ରାଣୀ ଲକ୍ଷ୍ମୀବାଈଙ୍କ ସହ କର୍ଣ୍ଣଲ୍ ସୋଫିଆଙ୍କ କ’ଣ ରହିଛି କନେକ୍ସନ ? ସେନାର ସିଂହୀଙ୍କୁ ସଲାମ୍ କରୁଛି ସାରା ଦେଶ

ସିନେମା ଦଙ୍ଗଲରେ ଯେତେବେଳେ ଅଭିନେତା ଆମିର ଖାନ୍ ନିଜ ଝିଅଙ୍କ ମନୋବଳ ବଢାଇବା ପାଇଁ ଏହି ଡାଇଲଗ୍ କହିଥିଲେ ସେତେବେଳେ ପୂରା ଥିଏଟର୍ ସିଟି ବଜାଇ ବାଃ ବାଃ କହିଥିଲା । ଆଉ ଏହି ଡାଇଲଗର ପୂରା ଝଲକ ଦେଖିବାକୁ ମିଳିଛି ଅପରେସନ୍ ସିନ୍ଦୂରରେ ।

ଅଦ୍ୟତନ ହୋଇଛି
sofia qureshi

sofia qureshi Photograph: (KANAK NEWS)

ହମାରି ଛୋରିଆଁ ଛୋରୋଁ ସେ କମ୍ ହେ କେ .. ସିନେମା ଦଙ୍ଗଲରେ ଯେତେବେଳେ ଅଭିନେତା ଆମିର ଖାନ୍ ନିଜ ଝିଅଙ୍କ ମନୋବଳ ବଢାଇବା ପାଇଁ ଏହି ଡାଇଲଗ୍ କହିଥିଲେ ସେତେବେଳେ ପୂରା ଥିଏଟର୍ ସିଟି ବଜାଇ ବାଃ ବାଃ କହିଥିଲା । ଆଉ ଏହି ଡାଇଲଗର ପୂରା ଝଲକ ଦେଖିବାକୁ ମିଳିଛି ଅପରେସନ୍ ସିନ୍ଦୂରରେ । ଅପରେସନ ସିନ୍ଦୂରରେ ପାକିସ୍ତାନର ଆତଙ୍କୀ କ୍ୟାମ୍ପ ଧୂଳିସାତ୍ ହେଲା । ଭାରତର ଏହି ଆକ୍ରମଣ ପରେ ସାରା ଦେଶରେ କର୍ଣ୍ଣଲ୍ ସୋଫିଆ କ୍ୟୁରେସି ଏବଂ ୱିଙ୍ଗ୍ କମାଣ୍ଡର ବ୍ୟୋମିକା ସିଂ ଚର୍ଚ୍ଚାକୁ ଆସିଛନ୍ତି । ଅପରେସନ ସିନ୍ଦୂର ପରେ ହୋଇଥିବା ପ୍ରେସ୍ କନଫରେନ୍ସରେ କର୍ଣ୍ଣଲ୍ କ୍ୟୁରେସି ଶାନ୍ତ ଏବଂ ସ୍ପଷ୍ଟ ରୂପେ ପୂରା ଅପରେସନର କାହାଣୀ କହିଥିଲେ । ସେ କେମିତି ସେନାରେ ଯୋଗ ଦେଲେ , ଦେଶସେବା କେମିତି ତାଙ୍କ ପରିବାରର ପରମ୍ପରା ଏବଂ ଦେଶପ୍ରତି ପରିବାର କେମିତି ସମର୍ପଣର ଭାବ ରଖେ ସବୁ କହିଲେ କର୍ଣ୍ଣଲ୍ ସୋଫିଆ କ୍ୟୁରେସି । 

sofia 222
sofia 222 Photograph: (google)

ବର୍ତ୍ତମାନ କର୍ଣ୍ଣଲଙ୍କ ଏକ ପୁରୁଣା ଭିଡିଓ ଭାଇରାଲ୍ ହେଉଛି । ୨୦୧୭ରେ ହୋଇଥିବା ଏକ ଇଣ୍ଟରଭ୍ୟୁରେ ସେ କହିଥିଲେ ଯେ ତାଙ୍କ ପଣଜେଜେମା ଜଣେ ଯୋଦ୍ଧା ଥିଲେ । ୧୮୫୭ ମସିହାରେ ବିଦ୍ରୋହ ସମୟରେ ଝାନସୀ ରାଣୀ ଲକ୍ଷ୍ମୀବାଇଙ୍କ ସହ ମିଶି ସେ ଲଢ଼େଇ କରିଥିଲେ । ତାଙ୍କ ବାପା ଜଣେ ସେନା ଅଧିକାରୀ , ତେଣୁ ପିଲାବେଳୁ ହିଁ ଶୃଙ୍ଖଳା ଭିତରେ ସେ ବଢି ଆସିଛନ୍ତି । କର୍ଣ୍ଣଲଙ୍କ ଜେଜେବାପା ମଧ୍ୟ ଜଣେ ସୈନ୍ୟ ଥିଲେ ଏବଂ ସବୁବେଳେ କହୁଥିଲେ ଯେ ଭାରତର ପ୍ରତିଟି ନାଗରିକଙ୍କ କର୍ତ୍ତବ୍ୟ ହେଉଛି ସତର୍କ ରହିବା ଏବଂ ଦରକାର ବେଳେ ନିଜ ଦେଶ ପାଇଁ ଛିଡ଼ା ହେବା । ଏଥିରୁ ହିଁ ଜଣାପଡ଼େ ପିଢ଼ି ପରେ ପିଢ଼ି କର୍ଣ୍ଣଲ୍ ସୋଫିଆଙ୍କ ପରିବାର କେମିତି ଦେଶ ପ୍ରତି ସମ୍ପୂର୍ଣ୍ଣ ରୂପେ ସମର୍ପିତ । 

jhanshi rani
jhanshi rani Photograph: (google)

ସୋଫିଆଙ୍କ ମା’ ଚାହୁଥିରେ ଯେ ତାଙ୍କ ଦୁଇ ଝିଅଙ୍କ ମଧ୍ୟରୁ ଜଣେ ସେନା ପ୍ରତି ସମର୍ପିତ ହୁଅନ୍ତୁ ଏବଂ ମା’ଙ୍କ ଏହି ଇଚ୍ଛାକୁ ପୂରଣ କରିଥିଲେ ସୋଫିଆ । ତାଙ୍କ ପରିବାରର ଇତିହାସ ଭାରତୀୟ ସେନାର କାହାଣୀ ଭଳି । ବାପା ୧୯୭୧ ରେ ବାଂଲାଦେଶ ଯୁଦ୍ଧରେ ଲଢ଼ିଥିଲେ । ଦାଦା ବିଏସଏଫରେ ସେବା ଯୋଗାଉଥିବା ବେଳେ ଦାଦାଙ୍କ ଜେଜେବାପା ବ୍ରିଟିଶ୍ ସେନାର ଅଧିକାରୀ ଥିଲେ କିନ୍ତୁ ପରେ ସେ କ୍ରାନ୍ତିର ଲଢ଼େଇରେ ସାମିଲ୍ ହୋଇଥିଲେ । ସୋଫିଆଙ୍କ ଭଉଣୀ କହିଥିଲେ ଯେ ଆମ ଜେଜେମା’ ତାଙ୍କ ଶାଶୂମା’ଙ୍କ ବୀରତ୍ବର କାହାଣୀ ସବୁବେଳେ ଶୁଣାଉଥିଲେ,କେମିତି ସେ ରାଣୀ ଲକ୍ଷ୍ମୀବାଈଙ୍କ ସହ ମିଶି ରଣକ୍ଷେତ୍ରକୁ ଓହ୍ଲାଉଥିଲେ ଏବଂ ଲଢ଼େଇ କରୁଥିଲେ ସବୁକିଛି । 

କର୍ଣ୍ଣଲ୍ ସୋଫିଆଙ୍କ ଜନ୍ମ ୧୯୭୪ରେ ଗୁଜରାଟର ବଡୋଦରାରେ ହୋଇଥିଲା । ସେ ୧୯୯୭ରେ ବାୟୋକେମେଷ୍ଟ୍ରିରେ ମାଷ୍ଟର ଡିଗ୍ରି ହାସଲ କରି ଭାରତୀୟ ସେନାର ମେକେନାଇଜ୍ଡ ଇନଫେଣ୍ଟ୍ରିରେ କାର୍ଯ୍ୟରତ । ୨୦୧୬ ରେ ସେ ASEAN ପ୍ଲସ୍ ମଲ୍ଟିନ୍ୟାସନାଲ୍ ମିଲେଟ୍ରି ଏକ୍ସରସାଇଜ ‘ଫୋର୍ସ ୧୮’ ରେ ଭାରତୀୟ ଦଳର ନେତୃତ୍ବ କରିଥିବା ପ୍ରଥମ ଭାରତୀୟ ମହିଳା ଅଧିକାରୀ ଥିଲେ । ୧୮ ଟି ଦେଶ ଭିତରୁ ସେ ଏକମାତ୍ର ମହିଳା କମାଣ୍ଡର ଥିଲେ । ଅପରେସନ ସିନ୍ଦୂରର ବ୍ରିଫିଙ୍ଗ୍ ସମୟରେ ଯେତେବେଳେ ପୂରା ଭାରତ ତାଙ୍କ ନେତୃତ୍ବ ଦେଖିଥିଲା ସମସ୍ତଙ୍କ ମନରେ ନାରୀଶକ୍ତି ପାଇଁ ସମ୍ମାନ ଦ୍ବିଗୁଣିତ ହୋଇଥିଲା । ପିଢ଼ି ପରେ ପିଢ଼ି ସାହସ , ସମର୍ପଣ ଏବଂ ଶାନ୍ତ ଦୃଢ଼ ସଂକଳ୍ପର ଏହି ସେନାର ସିଂହୀଙ୍କୁ ଶତ ଶତ ସଲାମ୍ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe