-mukundan
unni-mukundan Photograph: (google)

ଭାରତୀୟ ସିନେମା ଇତିହାସରେ ଏହି ଫିଲ୍ମକୁ ସବୁଠାରୁ ନୃଶଂସ ସିନେମା ବୋଲି କୁହାଗଲା । ଅଭିନେତା ଉନ୍ନି ମୁକୁନ୍ଦନଙ୍କ ଗ୍ୟାଙ୍ଗଷ୍ଟର୍ ଷ୍ଟାଇଲ୍ ଏବଂ ହିଂସା ସିନେପ୍ରେମୀଙ୍କୁ ଆକର୍ଷିତ କରିଥିଲା । ମାର୍କୋର କ୍ରେଜ୍ ଲୋକଙ୍କ ମନରେ ଏମିତି ଛାଇଲା ଯେ ଏହାର BGMକୁ ଯୁବପିଢ଼ି ରିଙ୍ଗ୍ ଟୋନ୍ କରି ରଖିଲେ । ବର୍ତ୍ତମାନ ସିନେପ୍ରେମୀ ମାର୍କୋ ମୁଭିର ସେକେଣ୍ଡ ପାର୍ଟକୁ ଚାତକ ପରି ଚାହିଁ ବସିଛନ୍ତି । କିନ୍ତୁ ଫ୍ୟାନ୍ସଙ୍କ ପାଇଁ ନିରାଶର ଖବର ଏହା ଯେ ସିନେମାରେ ଆଉ ଅଭିନେତା ଉନ୍ନି ମୁକୁନ୍ଦନଙ୍କୁ ଦେଖିବାକୁ ମିଳିବନି । ଯାହାର ସୂଚନା ଖୋଦ୍ ଅଭିନେତା ଉନ୍ନି ଦେଇଛନ୍ତି । 

ଗୋଟିଏ ପଟେ ମାର୍କୋ ସିନେମାକୁ ଯେତିକି ଲୋକ ପସନ୍ଦ କଲେ ତା’ଠାରୁ ଅଧିକ ସମାଲୋଚନା କଲେ । ଟ୍ରେଲର୍ ରିଲିଜ୍ ପରଠୁ ସିନେମା ବିବାଦ ଘେରକୁ ଚାଲିଆସିଥିଲା ଏବଂ ଲୋକ ମଧ୍ୟ ଏହାକୁ ନେଇ ନକାରାତ୍ମକ ହୋଇ ପଡ଼ିଥିଲେ । ନିକଟରେ ଜଣେ ପ୍ରଶଂସକ ଅଭିନେତାଙ୍କୁ ଇନଷ୍ଟାଗ୍ରାମରେ ସିନେମାର ଦ୍ବିତୀୟ ପାର୍ଟକୁ ନେଇ ପ୍ରଶ୍ନ ପଚାରିଥିଲେ । ଯାହାର ଉତ୍ତରରେ ଉନ୍ନି କହିଥିଲେ ଯେ ‘ମାର୍କୋ ୨’ ଏବେ ତାଲିକାରେ ନାହିଁ । ସେ ଏବେ ଏହି ସିରିଜରେ ଆଉ କାମ କରିବେ ନାହିଁ । ସିନେମାକୁ ବହୁତ ନକାରାତ୍ମକ ପ୍ରତିକ୍ରିୟା ମିଳିଲା ଏବଂ ସେ ମଧ୍ୟ ତାହା ଅନୁଭବ କରିପାରିଲେ । ତେଣୁ ସେ ଆଗାମୀ ଦିନରେ ମାର୍କୋଠାରୁ ବହୁତ ଭଲ ସିନେମା ନେଇ ଆସିବେ ବୋଲି କହିଲେ । ହନିଫ୍ ଅଦେନୀଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହୋଇଥିବା ଏହି ମାଲାୟାଲମ୍ ସିନେମା ବହୁତ ଭଲ ରୋଜଗାର କରିଥିଲା । ସିନେମାରେ କବିର ଦୁହାନ ସିଂ,ସିଦ୍ଦିକି,ଅଭିମନ୍ୟୁ ଥିଲକନ ଏବଂ ଜଗଦୀଶ ମଧ୍ୟ ପ୍ରମୁଖ ଭୂମିକାରେ ନଜର ଆସିଥିଲେ । 

unni-mukundan-
unni-mukundan- Photograph: (google)