କନକ ବ୍ୟୁରୋ : ଆପଣଙ୍କର ମନେଥିବ ପିଲାବେଳେ ସ୍କୁଲରୁ ଆସିବା ପରେ କେମିତି ଘଣ୍ଟେ , ଦୁଇଘଣ୍ଟା ଟିଭି ଆଗରେ ବସିଯାଉଥିଲୁ ପ୍ରିୟର କାର୍ଟୁନ୍ ଶୋ’ ଦେଖିବା ପାଇଁ । ବଡ଼ ହେଲା ପରେ ମଧ୍ୟ ଅନେକ ଏହି ଆନିମେଟେଡ୍ ଶୋ’ ପ୍ରେମରୁ ବାହାରି ପାରୁନାହାନ୍ତି । କିନ୍ତୁ ଏମିତି ଏକ କାର୍ଟୁନ୍ ଶୋ’ ଯାହା ମନୋରଞ୍ଜନ ଯୋଗାଇବା ସହ ପରେ ଭବିଷ୍ୟ କହୁଥିବାର ମେସିନ୍ ପାଲଟି ଯାଇଥିଲା । ୧୯୮୯ ଡିସେମ୍ବର ୧୭ ତାରିଖରେ ଆମେରିକାରେ ପ୍ରସ୍ତୁତ ହୋଇଥିବା ଏହି ଆନିମେଟେଡ୍ ଶୋ’ର ନାଁ ‘The Simpsons’ । ଯାହାକୁ ମେଟ୍ ଗ୍ରୋନିଙ୍ଗ ପ୍ରସ୍ତୁତ କରିଥିଲେ ଏବଂ ଏହି ଶୋ’ ଫାକ୍ସ ନେଟୱର୍କରେ ପ୍ରସାରିତ ହେଉଥିଲା । ସ୍ପ୍ରିଙ୍ଗଫିଲ୍ଠ ନାମକ ଏକ କାଳ୍ପନିକ ସହରରେ ରହୁଥିବା ସିମ୍ପସନ୍ସ ପରିବାର ଉପରେ ଶୋ’ର କାହାଣୀ ଗତିଶୀଳ ହୋଇଥିଲା । ଏହି କାର୍ଟୁନ୍ ଶୋ’ ଆମେରିକାର ସଂସ୍କୃତିକୁ ବ୍ୟଙ୍ଗାତ୍ମକ ରୂପରେ ପ୍ରସ୍ତୁତ କରୁଥିଲା । ବର୍ତ୍ତମାନ ମଧ୍ୟ ଏହି ଶୋ’ର ସିରିଜ୍ ପ୍ରସାରଣ ହୋଇଥାଏ । ଗତବର୍ଷ ମେ ୧୮ ତାରିଖରେ ଏହାର ୩୬ ତମ ସିଜନ୍ ରିଲିଜ୍ ହୋଇଥିଲା । 

Advertisment
simpson cartoon
simpson cartoon Photograph: (google)

ତେବେ The Simpsons ଶୋ’ରେ ଭାରତକୁ ନେଇ ସିଧା କୌଣସି ଭବିଷ୍ୟବାଣୀ ହୋଇନାହିଁ । କିନ୍ତୁ ଏଆଇ ଟେକ୍ନୋଲୋଜି ଏବଂ ଗ୍ଲୋବାଲ୍ ପଲିଟିକ୍ସର ବିଷୟ ଭାରତ ଉପରେ ମଧ୍ୟ ସେତିକି ପ୍ରଭାବ ପକାଏ ଯେତିକି ବିଶ୍ବ ଉପରେ ପକାଏ । ଉଦାଦହରଣ ସ୍ବରୁପ : 

ସ୍ମାର୍ଟୱାଚ୍ : ୨୦୧୦ ପୂର୍ବରୁ ହିଁ ଶୋ’ରେ ସ୍ମାର୍ଟୱାଚ୍ ଭଳି ଡିଭାଇସ୍ ପ୍ରଦର୍ଶନ କରାଯାଇଥିଲା ଏବଂ ୨୦୧୫ ପରେ ଭାରତରେ ସ୍ମାର୍ଟୱାଚର ଚାହିଦା କେତେ ବଢ଼ିଥିଲା ତାହା ସମସ୍ତେ ଜାଣିଛନ୍ତି ।

smartwatch
smartwatch Photograph: (google)

ଏଆଇ ଏବଂ ଅଟୋମେସନ୍ : ଶୋ’ରେ ୧୯୯୪ ମସିହାରେ ଏଆଇରେ ଚାଲୁଥିବା ରୋବୋର୍ଟକୁ ପ୍ରଦର୍ଶନ କରାଯାଇଥିଲା । ଆଜିର ସମୟରେ ଭାରତରେ କଷ୍ଟମର୍ ସର୍ଭିସ୍ , କଷ୍ଟମର୍ ଚାଟ୍ ଏବଂ ଡାଟା ଏନାଲିଟିକ୍ସରେ ଏଆଇର ବହୁଳ ବ୍ୟବହାର ହେଉଛି । 

air india crash
air india crash Photograph: (google)

ଅହମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା : ନିକଟରେ ଅହମଦାବାଦରେ ଘଟିଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ଏବଂ The Simpsons ର ଏକ କାର୍ଟୁନ୍ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । କିନ୍ତୁ ସୂଚନା ଅନୁସାରେ ଶୋ’ର କୌଣସି ଏପିସୋଡରେ ଏମିତି ଦୃଶ୍ୟ ପ୍ରଦର୍ଶିତ କରାଯାଇନାହିଁ । ଏଥିରୁ ଜଣାପଡ଼େ ଯେ ଏଆଇ ସାହାଯ୍ୟରେ ଉକ୍ତ ଫଟୋକୁ କ୍ରିଏଟ୍ କରାଯାଇଛି । 

osaka
osaka Photograph: (google)

ତେବେ ୨୦୦୦ ମସିହାରେ ଏହି ଶୋ’ର ଏକ ଏପିସୋଡରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ ବୋଲି ଦେଖାଯାଇଥିଲା ଯାହା ୨୦୧୬ ସତ ସାବ୍ୟସ୍ତ ହେଲା । ୧୯୯୩ ର ଏକ ଏପିସୋଡରେ ‘Osaka Flu’ ନାମକ ଏକ ରୋଗ କେମିତି ପୂରା ସହରରେ ବ୍ୟାପି ଲୋକଙ୍କୁ ମୃତ୍ୟୁ ଆଡ଼କୁ ଟାଣିନେଉଛି ତାହା ଦେଖାଯାଇଥିଲା। କୋଭିଡ୍-୧୯ ସମୟରେ ଲୋକ ଏହି ଏପିସୋଡକୁ ମନେ ପକାଇଥିଲେ ଏବଂ ଏହାକୁ ଭବିଷ୍ୟବାଣୀ ବୋଲି କହିଥିଲେ । ଠିକ୍ ସେମିତି ୨୦୧୨ ରେ ଆସିଥିବା ଏକ ସିଜନରେ ‘Them,Robot’  ନାମକ ଏକ ଏପିସୋଡରେ ରୋବୋର୍ଟ କେମିତି ଲୋକଙ୍କ ଚାକିରି ନେଇ କମ୍ପାନିରେ କାମ କରେ ତାହା ପ୍ରଦର୍ଶନ କରାଯାଇଥିଲା । ୨୦୨୫ ରେ ଯେତେବେଳେ ଦୁନିଆର ୪୧ % କମ୍ପାନି ମଣିଷ ବଦଳରେ ଏଆଇଙ୍କୁ କାମରେ ରଖୁଛି ସେତେବେଳେ ଏହି ଏପିସୋଡ୍ ସତ ସାବ୍ୟସ୍ତ ହୋଇଛି ବୋଲି ଲୋକେ କହୁଛନ୍ତି । କିନ୍ତୁ ନିକଟରେ ଏକ ଭାଇରାଲ୍ ଭିଡିଓରେ The Simpsons ଶୋ’ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମୃତ୍ୟୁ ତାରିଖ ୧୨ ଏପ୍ରିଲ ୨୦୨୫ ବୋଲି ପ୍ରଦର୍ଶିତ ହୋଇଥିଲା କିନ୍ତୁ ଏହା ସମ୍ପୂର୍ଣ୍ଣ ମିଛ ସାବ୍ୟସ୍ତ ହେଲା । ତେବେ ଶୋ’ର ପ୍ରଡ୍ୟୁସର୍ ଏବଂ ପୂରା ଟିମ୍ ଏହି କଥାର ଖଣ୍ଡନ କରି କହିଥିଲେ ଯେ ଏହି କ୍ଲିପ୍ ଶୋ’ର ନୁହେଁ ବରଂ ଏଆଇ ଜେନେରେଟେଡ୍ । 

The Simpsons ର ପ୍ରଥମ ଭବିଷ୍ୟବାଣୀ ୧୯୯୫ ର ଏକ ଏପିସୋଡ୍ ‘Lisa’s Wedding’ କୁ ଦର୍ଶାଏ । ଯେଉଁଠି ଭିଡିଓ କଲିଂ, ସ୍ମାର୍ଟୱାଚ୍ ଏବଂ ଅଟୋମେଟେଡ୍ ସ୍ମାର୍ଟହୋମର ଟେକ୍ନୋଲୋଜି ପ୍ରଦର୍ଶିତ ହୋଇଛି । ସେହି ସମୟରେ ଏହା କେବଳ କଳ୍ପନା କରାଯାଉଥିଲା କିନ୍ତୁ ବର୍ତ୍ତମାନ ଏହା ଜୀବନର ଏକ ଅଂଶ ହୋଇଛି । ଏହି କାର୍ଟୁନ୍ ଶୋ’ ର ଲେଖକ କୁହନ୍ତି ଯେ ଏହା କେବଳ ସଂଯୋଗ ମାତ୍ର ।